ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଦ୍ରୌପଦୀ, ଶ୍ରୀକୃଷ୍ଣଙ୍କ ପତ୍ନୀମାନେ ଓ ଅନ୍ୟ ସବୁ ନାରୀମାନେ ମଧୁର ବାର୍ତ୍ତାଳାପରେ ମଗ୍ନ । ପୁରୁଷମାନେ ମଧ୍ୟ ଏକତ୍ରିତ ହୋଇ ଆନନ୍ଦ ମନରେ କଥାବାର୍ତ୍ତା କରୁଥା’ନ୍ତି । ସମସ୍ତେ ନିଜ ନିଜର ଅଭିଜ୍ଞତା କହି ଅନ୍ୟମାନଙ୍କୁ ବିସ୍ମୟ ମୁଗ୍ଧ କରୁଥା’ନ୍ତି । ଠିକ୍ ସେହି ସମୟରେ ଅନେକ ସ୍ଥାନରୁ ମୁନିଗଣ, ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦେଖିବାକୁ ଆସିଥାନ୍ତି । ପାଣ୍ଡବ ଓ ଅନ୍ୟ ରାଜାମାନେ ଉଠିପଡି ସେ ମୁନିମାନଙ୍କୁ ପ୍ରଣାମ କଲେ । ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ଶ୍ରଦ୍ଧା ଓ ଭକ୍ତି ସହକାରେ ସେମାନଙ୍କର ସତ୍କାର କଲେ । ସମସ୍ତିଙ୍କ ମନରେ ସେହି ଏକହିଁ ପ୍ରଶ୍ନ ଯେ ହଠାତ୍ ମୁନିଋଷିମାନେ ଏଠାକୁ କାହିଁକି ଆସିଛନ୍ତି ।

      ମୁନିମାନେ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି କହିଲେ, “ଆପଣ ତ ମାନବ ରୂପଧାରୀ ପରମପୁରୁଷ ନାରାୟଣ । ଆମେମାନେ ଯେତେ ଜ୍ଞାନୀ ବା ସିଦ୍ଧ ହେଲେ ମଧ୍ୟ ଆପଣଙ୍କ ମାୟାର ଅଧିନ ।”

      ମୁନିମାନଙ୍କ ପ୍ରସ୍ତାବ ଯୋଗୁଁ ବସୁଦେବ ଯଜ୍ଞ କଲେ । ଯାଦବ ବୀରମାନେ ଯଜ୍ଞ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କଲେ । ବସୁଦେବ ତାଙ୍କର ପତ୍ନୀମାନଙ୍କୁ ନେଇ ପୂଜା ଆରାଧନା କଲେ । ମୁନିମାନଙ୍କ ସହାୟତାରେ ପ୍ରକୃତି ଓ ବିକୃତି ସମ୍ବନ୍ଧୀୟ ଯଜ୍ଞ କରି ଯଜ୍ଞପୁରୁଷଙ୍କର ଆରାଧନା କଲେ । ଯଜ୍ଞ ପରେ ଋଷିମାନଙ୍କୁ ଗାଈ, ସୁନା, ଜମି ପ୍ରଭୃତି ଦାନ ଦେଇ ସେମାନଙ୍କୁ ସନ୍ତୁଷ୍ଟ କଲେ । ବନ୍ଧୁବାନ୍ଧବମାନଙ୍କୁ ପ୍ରୀତ ଉପହାର ଦେଲେ । ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ଦେଲେ । ଯଜ୍ଞର ସାଫଲ୍ୟରେ ସମସ୍ତେ ଆନନ୍ଦିତ ହେଲେ ।

ଦିନେ ପୂର୍ବ କଥା ଭାବୁ ଭାବୁ ଦେବକୀ ଭାବିଲେ ପୁତ୍ର କୃଷ୍ଣ ଓ ବଳରାମ ତ ସାଧାରଣ ମଣିଷ ନୁହଁନ୍ତି । ସେମାନେ ଗୁରୁ ସନ୍ଦୀପନୀଙ୍କ ମୃତ ପୁତ୍ରକୁ ମୃତ୍ୟୁପୁରୀରୁ ଫେରସ୍ତ ନେଇ ଆସିଥିଲେ । ତାଙ୍କର ତ ଛ ପୁଅଙ୍କୁ କଂସ ମାରିଥିଲା । ତାହେଲେ କ’ଣ ସେମାନଙ୍କୁ ଥରକ ପାଇଁ ବି ଶ୍ରୀକୃଷ୍ଣ ଫେରାଇ ଆଣି ପାରିବେ ନାହିଁ ।

ଏହିକଥା ଦିନେ ଦେବକୀ ତାଙ୍କ ପୁତ୍ରଦ୍ୱୟଙ୍କୁ ପଚାରିଲେ । ତା’ପରେ ସେ ଦୁହେଁ ମାତାଙ୍କ କଥାକୁ ସ୍ୱୀକାର କରିନେଲେ ଓ ମାୟାବଳରେ ପାତାଳରେ ଯାଇ ପହଁଚିଲେ । ସେଠାରେ ଭକ୍ତଶ୍ରେଷ୍ଠ ଦାନବୀର ଚକ୍ରବର୍ତ୍ତୀ ବଳୀ ଥା’ନ୍ତି । ସେ ଦୁଇଭାଇଙ୍କର ସ୍ୱାଗତ କରି ପଚାରିଲେ, “କି କାରଣରୁ ଆପଣମାନେ ଏ ପ୍ରଦେଶକୁ ଆସିବା ହେଲେ?” କୁହନ୍ତୁ ମୁଁ ଆପଣଙ୍କର କି ସେବା କରିପାରିବି?


ଗପ ସାରଣୀ

ତାଲିକାଭୁକ୍ତ ଗପ