ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କିଏ ଚୋର?

“ବେଶ୍! ଆମେ ଆଗରୁ ସନ୍ଧାନ ପାଇ ଏହି ଚିଜ ଅପେକ୍ଷାରେ ରହିଥିଲୁ ।” ସିପାହୀମାନେ ଏହା କହିଲେ ଓ ତାକୁ ସେମାନଙ୍କ ହାକିମ ପାଖକୁ ନେଇଗଲେ । କ’ଣ ବିଚାର ହେଲା, କାହା ଘରୁ ଚୋରି ହୋଇଥିଲା, ସେସବୁ ପ୍ରଭାକର କିଛିବି ବୁଝିପାରିଲା ନାହିଁ । କିନ୍ତୁ ତାକୁ ଦୁଇବର୍ଷ କାରାଦଣ୍ଡ ଭୋଗିବାକୁ ହେଲା । ତେବେ କାରାବାସ ଭିତରେ ସେ ଜଣେ ଅଭିଜ୍ଞ ଲୋକଠୁଁ ନାନା ପ୍ରକାର ଚାଷ ପ୍ରଣାଳୀ ଶିଖିଲା । ଦଣ୍ଡିତ ବ୍ୟକ୍ତିମାନଙ୍କୁ କାମ କରିବାକୁ ପଡୁଥାଏ । ଏଣୁ ତାକୁବି କ୍ଷେତରେ କାମ କରିବାକୁ ହେଲା । ସେ ତା’ର ସେହି ଶୁଭେଚ୍ଛୁ ବ୍ୟକ୍ତିଠାରୁ ପ୍ରତ୍ୟକ୍ଷ ଜ୍ଞାନ ଲାଭ କଲା ।

ପ୍ରଭାକର ତା’ କାହାଣୀ ଏତିକିରେ ଶେଷ କଲା ଓ ହସିଲା ।

ସୁପ୍ରିୟା ପଚାରିଲା “ଆପଣ ଆପଣଙ୍କ କାରାବାସ କଥା ଆମ ଘରେ କାହିଁକି କହିଲେ ନାହିଁ?”

ପ୍ରଭାକର ବୁଝାଇ କହିଲା “କହିବି କହିବି ବୋଲି ସଙ୍କୋଚରେ ଆଉ କହି ପାରିଲି ନାହିଁ । ସେଇଥିପାଇଁ ତ ମୁଁ ସେ ଲୋକଟିକୁ ତୁମ ଘରକୁ ପଠାଇ ତା’ଦ୍ୱାରା କଥାଟି କୁହାଇଦେଲି । ପରେ ଯେପରି ଏଥିପାଇଁ ତୁମକୁ ବା ତୁମ ବାପାଙ୍କୁ ଅନୁତାପ କରିବାକୁ ନ ହୁଏ!”

“ଓଃ, ତେବେ ସେ ଲୋକଟିକୁ ଆପଣ ପଠାଇଥିଲେ?” ଏହାପରେ ସୁପ୍ରିୟା ମଧ୍ୟ ଏଥର ହସିଲା ।

ସୁପ୍ରିୟା ସେଠାରୁ ବିଦାୟ ନେଇ ଆସି ଘରେ ପହଁଚିବାର ଅଳ୍ପ ସମୟ ପରେ ରଘୁସିଂହ ଆସି କହିଲେ, “ଆରେ ଝିଅ, ସେ ହୁବୁଲି ବର ବିଷୟରେ କଥା ଆଜି ପକା ହୋଇ ଯାଇଥାନ୍ତା । କିନ୍ତୁ ସେମାନେ କିଛି ଯୌତୁକ ଚାହାଁନ୍ତି । ମୁଁ କହିଛି ଆଗାମୀ କାଲି କହିବି । ଭାବୁଛି ଏ ଘର ବିକିଦେବା । ତୁ ଚାଲିଯିବା ପରେ ମୋର ଆଉ ଏ ଘର କ’ଣ ବା ଦରକାର? କେଉଁଠି ହେଲେ ମୁଁ ଚଳିଯିବି ।”

ସୁପ୍ରିୟା ଦୃଢ କଣ୍ଠରେ କହିଲା “ବାପା! ସେକଥା ଅସମ୍ଭବ । ତୁମେ ପ୍ରଭାକର ସହ କଥା ପକା କର ।”

ରଘୁସିଂହ ଟିକିଏ ସଙ୍କୋଚ କରି କହିଲେ, “ଝିଅ ପ୍ରଭାକର ଭଲ ପିଲା । ହେଲେ ସେ ତ ଥରେ କାରାଗାର ଯାଇଥିଲା… ।”

“ବାପା, ମୁଁ ତ ସେକଥା ଜାଣେ ।” ଏହା କହି ସୁପ୍ରିୟା ସବୁ ଗପିଲା ।

ରଘୁସିଂହ ଖୁସି ହୋଇ କହିଲେ, “ବେଶ୍ କଥା, ତୋ ମତରେ ମୋ ମତ!”

ସୁପ୍ରିୟା ପଚାରିଲା “ବାପା, ପ୍ରଭାକର ଚୋର ନା ଯିଏ ଯୌତୁକ ମାଗୁଛି ସିଏ ଚୋର?”

ରଘୁସିଂହ ହସି କହିଲେ, “ବାସ୍ତବିକ୍, ଏହା ଭାବିବାର କଥା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ