ନିଜର ଏଭଳି ଆଚରଣ କେବଳ କ୍ରୋଧ ବଶତଃ ହୋଇଥିବାରୁ ସେ ବହୁତ ଅନୁତାପ ବି କଲେ । ସିଏ ତ ଆଉ ଜାଣିଶୁଣି କଲମର ମୁନଟିକୁ ଭାଙ୍ଗି ନ ଥିଲା, ହେଲେ ମୁଁ ତା’ ପ୍ରତି କ୍ରୋଧ୍ୱାନିତ ହେଲି କାହିଁକି? ଏହିଭଳି ନାନା କଥା ମନରେ ଚିନ୍ତା କରି ସେଦିନ ରାତିରେ ଆଦୌ ତାଙ୍କୁ ନିଦ ହେଲା ନାହିଁ ।
ସକାଳ ହେଲା ମାତ୍ରେ ରାଜେନ୍ଦ୍ରପ୍ରସାଦ ରତନାକୁ ଡାକି ନିଜର ଅନୁତାପ କଥା କହିଲେ ଓ ରାଗରେ ଚାକିରି ଛାଡି ଚାଲିଯିବାକୁ କହିଥିବାରୁ ଦୁଃଖ ମଧ୍ୟ ପ୍ରକାଶ କଲେ । ଆଉ କହିଲେ, “ରତନା! ତୁ ଜମା ଦୁଃଖ କର ନାହିଁ । ମୁଁ ଭୁଲ୍ରେ ତୋତେ ଦୋଷୀ ସାବ୍ୟସ୍ତ କରି ଏତେ କଥା କହିଦେଇଥିଲି ସିନା, ହେଲେ ଏବେ ବୁଝିଲି ଦୋଷଟି ମୋର । କାରଣ ମୁଁ କଲମର କ୍ୟାପ୍ଟିକୁ ବନ୍ଦ ନ କରି ଖୋଲା ରଖିଥିବାରୁ ତାହା ଭାଙ୍ଗିଗଲା ।”
ସୁତରାଂ କ୍ରୋଧର ବଶବର୍ତୀ ହୋଇ କେବେ କାହାକୁ କଟୁମନ୍ତବ୍ୟ ପ୍ରୟୋଗ କରିବା ଉଚିତ୍ ନୁହେଁ, ଯାହାକି ଏହି ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀରୁ ଶିକ୍ଷା ମିଳେ ।
ସୁତରାଂ ଯଥାର୍ଥରେ କୁହାଯାଇଛି –
“କ୍ରୋଧେ କଟୁବାକ୍ୟ ପ୍ରୟୋଗ କରନା ଛୋଟ ଅବା ବଡ ବ୍ୟକ୍ତିଙ୍କୁ କେବେ
ଏହି ଆଚରଣ ନୁହେଁ ଜମା ଭଲ କାହା ପ୍ରତି ଯଦି କରିବ ଯେବେ ।”