ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଖରପୁତ ଜାତକ

ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ ।

       ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା ।

       ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା ସମୟରେ କେତେକ ପିଲା ତାଙ୍କୁ ଦେଖିପାରି ତାଙ୍କ ଉପରକୁ ଟେକା ପଥର ଫିଙ୍ଗିଲେ । ସେତେବେଳକୁ ରାଜା ସନେକ ତାଙ୍କ ପ୍ରମୋଦ ଉଦ୍ୟାନକୁ ଯାଉଥିଲେ । ସେ ଏହି ଘଟଣା ଦେଖି ପିଲାମାନଙ୍କୁ ଏହି କାର୍ଯ୍ୟରୁ ବିରତ କରାଇଲେ । ପିଲାମାନେ ପଳାଇଯିବାରୁ ନାଗରାଜାଙ୍କର ଜୀବନ ରକ୍ଷା ପାଇଲା । ସେ ନିଜ ନାଗରାଜ୍ୟକୁ ଫେରିଗଲେ ଓ କୃତଜ୍ଞତାର ଚିହ୍ନସ୍ୱରୂପ କେତେକ ଅମୂଲ୍ୟ ରତ୍ନସହିତ ରାଜାଙ୍କ ଶୟନ ଗୃହରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ରତ୍ନଗୁଡିକ ଦେଇ କହିଲେ, “ଆପଣ ମୋ ଜୀବନ ରକ୍ଷାକରିଥିବାରୁ ମୁଁ ଆପଣଙ୍କ ପ୍ରତି କୃତଜ୍ଞ ।” ରାଜା ସେନକ ମଧ୍ୟ ତାଙ୍କୁ ଉପଯୁକ୍ତ ସମ୍ବର୍ଦ୍ଧନା କଲେ । ଦୁହିଁଙ୍କ ଭିତରେ ବନ୍ଧୁତା ଦୃଢୀଭୂତ ହେଲା ।

       ଏଣିକି ନାଗରାଜା ବାରମ୍ବାର ଆସି ସେନକଙ୍କ ସଂଗେ ସାକ୍ଷାତ୍ କଲେ । ଦିନେ ସେ ଗୋଟିଏ ନାଗକନ୍ୟା ଆଣି ରାଜାଙ୍କୁ ଉପହାର ଦେଇ କହିଲେ, “ଏ କନ୍ୟାଟି ଆପଣଙ୍କ ସେବା କରିବ । ଆପଣଙ୍କୁ ଆନନ୍ଦ ଦେବା ହେବ ତା’ର କାର୍ଯ୍ୟ । ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର ଦେଉଛି । କେବେ ତାକୁ ନଦେଖିଲେ, ଏହି ମନ୍ତ୍ର ପାଠ କରିବେ । ତାହାହେଲେ ସେ କେଉଁଠି ଅଛି, ଆପଣ ଜାଣିପାରିବେ ।” ନାଗରାଜା ଏହା କହି ରାଜାଙ୍କୁ ମନ୍ତ୍ରଟି ମଧ୍ୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ