ସକାଳ ହେବା କ୍ଷଣି ସାପୁଆ କେଳା ଜମିଦାରଙ୍କ ଘରେ ଯାଇ ପହଁଚିଗଲା । ତାପରେ ସେ କହିଲା – “ଆପଣଙ୍କ ଜମିରେ ଶହେଟି ଗାତ ଆଜି ଖୋଳାହେବ । ଆଉ ପ୍ରତ୍ୟେକ ଗାତରେ ମୁଁ ଗୋଟିଏ ଗୋଟିଏ ବିଷାକ୍ତ ସାପ ଛାଡିବି । ଫଳରେ ଆପଣଙ୍କ ସବୁ ସମ୍ପତ୍ତି ଆପଣ ପୁଣି ଫେରିପାଇବେ ।”
ଜମିଦାର ସାପୁଆ କେଳାର ଏପରି କଥା ଶୁଣି ତାଙ୍କର ଜମିରେ ଶହେଟି ଗାତ ଖୋଳିଲେ । ତାପରେ ସେ ସାପୁଆ କେଳା ପ୍ରତ୍ୟେକ ଗାତରେ ଗୋଟିଏ ଗୋଟିଏ ବିଷାକ୍ତ ସାପ ରଖିଲା । ରାତି ହେଲା ଡକାୟତ ମାନେ ଗାତ ଖୋଳାଯାଇଥିବା ଜମି ପାଖରେ ଯାଇ ପହଁଚିଗଲେ । ଏତେ ଅନ୍ଧାରରେ ତ ମୁହଁକୁ ମୁହଁ ଆଦୌ ଦିଶୁ ନଥାଏ । ତେଣୁ ସେ ଡକାୟତମାନେ ବହୁ କଷ୍ଟରେ ଶହେଟି ଗାତ ଚିହ୍ନଟ କଲେ ।
ତାପରେ ଗାତ ଖୋଳି ସମସ୍ତେ ଗୋଟିଏ ଗୋଟିଏ ଡବା ପାଇଲେ । ଯେମିତି ସମସ୍ତେ ନିଜ ନିଜ ଡବା ଖୋଲିଛନ୍ତି ଅନ୍ଧାରରେ ସେ ବିଷାକ୍ତ ସାପ ଡବାରୁ ବାହାରି ସମସ୍ତଙ୍କୁ ଚୋଟ ମାରି ଚାଲିଲେ । ସମସ୍ତ ଡକାୟତ ସାପ ଚୋଟ ଖାଇ ସିଧା ଜଙ୍ଗଲକୁ ଧାଇଁଲେ । ହେଲେ ବିଷ ପ୍ରଭାବରୁ ସବୁ ଡକାୟତ ମଲେ ।
ତାପରେ ଜମିଦାର ଓ ସାପୁଆକେଳା ଜଙ୍ଗଲକୁ ଯାଇ ସବୁ ଟଙ୍କା ପଇସା ସୁନା ଗହଣା ଆଣିଲେ । ପରିଶେଷରେ ଜମିଦାର ସେ ସାପୁଆ କେଳାର ବୁଦ୍ଧିକୁ ଖୁବ୍ ତାରିଫ୍ କଲେ । ଆଉ ସର୍ତ୍ତ ଅନୁସାରେ ତାଙ୍କ ପୁଅ ଶଶାଙ୍କ ସହିତ ଏ ସାପୁଆ କେଳାର ଝିଅ ସହ ବାହା କରାଇଦେଲେ । ଏଥୁଅନ୍ତେ ସାପୁଆ କେଳାର ଝିଅ ଶାନ୍ତିରେ ତା’ ବାକି ଜୀବନ ତକ କଟାଇଲା ।