ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କ୍ଷତିରୁ ଲାଭ

ଦୋକାନୀ ହାରଟିକୁ ଓଜନ କରି କହିଲେ, “ଏହି ହାରର ଦାମ୍, ଏହାର ଓଜନ ଅନୁପାତରେ ସାତହଜାର ଟଙ୍କା ଅଟେ । ଆପଣ ତିନିହଜାର ଟଙ୍କା ହାରଟି ପାଖରେ ରଖି ଏହି ନକଲି ହାର ଆଣି ଆମକୁ ଦେଖାଇ ବଦ୍ନାମ କରୁଛନ୍ତି । ଆମେ ଆପଣଙ୍କ ଧୋକାବାଜୀର ଉପଯୁକ୍ତ ବ୍ୟବସ୍ଥା କରିଦେଉଛୁ ।”

ପତିପତ୍ନୀ ଏବେ ଠିକ୍ ବୁଝିପାରିଲେ ଯେ, କେଉଁ ଉଦ୍ଧେଶ୍ୟରେ ହାରର ଓଜନ ଓ ଦାମ୍କୁ କମ୍ ଲେଖି ରସିଦ୍ ଦେଇ ଦୋକାନୀ ଟଙ୍କା ରଖିଥିଲେ । କିନ୍ତୁ ଏବେ ଆଉ କିଛି ଉପାୟ ସେମାନଙ୍କ ପାଖରେ ନ ଥିଲା । ଏହାପରେ ଚୁପ୍ ଚାପ୍ ସେମାନେ ଘରକୁ ଫେରିଲେ । ଶୋଭାଙ୍କର ମୁହଁ ଦୁଃଖ ଓ ଅପମାନରେ କଳାକାଠ ପଡିଯାଇଥିଲା, ଓ ସେ ମନଇଚ୍ଛା ସେହି ଦୋକାନୀକୁ ବକୁଥିଲେ ।

ଶେଖର ସ୍ମିତ ହସି କହିଲେ, “ଦେଖ, ଶୋଭା, ପ୍ରକୃତରେ ସବୁ ଭୁଲ୍ ଆମର । ତୁମେ ତ ପ୍ରଥମେ ଗହଣା ଦୋକାନୀକୁ ଧୋକା ଦେବା ପାଇଁ ଚାହିଁଲ । ଏବେ ପୁଣି ସେ ଦୋକାନୀକୁ ତା’ର ନୀଚକର୍ମ ପାଇଁ ଗାଳି କରୁଛ । ହେଲେ, ତୁମର ଶାଶୁ ଓ ନଣନ୍ଦ ପ୍ରତି କିପରି ଘୃଣାସ୍ପଦ ଆଚରଣ, ତାହା କେବେ ଥରେ ଭାବିଛ କି, ଦୋକାନୀ ପ୍ରତି ତୁମର ମନରେ ଯେଉଁ ଧାରଣା ସୃଷ୍ଟି ହୋଇଛି ମୋ ମନରେ ମଧ୍ୟ ତୁମପ୍ରତି ଠିକ୍ ସେପରି ଧାରଣା ରହିଛି । କିନ୍ତୁ ପତିପତ୍ନୀ ଭାବରେ ସଂସାର ଚଳେଇବା ପାଇଁ ସବୁ ସହ୍ୟ କରିନେବାକୁ ପଡୁଛି ।”

ଶେଖରଙ୍କ କଥା ଶୋଭାଙ୍କ ଆଖି ଖୋଲି ଦେଲା । ଏହାପରେ ସେ ଆପଣାର ଦୋଷ ସ୍ୱୀକାର କରିନେଲେ ଓ ଭବିଷ୍ୟତରେ ଏପରି ଆଚରଣ କେବେବି କରିବେ ନାହିଁ ବୋଲି ବଦ୍ଧ ପରିକର ହେଲେ । ଏହି ପରିବର୍ତ୍ତନ ଶେଖରଙ୍କ ମନରେ ଏତେ ଆନନ୍ଦ ଭରିଦେଲା ଯେ, ଗହଣା ଦୋକାନୀ ଠକି ନେଇଥିବା ତିନି ହଜାର ଟଙ୍କା ତା ତୁଳନାରେ ତାଙ୍କୁ ତୁଚ୍ଛ ମନେହେଲା । ଶୋଭାଙ୍କର ସ୍ୱଭାବ ଓ ଆଚରଣ ସୁଧାରିବା କ୍ଷେତ୍ରରେ ଏହି କ୍ଷତି ଏକ ଉତ୍ତମ ଲାଭରେ ରୂପାନ୍ତରିତ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ