ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁକର୍ମର ବିଷଫଳ

       ଆଶ୍ରମକୁ ପ୍ରବଳ ଟେକା ପଥର ମାଡ ହେବାରୁ ଆଶ୍ରମ ଭାଙ୍ଗିଗଲା । ତା’ ସହିତ ସାଧୁବାବାଙ୍କର ଧ୍ୟାନ ବି ଭାଙ୍ଗିଗଲା । ଏବେ ସାଧୁ ବାହାରକୁ ଆସି ଦେଖିଲେ ନଟର ଏ କାମ । ସୁତରାଂ ଭୀଷଣ ରାଗିଯାଇ କମଣ୍ଡଳୁରୁ ମନ୍ତୁରା ଜଳ ନଟ ଉପରକୁ ଫିଙ୍ଗି କହିଲେ, “ଏବେଠାରୁ ବାରଘଂଟା ଭିତରେ ତୁ ଏକ ଅଚଳ ବୃକ୍ଷ ପାଲଟି ଯାଆ ।”

       ପରଦିନ ନଟ ଏକ ବୃକ୍ଷ ପାଲଟିଗଲା । ବଟ ଏହା ଦେଖି ଭାରି ଦୁଃଖିତ ହେଲା । ଭାଇ ମନ ତ ଆଉ କି ସମ୍ଭାଳେ । ସେ ଠିକ୍ କଲା କୌଣସି ପ୍ରକାରେ ସାଧୁବାବାଙ୍କୁ ସନ୍ତୁଷ୍ଟ କରାଇ ଭାଇକୁ ଏଭଳି ବିପଦରୁ ରକ୍ଷା କରିବ ।

       ତହୁଁ ସେ ଚାଲିଲା ସାଧୁଙ୍କ ଆଶ୍ରମକୁ । ସେ ମନଦୁଃଖରେ ଆସି ସାଧୁଙ୍କର ଆଶ୍ରମକୁ ସଫାସୁଫି କରି ପରିଷ୍କାର କରିଦେଲା । ପଥର ମାଡରେ ଯେଉଁ ଭଙ୍ଗାରୁଜା ହୋଇଥିଲା ତାକୁ ସଜାଡିଲା । ଆଶ୍ରମର ପୂର୍ବାବସ୍ଥାକୁ ଫେରାଇ ଆଣିଲା । ସେତେବେଳେ ସାଧୁବାବା କୁଆଡେ ବାହାରକୁ ଯାଇଥିଲେ । ସବୁକାମ ଶେଷକରି ବଟ ବାବାଙ୍କ ଫେରିବା ବାଟକୁ ଚାହିଁ ରହିଲା ।

       ସଂଧ୍ୟାବେଳକୁ ସାଧୁବାବା ଫେରି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ବଟ ହାତର ଚମତ୍କାର ଦ୍ୱାରା ଆଶ୍ରମ ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯାଇ ଝଟକୁଥିଲା । ଏବେ ସାଧୁଙ୍କର ରାଗ ଶାନ୍ତ ହୋଇଗଲା । ସେ ହସି ହସି ବଟକୁ କହିଲେ, “ବତ୍ସ! ଏବେ ମୁଁ ତୁମ ଆଚରଣରେ ଖୁବ୍ ଖୁସି । କି ବର ମାଗୁଛ ମାଗ?”

       ନିଜର ଭାଇ ନଟକୁ ଅଭିଶାପ ମୁକ୍ତ କରିଦେବା ଲାଗି ବଟ ବର ମାଗି ବସିଲା । ହେଲେ ସାଧୁବାବା ଏଥିରେ ରାଜି ହେଲେ ନାହିଁ, “ତେବେ ମୋତେ ମଧ୍ୟ ସେହି ବୃକ୍ଷ କରି ଦିଅନ୍ତୁ ବୋଲି ବଟ କହିଲା ।”

       ଏଥର ସାଧୁବାବା ତଥାସ୍ତୁ କହି ପୁଣି କହିଲେ, “ତୁମେ ଦୁହେଁ ଆପଣାଆପଣା ସ୍ୱଭାବ ଅନୁସାରେ ଅଲଗା ଅଲଗା ହୋଇଯାଅ ।” ସତକୁ ସତ ନଦୀ କୂଳରେ ଦୁଇଟି ବୃକ୍ଷ ଠିଆ ହୋଇଗଲା । ଗୋଟିକରେ ଫଳିଲା ସ୍ୱାଦିଷ୍ଟ ଫଳ ଯାହାକୁ ଖାଇ ଲୋକମାନେ ଖୁସି ହେଲେ ଓ ଅନ୍ୟଟି ଥିଲା ବିଷଫଳ ଯାହାକୁ ଖାଇ ଲୋକ ମଲେ । ସୁତରାଂ ସେ ଗଛପାଖ କେହି ମାଡିଲେ ନାହିଁ ।

       ସୁତରାଂ ମଣିଷର ସ୍ୱଭାବ ହିଁ ତାକୁ ଅନ୍ୟମାନଙ୍କ ପାଖରେ ପ୍ରିୟ ଓ ଅପ୍ରିୟ କରିଦେଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ