ଏମାନେ କିଛି ବାଟ ଯାଇଛନ୍ତି ହଠାତ୍ ଦେଖିଲେ ଜଣେ ବେପାରୀ ତା’ର ଘୋଡା ଗାଡିକୁ ମରାମତି କରୁଛି । ଥରେ ତା’ର ଆର୍ଥିକ ଅବସ୍ଥା ଯେତେବେଳେ ବହୁତ ଖରାପ ଥିଲା । ସେତେବେଳେ ବୀରଦାସ ତାକୁ ଟଙ୍କା କରଜ ଦେଇଥିଲେ । ତାକୁ ନେଇ ସେ କ୍ରମେ ତା’ ବ୍ୟବସାୟରେ ଲାଭବାନ୍ ହେଲା ଓ ତାଙ୍କ ଟଙ୍କା ସବୁ ଫେରାଇଦେଲା । ସେଥିପାଇଁ କୃତଜ୍ଞତା ସ୍ୱରୂପ ପ୍ରତ୍ୟେକ ବର୍ଷ ସେ ତାଙ୍କୁ ମୂଲ୍ୟବାନ୍ ଉପହାର ସବୁ ଦିଏ । ତଥାପି ମଧ୍ୟ ସେ ଶୁଣିଲା କି ବୀରଦାସ ତାକୁ କହୁଛନ୍ତି ଯେ ସେ ଜଣେ କୃତଘ୍ନ, ଦେଖା କରିବାକୁ ମୋଟେ ଯାଏ ନାହିଁ । ତେଣୁ ସେକଥା ପଚାରିବାକୁ ଆଜି ସେ ମଧ୍ୟ ସେଠାକୁ ଯାଉଛି । ଏବେ ସେ ବେପାରୀ ଜଣକ ଠିକ୍ ଜାଣିଲା ଯେ ଏମାନେ ମଧ୍ୟ ପଚାରିବାକୁ ଯାଉଛନ୍ତି ତେବେ ସେ କହିଲା, “ମୋର ଗାଡି ଠିକ୍ ହୋଇଗଲାଣି ଏବେ ଆସ ତିନିଜଣ ମୋ ଗାଡିରେ ବସି ଯିବା ।”
ଗାଡିରେ ତିନିଜଣ କିଛିଦୂର ଯିବା ପରେ ବାଟରେ ସେମାନେ ଜଣେ କବିଙ୍କୁ ଦେଖିଲେ । ସେ କହିଲେ, “ବୀରଦାସ ମୋର ପରିଚୟ ଜଣେ ଜମିଦାର ସହିତ କରାଇଲେ, ମୁଁ ତାଙ୍କ ଦୟାରୁ ଧନ ଓ ସୁନାମ ଉଭୟ ଅର୍ଜନ କଲି । କିନ୍ତୁ ମୁଁ ଶୁଣିଲି ଯେ ମୁଁ କୌଣସି କାବ୍ୟ ବୀରଦାସଙ୍କ ନାନୀରେ ଲେଖି ନାହିଁ ବୋଲି ମୋ ବିରୁଦ୍ଧରେ ସେ ଅଭିଯୋଗ କରୁଛନ୍ତି । ହେଲେ ପ୍ରଥମେ ତ ମୁଁ ତାଙ୍କ ବିଷୟରେହିଁ କବିତା ଲେଖିଥିଲି । କିନ୍ତୁ ସେ ମୋ କବିତାଟି ଶୁଣି ସାରିବା ପରେ କହିଲେ, “ମୁଁ ତ ଜଣେ ସାଧାରଣ ବ୍ୟକ୍ତି । ମୁଁ କ’ଣ ଏହି କବିତା ପାଇଁ ଯୋଗ୍ୟ?” ଏପରି ସ୍ଥଳେ ଏବେ ସେ ମୋର ଖାଲି ନିନ୍ଦା କରିଚାଲିଛନ୍ତି । ମୁଁ ମଧ୍ୟ ଏହିପରି ପଛକୁହା କଥାକୁ ଭୀଷଣ ଚିଡେ । ମୁଁ ମଧ୍ୟ ଆଜି ସେଠାକୁ ଯାଇ ସଫା କଥା କହିବି । ମୋତେ କହିଥିଲେ ତ ମୁଁ କବିତାଟିଏ ତାଙ୍କ ନାମରେ ଲେଖି ଦେଇଥା’ନ୍ତି । ଏପରି ପଛରେ କହିବାର ମାନେ କ’ଣ? ଏଣୁ ଆଜି ମୁଁ ମଧ୍ୟ ତାଙ୍କ ପାଖକୁ ଏହି କଥା ପଚାରିବାକୁ ଯାଉଛି ।”
ଏହାପରେ ସେ ମଧ୍ୟ ଗାଡିରେ ସେହି ତିନିଜଣଙ୍କ ସହିତ ବସିଗଲେ, ତାଙ୍କ ଘରେ ପହଁଚିବାକୁ ସଂଧ୍ୟା ପ୍ରାୟ ହୋଇଗଲା । ସେମାନେ ସେଠାରେ ପହଁଚି ଦେଖିଲେ ବୀରଦାସ ତାଙ୍କ ବାରଣ୍ଡାରେ ବସି କାହା ସହିତ କଥାବାର୍ତ୍ତାରେ ମଗ୍ନ ଥା’ନ୍ତି । ଗାଡିରୁ ଚାରିଜଣ ଓହ୍ଲାଇ ତାଙ୍କ ପାଖକୁ ଗଲେ । ସେମାନଙ୍କୁ ଦେଖି ସେ କହିଲେ, “ଆରେ ହଠାତ୍ ଆପଣମାନେ କିପରି ଆସିଲେ? ଅହୋ ଭାଗ୍ୟ; ଏପରି ଚାରିଜଣ ଆତ୍ମୀୟଙ୍କୁ ଏକାଠି ଦେଖି ମୋର ମନ ବଡ ପ୍ରଫୁଲ୍ଲିତ ହୋଇଛି ।” ତା’ପରେ ସେ ସେମାନଙ୍କୁ ଭିତରକୁ ନେଇ ସେମାନଙ୍କର ସ୍ୱାଗତ ସତ୍କାର ଅତି ସୁନ୍ଦର ଭାବରେ କରିବା ପାଇଁ ଚାହିଁଲେ । ତାଙ୍କର ଏଭଳି ବ୍ୟବହାରରେ ଯେଉଁ ଆନ୍ତରିକତା ଥିଲା ତାହା ଦେଖି ସେମାନେ ଚୁପ୍ ଚାପ୍ ରହିଗଲେ । ତାଙ୍କ ମୁହଁରୁ ଆଉ ଗୋଟିଏ ମଧ୍ୟ ଶବ୍ଦ ବାହାରିଲା ନାହିଁ । କିନ୍ତୁ ମନ ମଧ୍ୟରେ ଶତୃତା ଥିବାରୁ ସେମାନେ ଭିତରକୁ ଯିବା ପାଇଁ ସଙ୍କୁଚିତ ଭାବ ଦେଖାଇଲେ ।
ସେତେବେଳେ ପିଣ୍ଡାରେ ବସିଥିବା ଅନ୍ୟ ଲୋକଟି କହିଲା “ମହାଶୟ, ଆପଣ ତ କାହିଁ ମୋ କଥା ଉପରେ ନିଜର କିଛି ମତ ଦେଲେ ନାହିଁ?”
ବୀରଦାସ କହିଲେ “ସେଥିରେ ମତ ଦେବାର କ’ଣ ଅଛି? ମୁଁ ତ ତୁମକୁ କଥା ଦେଇଛି । ଯେମିତି ହେଉ ପଛେ ମୁଁ ତ ସେକଥା ପୂର୍ଣ୍ଣ କରିବି ବୋଲି କହିଛି ।”
ତା’ପରେ ସେ ଲୋକଟି ପିଣ୍ଡାରୁ ଓହ୍ଲାଇ, ଆଗନ୍ତୁକମାନଙ୍କ ନିକଟକୁ ଆସି କହିଲା, “ମହାଶୟ, ଆପଣମାନେ ତାଙ୍କର ଘନିଷ୍ଠ ଲୋକଥିଲେ ତାଙ୍କୁ ଟିକିଏ ବୁଝାଇ କୁହନ୍ତୁ । ତେବେ ଯାଇ ମୋର ବହୁତ ଉପକାର ହେବ ।” ତା’କଥା ଶୁଣି ଏ ଚାରିଜଣ ଯାକ ଖୁବ୍ ବ୍ୟସ୍ତ ହୋଇ ପଡିଲେ ଏହା ଜାଣିବାକୁ ଯେ “ତା’ର କ’ଣ ଅସୁବିଧା ହୋଇଛି ।”
ସେହି ଗ୍ରାମରେ ବୀରଦାସଙ୍କର ଆଉ ଏକ ଘର ରହିଛି । ପ୍ରଥମେ ତ ସେ ସେହି ଘରେ ରହୁଥିଲେ । ଏବେ ବେଶି ସମୟ ରହୁ ନ ଥିବାରୁ ଘର ଅଯତ୍ନ ଯୋଗୁଁ ନଷ୍ଟ ହେଉଛି । ସୁରଜ ନାମକ ଜଣେ ଚାଷୀ ଘରଟି କିଣିନେବାକୁ କହିବାରୁ ସେ ତାକୁ ପ୍ରାୟ କଥା ଦେଇଦେଲେ । ତେଣୁ ସେ ବିଚାରା ଟଙ୍କା ଏକାଠି କରିବାରେ ଲାଗିଗଲା । ସେହି ଗ୍ରାମର ଗଣନାଥ ନାମକ ବ୍ୟକ୍ତି ଏକଥା ଶୁଣିଲା ଓ ବୀରଦାସଙ୍କର ବହୁତ ପ୍ରଶଂସା କଲା । ତେବେ ତିରସ୍କାର ସ୍ୱରରେ ସେ କହିଲା, “ସେହି ଘରେ ତ ଭୂତପ୍ରେତଙ୍କ ନିବାସସ୍ଥାନ । ବିକାମୂଲ୍ୟରେ ନେବାକୁ ମଧ୍ୟ କେହି ଚାହିଁବ ନାହିଁ । ମୁଁ ତ ଧନ ଦେଇ ବିଶୁଛି । ସେଥିରେ କ’ଣ ହେଲା? ମୋର ନା ତାଙ୍କର? ମୋର ଦରକାର ଥିଲା, ନେଲି ବାସ୍ ।”
ଏବେ ଗଣନାଥ କହୁଛି ଯେ ଏତେ ସୁନ୍ଦର ଘର ଶସ୍ତାରେ କାହିଁକି ଦେଇ ଦେଲେ? ତାକୁ ଦେଲେ ସେ ସାରା ଜୀବନ କୃତଜ୍ଞ ରହନ୍ତା । କିନ୍ତୁ ବୀରଦାସ ନିଜ କଥା ରୂପ ଘପରେ ଅଟଳ ।
ସୀତାରାମ ଓ ଅନ୍ୟମାନେ କିଛି କହିବା ପୂର୍ବରୁ ବୀରଦାସ ନିଜେ, କହିଲେ, “ମଣିଷ ଯେତେବେଳେ ସମ୍ମୁଖରେ ନ ଥାଏ, ଅନ୍ୟମାନେ ତା’ ନାମରେ ଅନେକ କଥା, ସତମିଛ ଯୋଡିକି କୁହନ୍ତି । ମୁଁ ସେ ସବୁର ପକ୍ଷଗାତୀ ନୁହେଁ । କାରଣ ସେସବୁର କୌଣସି ମୂଲ୍ୟ ନାହିଁ । ସମ୍ମୁଖରେ ଯିଏ ଥିବ ତାକୁ ସିଧା କହିଲେ ତହିଁରେ କିଛି ମୂଲ୍ୟ ଅଛି । ତେଣୁ ପଛରେ କିଏ କ’ଣ କହିଲା ସେକଥା ସବୁ ବିଶ୍ୱାସ କରି ବିବ୍ରତ ହେବା ମୋର ରୁଚିବିରୁଦ୍ଧ ଜିନିଷ ।”
ଏକଥା ଶୁଣି ସେ ଚାରିଜଣଙ୍କ ମୁହଁ ହଠାତ୍ ଫିକା ପଡିଗଲା । ଏମାନେ ସବୁ ଅନ୍ୟ ମାନଙ୍କ କଥା ଶୁଣି ରାଗୁଛନ୍ତି, ନିଜକଥା କେବେବି ଭାବିନାହାଁନ୍ତି । ଏବେ ସେମାନେ ଉପଲବ୍ଧି କଲେ କି “ବୀରଦାସ ଯଦି ଆମ କଥାଶୁଣି ତାଙ୍କ ଉପରେ ରାଗିବେ?”
ଏହିକଥା ଉପଲବ୍ଧି କରିବା ପରେ ଜରୁରୀ କାମ ଅଛି କହି ସମସ୍ତେ ଯଥାଶୀଘ୍ର ସେଠାରୁ ଚାଲିଗଲେ । ବୀରଦାସ ବୁଝି ପାରିଲେ ନାହିଁ ଯେ ସେମାନେ ଏତେ ଶୀଘ୍ର କାହିଁକି ଚାଲିଗଲେ ଏହିକଥା ଭାବି ସେ ବଡ ଆଶ୍ଚର୍ଯ୍ୟ ହେଲେ ।
ସୀତାରାମ ଓ ଅନ୍ୟ ତିନିଜଣ ଏବେ ଉପଲବ୍ଧି କଲେ କି ବୀରଦାସଙ୍କ ପରି ପ୍ରକୃତ ବନ୍ଧୁ ଓ ସହାୟକ ବିରଳ । ତାଙ୍କୁ ଆତ୍ମୀୟ ବା ବନ୍ଧୁ ଭାବରେ ପାଇବା ଅତି ଭାଗ୍ୟର କଥା । ସୀତାରାମ ତାଙ୍କ ଝିଅର ବିବାହ କରିବାରେ ନିଜ ମନରେ ଆଉ କୌଣସି ଦ୍ୱନ୍ଦ୍ୱ କି ଦ୍ୱିଧା ରଖିଲେ ନାହିଁ । ସେମାନେ ଏବେ ବୁଝିଗଲେ ଯେ ମଣିଷର ପଛରେ ଯେଉଁମାନେ କୁତ୍ସା କରନ୍ତି ସେମାନଙ୍କୁ ଆଦୌ ବିଶ୍ୱାସ କରିବ ନାହିଁ ।