ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଖରପୁତ ଜାତକ

       ଦିନେ ରାଜା ନାଗକନ୍ୟାକୁ ସାଙ୍ଗରେ ନେଇ ଉପବନରେ ବିହାର କରୁଥିଲେ । ଉପବନରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥିଲା ଓ ତାହା ପଦ୍ମପୁଷ୍ପରେ ପରିପୂର୍ଣ୍ଣ ଥିଲା । ପୁଷ୍କରିଣୀ ଜଳରେ ଗୋଟିଏ ସର୍ପ ସନ୍ତରଣ କରୁଥିବାର ଦେଖି ନାଗକନ୍ୟା ତାହା ସହିତ ବିହାର କରିବାକୁ ଇଚ୍ଛାକଲା । ସେ ସର୍ପରୂପ ଧରି ପୁଷ୍କରିଣୀର ସର୍ପ ସହ ଜଳକେଳି କରିବାକୁ ଲାଗିଲା । କିଛି ସମୟ ପରେ ରାଜା ଦେଖିଲେ, ନାଗକନ୍ୟା ତାଙ୍କ ପାଖରେ ନାହିଁ । ଉଦ୍ୟାନରେ ତା’ର ସନ୍ଧାନ ମିଳିଲା ନାହିଁ । ତହୁଁ ସେ ନାଗରାଜାଙ୍କ ମନ୍ତ୍ରପାଠ କରି ଜାଣିଲେ ଯେ, ନାଗକନ୍ୟା ପୁଷ୍କରିଣୀର ଏକ ସର୍ପ ସହିତ ଜଳକେଳି କରୁଅଛି । ସେ ତାହା ଉପରେ ବିରକ୍ତ ହୋଇ ତାକୁ ପ୍ରହାର କଲେ । ଏଥିରେ ସେ ଅପମାନିତ ହୋଇ ନାଗରାଜ୍ୟକୁ ପଳାଇଯାଇ ନାଗରାଜାଙ୍କୁ କହିଲା, “ଆପଣ ମୋତେ ରାଜା ସେନକଙ୍କର ସେବା କରିବାକୁ କହିଥିଲେ । ମୁଁ ତାଙ୍କର ଅନ୍ୟାୟ ଆଦେଶ ପାଳନ ନକରିବାରୁ ସେ ମୋତେ ପ୍ରହାର କରି ତଡିଦେଲେ ।” ଏହା କହି କାନ୍ଦି କାନ୍ଦି ନିଜଦେହର ଆଘାତଚିହ୍ନ ଦେଖାଇଲା । ନାଗରାଜା ତାହା କଥାରେ ବିଶ୍ୱାସ କରି କ୍ରୋଧାନ୍ଧ ହୋଇଗଲେ ଓ ସଂଗେ ସଂଗେ କେତେଜଣ ନାଗଙ୍କୁ ଆଦେଶ ଦେଲେ- ତୁମେମାନେ ରାଜା ସେନକଙ୍କ ଶୟନଗୃହରେ ପ୍ରବେଶ କରିବ ଓ ତୁମର ନିଶ୍ୱାସରେ ତାଙ୍କୁ ଭସ୍ମ କରିଦେଇ ଆସିବ ।

       ସେମାନେ ରାଜାଙ୍କ ଶୟନ କକ୍ଷର ଦ୍ୱାରଦେଶରେ ଉପସ୍ଥିତ ହେଲାବେଳକୁ ରାଜା ଓ ରାଣୀଙ୍କ ମଧ୍ୟରେ ଆଳାପ ଚାଲିଥିଲା । ରାଜା ପଚାରିଲେ, “ରାଣୀ! ସେ ନାଗକନ୍ୟା କେଉଁଠାକୁ ଯାଇଛି ଜାଣ କି?” ରାଣୀ କହିଲେ, “ନା, ମୁଁ ଜାଣେ ନାହିଁ । ମୋତେ ସେ କହିଯାଇନାହିଁ । ରାଜା କହିଲେ, “ଆଜି ଆମେ ସକାଳେ ପୁଷ୍କରିଣୀ ନିକଟରେ ଥିବା ସମୟରେ ସେ ଜଳରେ ଗୋଟିଏ ସର୍ପକୁ ଦେଖି ନିଜର ରୂପ ବଦଳାଇ ଦେଇ ତା ସଙ୍ଗରେ ଜଳକେଳି କରିବାକୁ ଚାଲିଗଲା । ସେଥିପାଇଁ ମୁଁ ତାକୁ ସାବଧାନ କରି ମାଡ ଦେଇଥିଲି । ମୋର ସନ୍ଦେହ ହେଉଛି, ସେ ନାଗପୁରକୁ ଯାଇ ନାଗରାଜାଙ୍କୁ ମିଥ୍ୟାରେ କିଛି କହିଥିବ । ଏହା ଫଳରେ ଆମ ଦୁହିଁଙ୍କ ଭିତରେ ବିରୋଧ ସୃଷ୍ଟି କରିବା ତା’ର ଉଦ୍ଧେଶ୍ୟ ହୋଇପାରେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ