ତା’ ପର ଦିନ ସାପୁଆ କେଳା ଓ ତା’ ଝିଅ ସାପ ଖୋଜିବାକୁ ଜଙ୍ଗଲ ମଧ୍ୟକୁ ଗଲେ । ସେହି ଜଙ୍ଗଲରେ ଜଣେ ଡକାୟତ ଏ ସାପୁଆ କେଳାର ଝିଅକୁ ଦେଖିଲା । ଝିଅଟିର ବେକରେ ସୁନା ହାର ଦେଖି ସେ ଡକାୟତ ଖୁବ୍ ଆଶ୍ଚର୍ଯ୍ୟ ହେଲା । ଭାବିଲା – ଏ ଝିଅ ଘରେ ନିଶ୍ଚୟ ଅନେକ ସୁନା ଗହଣା ଥିବ । ତେଣୁ ଆଜି ରାତିରେ ହିଁ ମୁଁ ଏ କେଳା ଘରେ ଲୁଟ୍ କରିବି । ତାପରେ ରାତିରେ ସେ ଡକାୟତ ଜଣକ କେଳା ଘରେ ପହଁଚିଲା । କେଳାଝିଅ ତ ସାପୁଆ କେଳାକୁ ସବୁ ଉପାୟ ଆଗରୁ କହିଥାଏ ।
ଡକାୟତ ଆସିବା ଜାଣି ସେ କେଳାଝିଅ କହିଲା – ଏ ଜମିଦାର ବହୁତ ଚାଲାକ୍ । ସେ ଡକାୟତଙ୍କୁ ଅଳ୍ପକେ ସନ୍ତୁଷ୍ଟ କରିଦେଲା । ଜମିଦାରର ତ ପ୍ରକୃତ ଧନ ହେଉଛି ତାହାର ଜମି । ସେ ତା’ ଜମିରେ ଗାତ କରି ଅନେକ ହୀରାର ହାର ପୋତି ରଖିଛି । ହେଲେ ଏ ଡକାୟତ ମାନେ ତ ଆଉ ଏହା ଜାଣି ନାହଁନ୍ତି । ନ ହେଲେ ସେ ଜମିଦାର ପୁରାପୁରି କାଙ୍ଗାଳ ହୋଇଯାଇଥାନ୍ତା ।
ଡକାୟତ ସବୁକଥା ଶୁଣି ଜଙ୍ଗଲକୁ ଚାଲିଲା । ଡକାୟତ ଯାଇ ସର୍ଦ୍ଦାରଙ୍କୁ କହିଲା – “ସର୍ଦ୍ଦାର, ସେ ଜମିଦାର ଆମକୁ ଠକିଛି । ସେ ତାହାର ସବୁ ହୀରା ହାର ଜମିରେ ଗାତ କରି ପୋତିଛି । ସର୍ଦ୍ଦାର ସବୁ କଥା ଶୁଣି କହିଲା – ତାହେଲେ କାଲି ରାତିରେ ଆମେ ପୁଣି ଶହେ ଜଣ ଯାଇ ସବୁ ଗାତ ଖୋଳି ହୀରା ହାର ତକ ନେଇ ଆସିବା ।”