ଖୁବ୍ ସୁନ୍ଦର ପୁଷ୍କରିଣୀରେ ପଦ୍ମଫୁଲଟିଏ ଫୁଟିଥାଏ । ପୁଷ୍କରିଣୀର ହୁଡ଼ା ଉପରେ ଗୋଟିଏ ହୁଙ୍କା । କେତେକ କଣ୍ଟା ବୃକ୍ଷ ଦ୍ୱାରା ଆବୃତ୍ତ ହୋଇଛି । ସେହି ହୁଙ୍କା ମଧ୍ୟରେ ସର୍ପର ଗର୍ତ୍ତ । ସର୍ପଟି ସେହି ଗର୍ତ୍ତରେ ବାସ କରୁଥିଲା । ସେ ସଙ୍ଗେ ସଙ୍ଗେ ବାହାରି ଆସି ରାଜପୁତ୍ର ଉପରେ ଫଣା ଟେକି ରହିବାର ଦେଖି ପୁଣି କେଉଁଠାରେ ଥିଲା ଆଉ ଗୋଟିଏ ସର୍ପ ଯେ ସେ ମଧ୍ୟ ଧାଇଁ ଆସି ପୂର୍ବରୁ ଫଣା ଟେକି ରହିଥିବା ସର୍ପକୁ କହିଲା – ଆହେ ବନ୍ଧୁ! ତୁ ତ ଏତେ ସୁନ୍ଦର ରାଜପୁତ୍ରକୁ ମାରିଦେଲୁ । ତୋ ମନରେ ପୁଣି କି କଥା ଅଛି ଯେ ପୁଣି ଏଠାକୁଆସିଛୁ । ଦେଖ ବନ୍ଧୁ ଏହିପରି ଭାବରେ ତୁମର ଗର୍ତ୍ତ ମଧ୍ୟରେ କେତେ ଅନ୍ୟାୟ ଉପାୟରେ ଗଚ୍ଛିତ କରି ସୁବର୍ଣ୍ଣ ମୋହର ଗୁଡ଼ିଏ ରଖିଛୁ । ସେ ପୁଣି କାହାର ଭାଗ୍ୟରେ ଅଛି କେଜାଣି, ହେଲେ ବନ୍ଧୁ ତୁମର ବୋଧେ ଏବେ ଧାରଣା ହୋଇଛି ଏହି ରାଜପୁତ୍ର ଆଉ ବଞ୍ଚିବ ନାହିଁ । ମୁଁ କିନ୍ତୁ କହୁଛି ଏହାର ଉପଯୁକ୍ତ ଔଷଧ ପାତାଳ ଗରୁଡ଼ । ଯଦି ଜାଣିବାର ଲୋକଥିବ ସେ ପାତାଳ ଗରୁଡ଼ର ଚେରକୁ ଆଣି ବାଟିକରି ପିଆଇ ଦେବ ତାହାହେଲେ ରାଜପୁତ୍ର ନିଶ୍ଚୟ ବଞ୍ଚିବେ ।
ଏକଥା ଶୁଣିବାମାତ୍ରେ ପ୍ରଥମ ସର୍ପଟି ଖୁବ୍ କ୍ରୋଧ ହୋଇଗଲା । ଗର୍ଜନ ତର୍ଜନ କରି କହିଲା ବହୁତ କହୁଛୁ ହେଲେ ପ୍ରଥମେ ଆଗ ତୋର ନିଜ କଥା ଚିନ୍ତାକର । ତୋର ଜୀବନ ମାତ୍ର କାଞ୍ଜିପାଣି ମୁନ୍ଦାକରେ ଅଛି । କେହି ଯଦି ଏକଥା ଜାଣିପାରି ତୋ ଗାତରେ କାଞ୍ଜିପାଣି ଢ଼ାଳି ଦେବନା ତୁ ତ ଠକ୍ କରି ପଡ଼ି ମରିଯିବୁ । ଏତକରେ ତ ତୋ କଥା ସରିବ ।