ଆଜି ସମସ୍ତଙ୍କୁ ଚିନ୍ତା ଯୁକ୍ତ ଦେଖୁଛି । ଆପଣ ମଧ୍ୟ କୌଣସି କଥାକୁ ଅପେକ୍ଷା କଲା ଭଳି ବସି ଛନ୍ତି, ଏହାର କାରଣ କ’ଣ?
ଏହା ଶୁଣି ମହାରାଜା କହିଲେ –
ଗୋପାଳ ମୁଁ ଗୋଟିଏ ପ୍ରଶ୍ନ କରି ତାର ଉତ୍ତର ଅପେକ୍ଷାରେ ଅଛି । ସେ କଥା ଶୁଣି ତୁମେ କ’ଣ କରିବ? ତାହା ତ ତୁମ୍ଭ ଭାଣ୍ଡ ପଣିଆ ନୁହେଁ, ସେ ଶାସ୍ତ୍ର ଆଲୋଚନା କଥା । ଗୋପାଳ କହିଲେ –
ଥରେ ଦୟା କରି କହନ୍ତୁ, ଶୁଣିଲେ କ’ଣ କିଛି ମାରାତ୍ମକ ଦୋଷ ଅଛି?
ଏହା ଶୁଣି ରାଜା ସେଇ ବଉଳ ପ୍ରଶ୍ନ କଥା କହିଲେ, ତାହା ଶୁଣି ଗୋପାଳ ହାସ୍ୟରେ କହିଲେ –
ଏ ପୁଣି ଗୋଟିଏ କଥାର କଥା ଯେ ଏଥି ସକାଶେ ଲମ୍ବା ଚଉଡା ଉପାଧି ବହନ କରି ବହୁ ଶାସ୍ତ୍ରଜ୍ଞ ଚିନ୍ତାରେ ଏକ ବାର ବିପଦ ଗ୍ରସ୍ତ ହୋଇ ଛନ୍ତି । ମହାରାଜା ଏମାନେ ତେବେ ସବୁ ଠକା ଠକି କରି ଖାଉ ଥିଲେ, ଆଜି ଠକି ଯାଇ ଛନ୍ତି । ଏହା ଶୁଣି ମହାରାଜ କହିଲେ –
ଏଭଳି କଥା କହିବା ତୁମ୍ଭର ଉଚିତ୍ ହେଉ ନାହିଁ । ସାମାନ୍ୟ ପ୍ରଶ୍ନ ବୋଲି କହିଲ, ତୁମ୍ଭେ କ’ଣ ତାର ଉତ୍ତର ଦେଇ ପାରିବ? ଗୋପାଳ କହିଲେ –
ଆଜ୍ଞା ଏହାର ପୁଣି ଗୋଟିଏ ଉତ୍ତର । ନ ଜାଣି କରି କ’ଣ ଗୋପାଳ ଏପରି କହେ, ଶୁଣନ୍ତୁ ମହାରାଜ, କୁହୁଡି ସୃଷ୍ଟି ହୋଇ ଥିଲା କାହିଁକି? ଆମ୍ବକୁ ନଷ୍ଟ କରିବା ନିମନ୍ତେ । ଏହାର କାରଣ ଯେତେ ବେଳେ ପରାଶର ମୁନି ମତ୍ସ୍ୟଗନ୍ଧାଙ୍କ ସହିତ ସହବାସ କରିବା ଅଭିପ୍ରାୟରେ ନଦୀର ମଧ୍ୟରେ ଦୀପ (ଟାପୁ ସୃଜନ କରି ଥିଲେ, ଦିନ ବେଳା ମନୁଷ୍ୟ କେହି ଦେଖିଲେ ଧିବର କନ୍ୟା ଲଜ୍ଜା ହେବ ବୋଲି ସେ ମୁନିଙ୍କି କହିବାରୁ, ପରାଶର ମୁନି ଯୋଗ ବଳେ ଲଜ୍ଜା ନିବାରଣ ସକାଶେ ସେହି କୁହୁଡିକୁ ସୃଷ୍ଟି କରି ଥିଲେ । ଏଥି କାରଣରୁ ଚ୍ୟୁତ ବକୁଳକୁ ନଷ୍ଟ ନ କରି ଆମ୍ବଡା ବଉଳକୁ କାହିଁକି ନଷ୍ଟ କରିବ? ଗୋପାଳ ଭାଣ୍ଡର ଏହି ଅଦ୍ଭୁତ ବୁଦ୍ଧି ଚାତୁର୍ଯ୍ୟ ସଭାରେ ଶୁଣି ମହାରାଜା ଓ ଅନ୍ୟାନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ।
ଗୋପାଳକୁ ସମସ୍ତେ ଧନ୍ୟବାଦ ଦେଲେ, ମହାରାଜା ମଧ୍ୟ ପୁରସ୍କାର ଦେଲେ । ଗୋପାଳ ଖୁସି ହୋଇ ଘରକୁ ଗଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।