ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃପଣ ଧନୀ କଥା

       ଏତିକି ଶୁଣି ଲୋକଟିର ନିଦ ଭାଙ୍ଗିଗଲା, ସେ ସଂଗେ ସଂଗେ ବିଛଣାରୁ ଉଠି ଘରବାହାରକୁ ଗଲା । ଦେଖିଲା ସତକୁ ସତ ଅଖାଟିଏ ପଡିଛି । ଭିତରେ ସୁନାମୋହର ବି ଅଛି । ଏହାକୁ ଦେଖି ତା’ର ମନ ଖୁସିରେ ନାଚି ଉଠିଲା । ଏହାପରେ ମୁଣିକୁ ଘରଭିତରକୁ ଆଣି ସେଥିରୁ ସୁନାମୋହର ବାହାର କଲା । ବାହାର କରୁ କରୁ ଭୋକ ଶୋଷ ସେ ଭୁଲିଗଲାଣି, ଏଣେ ଘରଦ୍ୱାର ଭର୍ତ୍ତି ହୋଇଗଲାଣି ସତେଯେମିତି ପାହାଡ ସମାନ ।

       ତାପରେ ଧନୀ କୃପଣ ଲୋକଟି ସ୍ୱପ୍ନକଥା ମନେ ପକାଇ ମୁଣିକୁ ନଈରେ ଭସେଇ ଦେବାକୁ ବାହାରିଲା । କିଛି ବାଟ ଗଲାପରେ ପୁଣି ଘରକୁ ଫେରି ଆସିଲା ମୁଣିଟିକୁ ସାଥୀରେ ନେଇ । ଭାବିଲା ମୁଣିକୁ ନଈରେ ଭସେଇଦେଲେ ଆଉ ମିଳିବ ନାହିଁ । ଏଣେ ସୁନାମୋହର ଖର୍ଚ୍ଚ କରି ଦେଲେ ଶେଷ ହୋଇଯିବ ଆଉ ମୋହର ମିଳିବ ନାହିଁ । କଥାରେ କହନ୍ତି,“ପୁଅ ମୁଣ୍ଡକୁ ଲୋଭ, ତେଲ ଘଡିକି ଲୋଭ ।” ସୁତରାଂ ଅଖା ମୁଣିଟି ପାଖରେ ଥାଉ ଆଉ କିଛି ମୋହର ସେଥିରୁ ବାହାର କରିବି । ସୁନାମୋହର ଖର୍ଚ୍ଚ କରିବା ଦିନ କ’ଣ କୁଆଡେ ଚାଲିଯାଉଛି? ପରେ ଖର୍ଚ୍ଚ କଲେ ବି ଚଳିବ ।

       ଏହିଭଳି ନାନା କଥା ମନରେ ବିଚାର କରି ଧନୀ କୃପଣ ଲୋକଟି ସୁନାମୋହର ଥଳିକୁ ନଈରେ ଭସାଇଲା ନାହିଁ କି ସେଥିରୁ ବାହାର କରିଥିବା ସୁନାମୋହର କୌଣସି କାମରେ ଲଗାଇଲା ନାହିଁ । ସେହି ଧନୀ କୃପଣ ଲୋକଟି ବୁଢା ହୋଇଗଲା ପଛେ ତାର ସୁନା ମୋହରକୁ ଜଗି ବସିଲା । ଶେଷରେ ସେହି କୃପଣ ଲୋକଟି ନ ଖାଇ ନ ପିଇ ମରିଗଲା । ତା’ର ଏହି କୃପଣପଣିଆ ଯୋଗୁଁ କେହି ତାକୁ ଭଲପାଉ ନଥିଲେ । ସୁତରାଂ ମଲାବେଳେ ତାର ପାଖରେ କେହି ଜଣେ ବି ନ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ