ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁକୁର ଏବଂ ଗଧର କାହାଣୀ

         କୁକୁର କଥା ଶୁଣି ଗଧ କହିଲା, “ଭାଇ! ତୁମେ ଏପରି କୁହ ନାହିଁ । ଯାହା ହେଲେ ମଧ୍ୟ ସେ ଆମର ପାଳନକର୍ତ୍ତା । ତାଙ୍କର ଅମଙ୍ଗଳ ଚିନ୍ତା କରିବା ଉଚିତ୍ ନୁହେଁ ।” ଗଧର କଥା ଶୁଣି କୁକୁର କହିଲା, “ବନ୍ଧୁ! ତୁମେ ସେ ସବୁ କଥା କିଛି ଜାଣି ନାହଁ । ମୁନିବର ଯେତେବେଳେ ଦରକାର ସେତେବେଳେ ସେ ମଧୁର କଥା କହିବ । ମୁନିବର କାମ ସରିଗଲାପରେ ସେ ଖରାପ ବ୍ୟବହାର ଦେଖାଇବ ।” କୁକୁରର ଏପରି କଥାବାର୍ତ୍ତା ଶୁଣି ଗଧ ଖୁବ୍ ରାଗିଗଲା । କୁକୁରକୁ କହିଲା, ‘ଦେଖ! ବନ୍ଧୁ ତୁମେ ଯାହା କରୁଛ କର, ମୁନିବର ଘରକୁ ଚୋରଟି ପଶିଗଲାଣି । ଦୟାକରି ତୁମେ ଜୋର୍ରେ ଭୁକ । ତୁମେ ତୁମର କର୍ତ୍ତବ୍ୟରେ ଅବହେଳା କରନାହିଁ । ତୁମେ ଯଦି ବର୍ତ୍ତମାନ ନ ଭୁକିବ ମୁଁ ଜୋର୍ରେ ବୋବାଇବି । ମୋର ପାଟି ଶୁଣିଲେ ମୁନିବର ନିଦ ଭାଙ୍ଗିଯିବ । ମୁନିବର ନିଦ ଭାଙ୍ଗିଗଲେ ଚୋରଟି ପଳାଇିଯିବ ।

         ଏହାକହି ଗଧଟି ଜୋର୍ରେ ବୋବାଇବାକୁ ଲାଗିଲା । ଗଧର ପାଟି ଶୁଣି ମୁନିବର ନିଦ ଭାଙ୍ଗିଗଲା । ସେ ସଂଗେ ସଂଗେ ରାଗିଯାଇ ହାତରେ ଗୋଟେ ବାଡିଧରି ଗଧକୁ ଆସି ଜୋର୍ରେ ପିଟିଲା । ଶେଷରେ ଗଧଟି ଭୂଇଁ ଉପରେ ପଡି ଶେଷ ନିଃଶ୍ୱାସ ତ୍ୟାଗ କଲା । ଗଧଟି ପ୍ରକୃତରେ ତାର ମୁନିବର ମଙ୍ଗଳ ଚାହୁଁଥିଲା । କିନ୍ତୁ ମୁନିବ ଗଧକୁ ସେତିକି ବୁଝିପାରିଲା ନାହିଁ । କୁକୁରଟି ପ୍ରତିଦିନ ମୁନିବ ଦେହରେ ଘସି ହୁଏ । ତାର ଲାଞ୍ଜକୁ ହଲାଇ, ଜିଭ ଲହ ଲହ କରି ପାଟିରୁ ଲାଳ ଗଡାଏ । ଦରକାର ପଡିଲେ ମୁନିବକୁ ଖୁସି କରିବାପାଇଁ ଆଗ ଦୁଇଗୋଡ ମଧ୍ୟ ଟେକି ଦିଏ । ମୁନିବ ମଧ୍ୟ କୁକୁରର ଏପରି ଆଚରଣ ଦେଖି ଖୁସି ହୁଏ । କିନ୍ତୁ ମୁନିବ ସାମାନ୍ୟ ସ୍ନେହରେ ଭୁଲିଯାଇ କୁକୁରକୁ ଆଦର କଲା, ଅଥଚ ଯିଏ ପ୍ରକୃତରେ ଉପକାରୀ ତାକୁ ପିଟି ପିଟି ମାରିଦେଲା । ଜଣେ ସେବକ ସର୍ବଦା ତା’ର ମୁନିବ ପ୍ରତି ଅନୁରକ୍ତ ରହିବା ଆବଶ୍ୟକ । ଯେମିତି ଗଧଟିଏ ରହିଥିଲା । ହେଲେ ଶେଷରେ ଗଧଟି ପାଇଲା କ’ଣ । ରାଜାଟିଏ ଯେପରି ମନରେ ଦୟା, ଧର୍ମକୁ ମୁଖ୍ୟ ସ୍ଥାନ ଦେଇଥାଏ, ସେହିପରି ମୁନିବର ହୃଦୟରେ ମଧ୍ୟ ଦୟା, ଧର୍ମ ରହିବା ଆବଶ୍ୟକ । ଯେଉଁ ବ୍ୟକ୍ତିର ହୃଦୟରେ ଦୟା ଭାବ ନଥାଏ, ଯିଏ ଭଲ ମନ୍ଦର ବିଚାର କରିପାରେ ନାହିଁ ସେ ମନୁଷ୍ୟ ନୁହେଁ ସେ ପଶୁ ପଦବାଚ୍ୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ