ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃତଜ୍ଞ ଓ କୃତଘ୍ନ

ଜଣେ ରାଜା ଥିଲେ । ସେ ଭାରି ଅହଙ୍କାରୀ । ଅନ୍ୟର ପ୍ରଶଂସାକୁ ସେ ଆଦୌ କେବେବି ସହଜରେ ଗ୍ରହଣ କରିପାରୁ ନଥିଲେ । ସେହି ରାଜ୍ୟରେ ଜଣେ ସାଧୁ ଥିଲେ । ପ୍ରଜାଗଣ ସେ ସାଧୁଙ୍କୁ ବହୁତ ପ୍ରଶଂସା କରୁଥିଲେ ଓ ତାଙ୍କର ଆଦର ମଧ୍ୟ କରୁଥିଲେ ।

ସାଧୁଙ୍କ ଏପରି ପ୍ରଶଂସା ଶୁଣି ଦିନେ ରାଜା ସେ ସାଧୁଙ୍କୁ ଦେଖା କରିବାକୁ ଗଲେ । ସେହି ସମୟରେ ସେ ସାଧୁ ଜଣକ ଗୋଟିଏ କୁକୁର ଉପରେ ହାତ ବୁଲାଇ ତାକୁ ଖୁବ୍ ଆଦର କରୁଥିଲେ ।

ରାଜା ଆସି ସେ ସାଧୁଙ୍କ ସମ୍ମୁଖରେ ଠିଆ ହୋଇଥିଲେ ମଧ୍ୟ ସାଧୁ ଜଣକ ରାଜାଙ୍କୁ ମୋଟେ ଅନାଇଲେ ନାହିଁ । ଏହା ଦେଖି ରାଜା ଖାଲି ରାଗରେ ଗରଗର ହୋଇ ସେ ସାଧୁଙ୍କୁ କହିଲେ, ଆରେ ସାଧୁ ତୁ ବଡ ନା ତୋ କୁକୁର ବଡ? ତାପରେ ଉତ୍ତରରେ ସେ ସାଧୁ ଜଣକ କହିଲେ କୁକୁର ତୁମଠାରୁ ଓ ମୋଠାରୁ ଯଥେଷ୍ଟ ବଡ ତଥା ମହାନ୍ ।

କୁକୁରକୁ ଖଣ୍ଡିଏ ଶୁଖିଲା ରୋଟି ଦେଲେ ସେ ତାର ଦାତାର ଘର ସମ୍ମୁଖରେ ଚବିଶ ଘଂଟା ପହରା ଦେଉଥିବ । ମାଲିକକୁ ସବୁପ୍ରକାର ବିପଦ ଆପଦରୁ ସେ କୁକୁର ବଂଚାଉଥିବ । କିନ୍ତୁ ତୁମେ ଓ ମୁଁ ଆମ ଦୁଇ ଜଣଙ୍କୁ ଦେଖ । ପରମପିତା ଆମକୁ ସବୁ ପ୍ରକାରର ଆନନ୍ଦ ଦେଇଛନ୍ତି, କିନ୍ତୁ ଆମେ ସେହି ଈଶ୍ୱରଙ୍କର ନାମ ସୁଦ୍ଧା ମଧ୍ୟ ନେଉ ନାହୁଁ ।

ଏପରି କଥା ଶୁଣି ସେ ରାଜା ଅତ୍ୟନ୍ତ ଲଜ୍ଜିତ ହୋଇ ସେ ସ୍ଥାନ ତ୍ୟାଗ କଲେ । ସତ କହିବାକୁ ଗଲେ ଏ ଜଗତରେ ଈଶ୍ୱର ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟ ଆମକୁ ଭୋଗ କରିବା ପାଇଁ ପ୍ରଦାନ କରିଛନ୍ତି । କିନ୍ତୁ ଆମେ ଅଧମ ତାଙ୍କୁ ହିଁ ଟିକେ ସ୍ମରଣ କରିବାକୁ ଚେଷ୍ଟା ସୁଦ୍ଧା ବି କରୁନାହୁଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ