ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କିଏ ଚୋର?

ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତା’ର ନାମ ସୁପ୍ରିୟା । ସେ ଝିଅଟି ଅତି ସାନ ହୋଇଥିଲା ବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକଗମନ କଲେ । ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢାଇଥିଲେ ।

                ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଧାବି କହିବ ନାହିଁ, ତେଣେ କିଛି ଅନ୍ୟାୟ କରିବ ନାହିଁ କି ସହିବ ନାହିଁ । ସେ ଯେତିକି ସତ୍, ସେତିକି ସାହସୀ ମଧ୍ୟ । ଜଣେ ସମ୍ପର୍କୀୟ ମାଉଷୀ ତାଙ୍କ ଘର ପାଖରେ ଥା’ନ୍ତି । ତାଙ୍କଠାରୁ ସୁପ୍ରିୟା ଭଲ କରି ରୋଷେଇବାସ କରିବା ଶିଖି ନେଇଥାଏ । ତା’ ରାନ୍ଧଣା ଖାଇ ରଘୁସିଂହଙ୍କର ପେଟ ପୁରିବା ସାଙ୍ଗକୁ ମନ ବି ପୁରୁଥାଏ ।

                ସୁପ୍ରିୟାର ବାହାଘର ବୟସ ହୋଇଗଲା । ବରଟିର ସ୍ୱଭାବ ଭଲ ହୋଇଥିବ, ରଘୁସିଂହଙ୍କର ଏତିକି ମାତ୍ର ଅଭିଳାଷ ଥିଲା । ସେଥିପାଇଁ ସେ ମନଦେଇ ଆଖପାଖ ଅଂଚଳରେ ବର ଖୋଜାଖୋଜି ଆରମ୍ଭ କଲେ ।

                ଦିନେ ହୁବୁଲି ଗାଁର ଜଣେ ବରପିତା କନ୍ୟା ଦେଖିବାକୁ ଆସିବେ ବୋଲି ଜଣେ ପଡୋଶୀ ଖବର ଦେଲେ । ବରପିତା ଆସି କନ୍ୟା ଦେଖି ବହୁତ ଖୁସି ହେଲେ ବୋଲି ମନେ ହେଲା । କିନ୍ତୁ ସଙ୍ଗେ ସଙ୍ଗେ ସେ କୌଣସି ଜବାବ୍ ନ ଦେଇ ଦିନକ ପରେ ଖବର ଦେବେ ବୋଲି କହିଗଲେ ।

                ସେମାନେ ଚାଲିଯିବା ପରେ ରଘୁସିଂହ ହସି ହସି ସୁପ୍ରିୟାକୁ କହିଲେ, “ଝିଅ, ଯାହା ମନେହୁଏ ସେମାନେ ହଁ କରିବେ । ତୁ ମୋ ଘର ଛାଡି ଚାଲିଯିବା ଆଗରୁ ମୋତେ ଟିକିଏ ରୋଷେଇବାସ ଶିଖାଇ ଦେ । ନହେଲେ ମୁଁ କିପରି ରାନ୍ଧି ଖାଇବି?”

                ରଘୁସିଂହ ସିନା ଥଟ୍ଟାରେ ଏକଥା କହନ୍ତି, ସୁପ୍ରିୟା କିନ୍ତୁ ସେଥିରେ ଦୁଃଖ ପାଏ ।

                ସେତିକିବେଳେ ରଘୁସିଂହଙ୍କର ଆଉ ଜଣେ ବିଶିଷ୍ଟ ବନ୍ଧୁ ଆସି କହିଲେ, “ରଘୁ, ସୁପ୍ରିୟା ପାଇଁ ଗୋଟିଏ ଭଲ ବର ମୋ ମନରେ ଅଛି । ତା’ ନାମ ପ୍ରଭାକର । ସେ ଆଜି ଆମ ଘରକୁ ଆସିଛି । ମହୁଝର ଗାଁରେ ତା’ ଘର । ଯଦି କହିବୁ, ମୁଁ ତାକୁ ଏଠାକୁ ନେଇ ଆସିବି ।”

                ରଘୁସିଂହ କହିଲେ “ହୁବୁଲିରୁ ଜଣେ ବିଶିଷ୍ଟ ବ୍ୟକ୍ତି ଆସି କନ୍ୟା ଦେଖିଯାଇଛନ୍ତି । ହେଲେ ସେ କିଛିବି କହି ନାହାଁନ୍ତି । ତାଙ୍କ କହିବାକୁ ଆମେ ଅପେକ୍ଷା କରୁଥିଲି ।”

                ରଘୁର ସବୁକଥା ଶୁଣି ବନ୍ଧୁ କହିଲେ “ସେ ତ ହଁ ଭରି ନାହାନ୍ତି! ଅତଏବ ଆମେ ଅନ୍ୟତ୍ର ଦେଖାଚାହାଁ କରିବାରେ କାହାର କ’ଣ ଆପତ୍ତି ଥାଇପାରେ?” ସେଉଠୁ ରଘୁସିଂହ ପ୍ରଭାକରକୁ ନେଇ ଆସିବାକୁ ତାଙ୍କ ବନ୍ଧୁଙ୍କୁ କହିଲେ ।

                ପ୍ରଭାକର ଆସିଲା । ପିଲାଟି ବହୁତ ଭଲ ବୋଲି ଜଣାଗଲା । ସଂସାରରେ ତା’ର ଆଉ କେହିବି ନଥିଲେ । ବାପା ମା ଘରଟିଏ, କିଛି ଜମିଜମା ଓ କେତୋଟି ମଇଁଷି ଛାଡି ଯାଇଥିଲେ । ଏହିପରି ଭାବେ ସେ ସ୍ୱଚ୍ଛନ୍ଦରେ ଚଳୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ