ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୂଟନୀତି

ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର ରାଜାଙ୍କୁ ସେମାନେ ବାଣିଜ୍ୟ ଶୁଳ୍କ ଦେଉଥିଲେ ।

                ସବୁ ଭଲରେ ଚାଲୁଥିଲା । ହଠାତ୍ ଦିନେ ବିଜୟପୁର ରାଜ୍ୟର ଜଣେ ଦୂତ ଆସି ସୌବୀର ରାଜାଙ୍କୁ କହିଲା, “ମହାରାଜ! ଆମ ମହାରାଜା ଆପଣଙ୍କ ପାଖକୁ ଏହି ସନ୍ଦେଶ ଦେଇଛନ୍ତି କି ଆପଣ ତାଙ୍କର ଜଣେ ସାମନ୍ତ ରାଜା, ଏକଥା ଘୋଷଣା କରିଦେବା ଉଚିତ୍ । ଯଦି ତାହା ନ କରିବେ, ତେବେ ବିଜୟପୁରର ସୈନ୍ୟବାହିନୀ ଆସି ଆପଣଙ୍କ ରାଜ୍ୟ ଆକ୍ରମଣ କରିବେ । ପରିଣତି କ’ଣ ହେବ, ସେକଥା ତ ଆପଣ ଠିକ୍ସେ ବୁଝି ପାରୁଥିବେ!”

                ସୌବୀର ରାଜାଙ୍କୁ ଏ ସମ୍ବାଦ ବିନା ମେଘରେ ବଜ୍ରପାତ ଭଳି ମନେହେଲା । ସେ କିଛି ସମୟ ସ୍ତବ୍ଧ ରହି କହିଲେ, “ଆଚ୍ଛା ଦୂତବର, ଆପଣ ଖାଇପିଇ ସୁସ୍ଥ ହୋଇ ବିଶ୍ରାମ ନିଅନ୍ତୁ । ତା’ପରେ ଯାଇ ଆପଣଙ୍କ ରାଜାଙ୍କୁ କହନ୍ତୁ କି ଆମ୍ଭେ ସପ୍ତାହେ ଭିତରେ ଆମ୍ଭ ପାତ୍ରମିତ୍ରଙ୍କ ସହ ପରାମର୍ଶ କରି ଆମ୍ଭ ସିଦ୍ଧାନ୍ତ ଦୂତ ପଠାଇ ଜଣାଇ ଦେବା ।”

                “ଆପଣଙ୍କ ନିର୍ଦ୍ଧେଶ ମାନିବି ।” ଏହା କହି ସେ ଦୂତ ଜଣକ ସେଦିନଟି ସେଠାରେ ବିତାଇ ପରଦିନ ସେଠାରୁ ସେ ଫେରିଗଲା । ସୌବୀର ରାଜା ନିଜ ମନ୍ତ୍ରୀଙ୍କୁ ପଚାରିଲେ, “କଥା କ’ଣ? ହଠାତ୍ ବିଜୟପୁର ରାଜାଙ୍କର ଏଭଳି ଇଚ୍ଛା କାହିଁକି ହେଲା? ସେ ତ ଜଣେ ଭଲ ମଣିଷ ବୋଲି ଆମ୍ଭେ ଭାବିଥିଲୁ ।”

                ମନ୍ତ୍ରୀ କହିଲେ “ମହାରାଜ! ମୁଁ ବି ଏହି କଥାକୁ ନେଇ ବହୁତ ଆଶ୍ଚର୍ଯ୍ୟ ହେଉଛି । ବିଜୟପୁର ରାଜା ଯେ ଜଣେ ଭଲ ଲୋକ, ଏଥିରେ ତ କୌଣସି ସନ୍ଦେହ ନାହିଁ । ମୋର ମନେ ହୁଏ କାହାରି ମନ୍ତ୍ରଣାରେ ଆସି ସେ ଏପରି ଏକ ଜଘନ୍ୟ କାମ କରିବାକୁ ବାହାରିଛନ୍ତି । ସେ ଲୋକଟି କିଏ, ଆମେ ତାହାରି ସନ୍ଧାନ କରିବା ଖୁବ୍ ଆବଶ୍ୟକ ।” ସେହି ଅନୁସାରେ ରାଜା ପରଦିନ ସାତଜଣ ସୁଦକ୍ଷ ଗୁପ୍ତଚରଙ୍କୁ  ବିଜୟପୁର ପଠାଇଲେ । ସେମାନେ ଚତୁର୍ଥ ଦିନ ଲେଉଟି ଆସି କହିଲେ କି ବିଜୟପୁର ରାଜାଙ୍କର ତିନିଜଣ ବିଶ୍ୱସ୍ତ ଲୋକ ଅଛନ୍ତି । ଜଣେ ବଣିକ ସୁଦାମ ଶେଠ୍, ଅନ୍ୟ ଜଣକ ହେଲେ ରାଜାଙ୍କ ସେନାପତି, ଅନ୍ୟ ଜଣକ ମନ୍ତ୍ରୀ । ବଣିକ ଲୋଭୀ, ସେନାପତି ଉଚ୍ଚାଭିଳାଷୀ ଓ ମନ୍ତ୍ରୀ ଗଜମୂର୍ଖ ।


ଗପ ସାରଣୀ

ତାଲିକାଭୁକ୍ତ ଗପ