ସୀତାରାମଙ୍କର ଅରୁଣା ବୋଲି ଗୋଟିଏ ଝିଅ ଥିଲା । ସେ ଦେଖିବାକୁ ବଡ ସୁନ୍ଦର ଥିଲା । ନିକଟରେ ଥିବା ଗ୍ରାମର ବୀରଦାସ ଦିନେ ସୀତାରାମଙ୍କ ପାଖକୁ ଏହି ଖବର ପଠାଇଲେ କି ସେ ତାଙ୍କ ପୁଅ ଜୟନ୍ତ ସହିତ ଅରୁଣାର ବିବାହ ଦେବାକୁ ଚାହାଁନ୍ତି । ତା’ପରେ ସୀତାରାମ ତାଙ୍କ ଘର ବିଷୟରେ ସବୁ ଖବର ସଂଗ୍ରହ କରିବାକୁ ଗଲେ ।
ବୀରଦାସ ପଢାପଢି କରିଛନ୍ତି, ଶିକ୍ଷିତ ଓ ଧନୀ ଉଭୟ, ସେ ସୀତାରାମଙ୍କର ସତ୍କାର କରି କହିଲେ, “ମୁଁ ଆପଣଙ୍କର ଝିଅ ବିଷୟରେ ବହୁତ ଶୁଣିଛି । ମୁଁ ସେହିଭଲ ଝିଅଟିକୁ ବୋହୁ କରିବାକୁ ଚାହେଁ । ମୋର ଯୌତୁକ ଆଦି କିଛି ଦରକାର ନାହିଁ । ବିବାହ ଉତ୍ସବରେ ମଧ୍ୟ ଏତେ ଗୁଡାଏ ଖର୍ଚ୍ଚ କରିବାକୁ ମୁଁ ଆଦୌ ପସନ୍ଦ କରେ ନାହିଁ । ବୈଦିକ ମତେ ବିବାହ କରିବା ପରେ ବୋହୁକୁ ମୋ ଘରକୁ ପଠାଇ ଦେବେ ।”
ଜୟନ୍ତ ମଧ୍ୟ ଦେଖିବାକୁ ସୁନ୍ଦର ଓ ବିନୟୀ । ସୀତାରାମଙ୍କର ମନେ ହେଲା ଏହି ବିବାହଟି ବଡ ଭଲ ଭାବରେ ହେବ । ଏଣୁ ସେ ଘରକୁ ଫେରି ସମସ୍ତିଙ୍କୁ ଏକଥା କହିଲେ । ତାଙ୍କକଥା ଶୁଣି ସମସ୍ତେ ଭାରି ଖୁସି ହେଲେ ।
ଠିକ୍ ସେହି ସମୟରେ ଶାନ୍ତାରାମ ନାମକ ଏକ ବ୍ୟକ୍ତି କିଛି ଖରାପ ଖବର ନେଇ ସେଠାକୁ ଆସିଲେ । ସେ ସୀତାରାମଙ୍କୁ କହିଲେ, “ବୀରଦାସ କାହା ସହିତ କଥା କହୁ କହୁ କହିଲେ ସୀତାରାମଙ୍କ ପରିବାର ଦରିଦ୍ର ପରିବାର । ଅରୁଣା ପରି ଝିଅ ସେଠାରେ ଭୁଲ୍ରେ ଜନ୍ମ ହୋଇ ପଡିଛି । ମୁଁ ତାକୁ ସେଠାରୁ ଉଦ୍ଧାର କରିବାକୁ ଚାହେଁ । ତେଣୁ ବିନା ଯୌତୁକରେ ତାକୁ ବୋହୁ କରି ଆଣିବାକୁ ମୁଁ ରାଜି ହୋଇଗଲି । ଭିକାରୀଠାରୁ କ’ଣ କେବେ କିଏ ଧନ ନିଏ? ସେ ଧନ ଦେବାକୁ ରହିଥିଲେ, ମାତ୍ର ମୁଁ ମନା କରିଲି ।”
ଶାନ୍ତାରାମଙ୍କଠାରୁ ଏପ୍ରକାର କଥା ଶୁଣି ସୀତାରାମ ବଡ ଦୁଃଖିତ ହେଲେ ଓ ବିବାହ ପ୍ରସ୍ତାବ ଭାଙ୍ଗି ଦେବା ପାଇଁ ମନସ୍ଥ କଲେ । ସେତେବେଳେ ସୀତାରାମଙ୍କ ପିତା ରଘୁରାମ କହିଲେ, “ବୀରଦାସ ତୋ ସହିତ ଭଲ ବ୍ୟବହାର କରିଥିଲେ । ସେ ତ ତାଙ୍କ ନିଜ ପଟରୁ ବିବାହ ପ୍ରସ୍ତାବ ରଖିଥିଲେ । କିପରି ସ୍ଥଳେ ସେ ଏପରି ଯଦି କରିଥିବେ, ତେବେ ତାହାର ଅନ୍ୟ କିଛିବି କାରଣ ଥିବ । ଏଠାରୁ ସେଠାରୁ କଥା ଶୁଣିବା ଅପେକ୍ଷା ବରଂ ତୁ ନିଜେ ଯାଇ ତାଙ୍କ ସହିତ କଥାବାର୍ତ୍ତା କରି ଆସେ ।”
ଏହି କଥାଟି ସୀତାରାମଙ୍କୁ ଠିକ୍ ଲାଗିଲା । ଏହାପରେ ସେ ତାଙ୍କ ମନେ ମନେ ସ୍ଥିର କଲେ କି ବୀରଦାସଙ୍କ ଘରକୁ ଯାଇ ତାଙ୍କୁ ବେଶ୍ କଡା କରି ଗାଳି ଦେଇ ସେଠାରୁ ଫେରିବେ ।
ସେଠାକୁ ଯିବା ରାସ୍ତାରେ ସେ ଜଣେ ଚାଷୀକୁ ଭେଟିଲେ । ସେ ବୀରଦାସଙ୍କୁ ନିଜ ଜମିର କିଛି ଅଂଶ ଶସ୍ତାରେ ବିକିଛି । ସେ ସମ୍ପର୍କରେ ମଧ୍ୟ ବୀରଦାସ କହିଥିଲେ ଯେ ସେହି ଜମି ପଡିଆ ପଡିଥିଲା, ତଥାପି ମଧ୍ୟ ମୁଁ ପଇସା ଖର୍ଚ୍ଚ କରି କିଣିଲି । କାରଣ ସେହି ଚାଷୀଟି ଦରିଦ୍ର ଓ ମୁଁ ଜମି କିଣିବା ଆଳରେ ତାକୁ ଧନ ଦାନ କଲି ।” ଏକଥା ଶୁଣି ସେ ଚାଷୀଟି ମଧ୍ୟ ବୀରଦାସଙ୍କ ପାଖକୁ ଏକଥା ପଚାରିବାକୁ ଯାଉଛି । ସୀତାରାମ ସେ ଚାଷୀଟିକୁ କହିଲେ, “ତୁମପରି କୌଣସି କାମ ନେଇ ମୁଁ ମଧ୍ୟ ତାଙ୍କ ପାଖକୁ ଯାଉଛି । ଭଲ ହେଲା ଏଥର ଆମେ ଦୁହେଁ ଏକାଠି ସେଠାକୁ ଯିବା ।”