ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କିନ୍ତୁ!

                ଏହା ଶୁଣି ଲୋକଟି ହଠାତ୍ ରାଗିଯାଇ କହିଲା, “ଚୋପ୍! ମୋର କେଉଁ ଗରଜ ଅଛି ଯେ ତୋତେ ସେକଥା କହିବା ପାଇଁ? ତୁ ନିଜେ ଯାଇ ଦେଖୁନୁ?” ଏହାପରେ ଲୋକଟା ହରିହରକୁ ଗାଳି ଦେବାକୁ ଲାଗିଲା । ଗୋଟାଏ ପାଗଳର ପ୍ରଳାପ ବୋଲି ହରିହର ସେ ଗାଳିଗୁଲଜରେ ଆପଣା ମନ ଆଦୌ ଖରାପ କଲା ନାହିଁ ସିନା, କିନ୍ତୁ ଭୂତମାନଙ୍କଠାରୁ ଟଙ୍କା ମିଳିବା ଯେ ସମ୍ଭବ, ଏକଥାଟି ମାତ୍ର ସେ ଭୁଲି ପାରିଲା ନାହିଁ ।

                ରାତିରେ ସେ ବଣ ଭିତରେ ପଶିଲା ଓ ଦମ୍ଭ ଧରି ଭଙ୍ଗା ଦେଉଳ ପାଖରେ ଥିବା ବରଗଛଗୁଡିକ ଆଡେ ଚାଲିଲା । ସେତେବେଳେ ତ ଜହ୍ନରାତି ହୋଇଥାଏ । ତେଣୁ ସବୁ ଦେଖା ଯାଉଥାଏ । ସେ ଦେଖିଲା, ଗୋଟାଏ ଧୋବଧାଉଳିଆ ଭୂତ ବରଗଛରୁ ଓହଳିଛି ।

                ହରିହର ସେ ଗଛ ମୂଳରେ ବସିପଡି କାନ୍ଦ ବୋବାଳି ଛାଡିଲା । ତା’କାନ୍ଦ ଶୁଣି ଭୂତ ସଙ୍ଗେ ସଙ୍ଗେ ଓହ୍ଲାଇ ଆସି ଦରଦୀ ଗଳାରେ ତାକୁ ପଚାରିଲା, “ଏ ଭାଇ, କଥା କ’ଣ? କାହିଁକି କାନ୍ଦୁଛୁ? ମୁଁ କାହାରି ଦୁଃଖ ସହିପାରେ ନାହିଁ । କ’ଣ ହୋଇଛି କହ!”

                ତହୁଁ ସେ ହରିହର ମିଛରେ ଗୁଡାଏ ଦୁଃଖ କାହାଣୀ ଗପିଲା ଓ କହିଲା, “ପଇସାପତ୍ର ଅଭାବରେ ମୁଁ ଏପରି ହରକତ୍ ହେଲିଣି ଯେ ଆଉ ବଂଚି ରହିବା ପାଇଁ ମୋର ତିଳେ ବି ଅଭିଳାଷ ନାହିଁ ।”

“ପଇସା ଦରକାର? ଏଇ କଥା ତ? କହୁନୁ?” ଏତିକି କହି ସେ ଭୂତ ଦୌଡିଯାଇ ଗୋଟାଏ ଅନ୍ଧାରୁଆ ସ୍ଥାନରୁ ହାଣ୍ଡିଟିଏ ନେଇ ଆସିଲା । ତହିଁ ଭିତରେ ସୁନା ଟଙ୍କା ଥାଏ ।

“ଏଇଟା ନେଇ ଯା । ଏଥିରେ ତୋ’ର ସବୁ ଦୁଃଖ ନିଶ୍ଚୟ ମେଂଟିଯିବ ।” ଏକଥା କହି ଭୁତ ହରିହରର ହାତକୁ ତାହା ବଢାଇ ଦେଲା ।

ହାଣ୍ଡି ଭିତରକୁ ଚାହିଁଦେଇ ହରିହରର ଆଖି ଖୋସି ହୋଇଗଲା । ତା’ପରେ ସେ କହିଲା “ଭୁତ ଭାଇ! ତମକୁ କେମିତି ଧନ୍ୟବାଦ ଦେବି ତାହା ମୁଁ ବୁଝିପାରୁ ନାହିଁ!”

ହରିହରର କଥା ଶୁଣି ସେ ଭୂତ ହସିଲା ଓ କହିଲା, “ନା, ନା, ଚିନ୍ତା କର ନାହିଁ । ମୁଁ କାହାରି ଦୁଃଖ ସହିପାରେ ନାହିଁ । ତେଣୁ ଏହା ଦେଲି । ଏହା ହିଁ ମୋର ସ୍ୱଭାବ । ସେଥିପାଇଁ ତମର ମୋତେ ଧନ୍ୟବାଦ ଦେବା କିଛିବି ଦରକାର ନାହିଁ ।”

ହରିହର ସେ ହାଣ୍ଡି ଧରି କେଇପାଦ ଯାଇଛି, ଆଉ ଦୁଇଟା ଭୂତ ତା’ ଆଡେ ମାଡି ଆସି ହାଣ୍ଡି ଭିତରକୁ ଅନାଇଲେ ଓ କହିଲେ, “ଆରେ, ଆରେ, ଏ ଲୋକଟା କେଡେ ଭାଗ୍ୟବାନ! ହାଣ୍ଡିଏ ସୁନା ଟଙ୍କା ପାଇଗଲା!” ଏହା କହି ସେମାନେ ହାଣ୍ଡିଟି ଧରି ଝିଙ୍କିଦେବା ମାତ୍ରେ ତାହା ମାଟିରେ ପରିଣତ ହୋଇଗଲା ଓ ତହିଁ ଭିତରେ ଥିବା ସୁନା ଟଙ୍କାତକ ଖପରା ପାଲଟି ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ