ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାହାକୁ ହୀନ ମଣିବା କାହିଁକି

       ଫୁଲମାନଙ୍କର ଏଭଳି ଉପହାସରେ ପଥରର ମନ ଭାରି କଷ୍ଟ ହେଲା । ତେବେ କୌଣସିମତେ ଏପ୍ରକାର ଉପହାସକୁ ସେ ସହିନେଲା ଓ କହିଲା, “ମୁଁ କେଉଁ କାଳରୁ କାହାର ଅଭିଶାପରୁ ପଥର ପାଲଟି ମୋ କର୍ମଫଳ ମୁଁ ଭୋଗୁଛି । ତୁମେମାନେ ମୋତେ ଏଭଳି ଉପହାସ କରି କ’ଣ ଲାଭ ପାଉଛ?”

       ଏକଥା ଶୁଣି ଫୁଲମାନେ ପଥରକୁ ଉପହାସ କରିବାରୁ ନିବୃତ ହେବେ କ’ଣ ଓଲଟି ବଗିଚାଯାକର ସବୁ ଫୁଲ ଏକାଠି ହୋଇ ତାକୁ ଅଧିକ ଚିଡେଇବାକୁ ଲାଗିଲେ । ନିଜର ପ୍ରଶଂସା ଓ ବଡିମାକୁ ଦେଖାଇ ଶିଖାଇ ପଥରକୁ ସବୁବେଳେ କହିଲେ ଓ ଧିକ୍କାର କଲେ । ହେଲେ ପଥରଟି ସବୁ ଶୁଣି ନିରବରେ ସହିଗଲା ।

       ଦିନେ ଜଣେ ମୂର୍ତ୍ତି କାରିଗର ମନ୍ଦିରକୁ ଶିବ ଦର୍ଶନ କରିବାକୁ ଆସିଥିଲେ । ଦର୍ଶନ ପୂର୍ବରୁ ସେଇ ପଥର ଉପରେ ଚଢି ଫୁଲ ତୋଳିଲା ବେଳେ ଜାଣିଲେ ଯେ, ଏଇ ପଥରରେ ସୁନ୍ଦର ମୂର୍ତ୍ତି ଗଢିହେବ । ଠାକୁର ଦର୍ଶନ ବେଳେ ସେ ଦେଖିଲେ ମନ୍ଦିର ପାଇଁ ସୁନ୍ଦର ପାର୍ବତୀ ମୂର୍ତ୍ତିଙ୍କର ଆବଶ୍ୟକତା ରହିଛି । ସୁତରାଂ ମୂର୍ତ୍ତିକାରିଗର ପରଦିନଠାରୁ ସେହି ଫୁଲଗଛ ମୂଳେ ବସି ସୁନ୍ଦର ପାର୍ବତୀ ମୂର୍ତ୍ତି ଗଢିବାରେ ଲାଗିଗଲେ ।

       ଠିକ୍ ସମୟରେ ମୂର୍ତ୍ତି ଗଢାସରିଲା । ଭଗବାନ ଶିବଙ୍କ ପାଶ୍ୱର୍ରେ ପାର୍ବତୀ ଦେବୀଙ୍କୁ ସ୍ଥାପନ କରାଗଲା । ପୂଜାର୍ଚ୍ଚନା ବେଳେ ଭକ୍ତମାନେ ଶିବଙ୍କ ସହିତ ପାର୍ବତୀଙ୍କୁ ପୁଷ୍ପମାଲ୍ୟ ଦେଇ ସଜେଇ ଦେଲେ ଓ ତାଙ୍କର ପାଦତଳେ ଫୁଲ ରଖିଲେ ।

       ଏବେ ଶିଳ୍ପୀଙ୍କ ହାତରେ ଦେବୀଙ୍କ ପ୍ରତିମା ପାଲଟି ଯାଇଥିବା ସେଇ ପଥର ଫୁଲମାନଙ୍କୁ କହିଲେ, “ଏବେ ସବୁ ଫୁଲମାନେ କହିଲ ଦେଖି, କିଏ ବଡ? ତୁମେ ନା ମୁଁ? ଦିନେ ତୁମେମାନେ ଉପହାସ କରୁଥିଲ। ମାତ୍ର ଆଜି ମୋ ଆଗରେ ତୁମେମାନେ ଛୋଟ ହୋଇଯାଇଛ ।”

       ଏହା ଶୁଣି ଫୁଲମାନେ ଲଜ୍ଜିତ ହୋଇଗଲେ ଓ ନିଜର ଭୁଲ୍ ପାଇଁ କ୍ଷମା ମାଗିଲେ । ସୁତରାଂ କେହି କେବେ ଅନ୍ୟକୁ ହୀନ ମଣିବା ଉଚିତ୍ ନୁହେଁ କି ନିଜକୁ ବଡବୋଲି କହି ଗର୍ବ କରିବା ଠିକ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ