ବିଲୁଆ ତ ଅତି ବୁଦ୍ଧିଆ । ସେ କହିଲା, ‘ସେମାନଙ୍କୁ ଭୋକ ହେଲାଣି । ଭୋକ ହେଲେ ସେମାନେ ସିଂହର କଲିଜା ଖାଆନ୍ତି ।’ ସିଂହ ଯେମିତି ତା’ କଥା ଶୁଣିପାରିବ, ସେଥିପାଇଁ ବିଲୁଆ ବଡ ପାଟିରେ ଏହି କଥା କହିଲା ।
ଏଣେ କୁକୁର ବି କମ୍ ବୁଦ୍ଧିଆ ନୁହେଁ । ସେ କହିଲା, ‘ମୁଁ ଯେଉଁ ସିଂହ କଲିଜା ରଖିଛି, ତାକୁ ସେମାନଙ୍କୁ ଖାଇବାକୁ ଦେ ।’
ଏକଥା ଶୁଣି ସେ ବିଲୁଆ କହିଲା, ‘ତୁ ରଖିଥିବା କଲିଜାଟା ଶୁଖିଗଲାଣି । ଆଉ ମୋ ଛୁଆମାନେ ଶୁଖିଲା କଲିଜା ଖାଆନ୍ତି ନାହିଁ ।’
ତହୁଁ କୁକୁର କହିଲା, ‘ତାହେଲେ ଠିକ୍ ଅଛି । ଟିକିଏ ଅପେକ୍ଷା କର । ସିଂହଟାଏ ଗୁମ୍ଫା ଆଡକୁ ଆସୁଛି । ମୁଁ ତାକୁ ମାରି ଏଇକ୍ଷଣି ତୋ ଛୁଆ ପାଇଁ ସଜ କଲିଜା ଆଣି ଦେବି ।’
ଏକଥା ଶୁଣି ସିଂହ ଡରରେ ଏକଦମ୍ ଛାନିଆ । ସେ ସିଂହ ଭାବିଲା, ‘ବୋଧେ ମୋଠାରୁ ବଳୁଆ ପ୍ରାଣୀମାନେ ମୋ ଗୁମ୍ଫାରେ ଆସି ରହିଲେଣି । ଆଉ ଏଠି ରହିଲେ ମୋ ପାଇଁ ବିପଦ ।’
ଏହା ଭାବି ସିଂହ ଭୟରେ ସେଠାରୁ ଧାଇଁ ପଳାଇଗଲା ।