ଠିକ୍ ଏତିକିବେଳେ ରାସ୍ତାରେ ପହରା ଦେଉଥିବା ପ୍ରହରୀ ହାତରେ ଚୋରଟି ଧରା ପଡିଗଲା । ଯେହେତୁ ଚୋରଟି ଆଶ୍ରମରୁ ଦୌଡି ଆସିଥିଲା, ତେଣୁ ସେଠାରୁ କ’ଣ ଚୋରି କରିଥିବ ବୋଲି ଭାବି ଏବେ ପ୍ରହରୀମାନେ ଚୋରକୁ ଧରି ସନ୍ନ୍ୟାସୀଙ୍କ ପାଖରେ ପହଁଚିଗଲେ ।
ପ୍ରହରୀମାନେ ସନ୍ନ୍ୟାସୀଙ୍କୁ ପଚାରିଲେ, “ଆପଣ ଏହାକୁ ଆପଣଙ୍କ ଆଶ୍ରମରେ ଆଶ୍ରୟ ଦେଇଥିଲେ କି?”
ସନ୍ନ୍ୟାସୀ ହଁ ଭରିବାରୁ ପ୍ରହରୀ କହିଲେ, “ଏ ଜଣେ ଚୋର । ଆପଣ ଏହାକୁ ଖୁଆଇ ପିଆଇ ଆଶ୍ରୟ ଦେଇଥିଲେ ସିନା ହେଲେ ସେ ଆପଣଙ୍କର ନୂଆ ଚାଦରଟି ନେଇ ଯାଇ ପଳାଉଥିଲା ।”
ତହୁଁ ସନ୍ନ୍ୟାସୀ କହିଲେ, “ନାଇଁ ତ, ମୁଁ ତାଙ୍କୁ ଗତରାତିରେ ଆଶ୍ରୟ ଦେଇଛି ସତ, କିନ୍ତୁ ସେ ମୋର ଚାଦର ଚୋରି କରି ନାହାନ୍ତି । ବରଂ ମୁଁ ତାଙ୍କୁ ଦେଇଥିଲି ।”
ସନ୍ନ୍ୟାସୀଙ୍କଠାରୁ ଏଭଳି କଥା ଶୁଣି ପ୍ରହରୀମାନେ ଚୋରକୁ ସେଠାରେ ଛାଡି ଚାଲିଗଲେ । ମାତ୍ର ଆଶ୍ରମରେ ଏକ ଅଚିନ୍ତନୀୟ ଘଟଣା ଘଟିଲା । ସନ୍ନ୍ୟାସୀଙ୍କର ମହାନୁଭବତା ଆଗରେ ଚୋରର ମୁଣ୍ଡ ନଇଁଗଲା । ସେ ତତ୍ କ୍ଷଣାତ୍ ତାଙ୍କର ଗୋଡତଳେ ପଡି ନିଜର ଭୁଲ୍ ପାଇଁ କ୍ଷମା ମାଗିବା ସହିତ ଜୀବନରେ ଆଉ କେବେ ଚୋରି କରିବନାହିଁ ବୋଲି ପ୍ରତିଜ୍ଞା କଲା ।
ସତରେ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଚୋରର କୁପ୍ରବୃତି ବଦଳିଗଲା ଓ ସେ ଜଣେ ସାଧୁ ବ୍ୟକ୍ତି ପାଲଟି ଯାଇ ସେହି ଆଶ୍ରମରେ ହିଁ ରହିଲା ।