ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାହାର ମନ୍ଦ କଥା କାହା ଆଗରେ କହନାହିଁ

ଥରେ ଜଣେଯୁବକ ବିଦେଶ ଯାଇଥିଲେ । ସେଠାରେ ସେ ତାଙ୍କର ପୁରୁଣା ବନ୍ଧୁଙ୍କୁ ଭେଟିଲେ । ଦୁହେଁ ପିଲାଦିନେ ପାଠପଢିଲା ବେଳର ସହପାଠୀ ଥିଲେ ଓ ଭଲ ପାଠପଢୁଥିବା ଯୋଗୁଁ ପ୍ରତିଦ୍ୱନ୍ଦୀ ବି ଥିଲେ । କଲେଜ ପାଠ ପଢା ବେଳେ ମଧ୍ୟ ଦୁହେଁ ଜଣେ ଅଧ୍ୟାପକଙ୍କର ପ୍ରିୟପାତ୍ର ଥିଲେ ।

       ପାଠପଢା ଶେଷ ହେଲା ପରେ ସେମାନଙ୍କ ଭିତରୁ ଜଣେ ବିଦେଶ ଯାଇ ଚାକିରି କରି ସେହିଠାରେ ହିଁ ରହିଯାଇଥିଲେ । ହେଲେ ଅନ୍ୟ ଜଣକ ନିଜ ଦେଶରେ ରହି ନିଜ କର୍ମକ୍ଷେତ୍ରରେ ଉତ୍କର୍ଷତା ଲାଭ କରିପାରିଥିଲେ । ତେବେ ଯାହାହେଉ ବିଦେଶ ରହଣିକାଳରେ ବିଦେଶରେ ରହୁଥିବା ସେଇ ପୁରୁଣା ବନ୍ଧୁଙ୍କର କିଛି ସାଙ୍ଗସାଥୀଙ୍କ ସହିତ ଦୈବାତ୍ ଏଇ ବାଲ୍ୟ ସହପାଠୀ ଯୁବକଙ୍କର ଦେଖାସାକ୍ଷାତ୍ ହେଲା ।

       ଦିନକର କଥା । କଥାବାର୍ତା ଛଳରେ ବିଦେଶରେ ରହୁଥିବା ଜଣେ ନୂଆ ଚିହ୍ନାବନ୍ଧୁ କହୁକହୁ ଏହି ଯୁବକଙ୍କୁ କହିପକାଇଲେ, “ଆଚ୍ଛାଭାଇ, ତୁମ ବନ୍ଧୁ କହନ୍ତି ଯେ, ସେ କୁଆଡେ ବିଶ୍ୱବିଦ୍ୟାଳୟରେ ଜଣେ ଭଲ ଛାତ୍ର ଥିଲେ । କେବଳ ଜନୈକ ଅଧ୍ୟାପକଙ୍କ ଦୟାରୁ ତୁମେ ତାଙ୍କୁ ସବୁବେଳେ ଅଯଥାରେ ଅପମାନିତ କରୁଥିଲ । ଆଉ ସେହି ଅଧ୍ୟାପକ ଜଣକ କୁଆଡେ ଜାଣିଶୁଣି ତାଙ୍କର ନମ୍ବର କମାଇ ଦେଇଥିଲେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ