ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଖାଲ ଖୋଳିବା ଲୋକଙ୍କ କୁଅଁ

ଯାଅ ତାଙ୍କ ସହିତ ଦେଖା କରି ତାଙ୍କର ଭଲ ମନ୍ଦ ବୁଝି ଆସ । ସେ ଉତ୍ତରରେ କ’ଣ କହିଲା ଜାଣନ୍ତି ମହାରାଜ – ସେ କହିଲା ହେ କିଏ  ପଚାରେ ସେ ମହାରାଜକୁ । ଯେଉଁ ଦିନ ସେ ମରି ଯିବ… ତା’ପରଦିନ  ମୁଁ ଏହି ବଣର ମହାରାଜା ହେବି ଆଉ ଅନନ୍ଦରେ ରହିବି । ମୁଁ ବିଲୁଆର କଥା ଶୁଣି ଅବାକ୍ ଓ ବିସ୍ମିତ ହୋଇ ଗଲି । ଠିକ୍ ସେହି ସମୟରେ ସେଠାରେ ବିଲୁଆ ଆସି ପହଁଚିଲା । ସେତେ ବେଳେ ଗଧିଆର ସବୁ କଥା ତାର କାନରେ ଆସି ପହଁଚି ଯାଇ ଥିଲା । ତେଣୁ ସେ ଡରି ଡରି ସିଂହ ପାଖରେ ଆସି ପହଁଚିଲା । ସିଂହ ତାକୁ ଦେଖି ଗର୍ଜ୍ଜନ କରି କହିଲା – ଆରେ ବଦ୍ମାସ ! ଏତେ ଦିନ ହେଲା ମୁଁ ରୋଗରେ ପଡିଛି, ଅଥଚ ତୁ ଗୋଟିଏ ଦିନ ହେଲେ ବି ମୋର ଭଲ ମନ୍ଦ ବୁଝିବାକୁ ଆସିଲୁ ନାହିଁ ! ଶୁଣିଲି ଆଜି କାଲି ତୋର ବହୁତ ଭାଉ ବଢି ଗଲାଣି କଥା କ’ଣ କି?

                ବିଲୁଆ ହାତ ଯୋଡି କହିଲା – ମହାରାଜ ଆପଣ ଯେବେ ଠାରୁ ରୋଗରେ ପଡିଛନ୍ତି ସବୁ ପଶୁମାନେ ଆପଣଙ୍କୁ ଦେଖିବାକୁ ଆସୁ ଛନ୍ତି ମୁଁ କିନ୍ତୁ ଆପଣଙ୍କ ପାଖକୁ ନ ଆସି ଗୋଟିଏ ମିନିଟ୍ ବି ସମୟ ଅପଚୟ ନ କରି ଆପଣ କେମିତି ନିରୋଗୀ ହେବେ ସେଥି ପାଇଁ ମୁଁ ଔଷଧର ଖୋଜିବାରେ ବ୍ୟସ୍ତ ଥିଲି । ଭୋକ ଉପାସରେ ଜଙ୍ଗଲରୁ ଜଙ୍ଗଲ ବୁଲୁ ଥିଲି ଆପଣଙ୍କର ଔଷଧ ପାଇଁ । ଏତେ ଦୌଡା ଝାପଟା ପରେ ଜଣେ କବିରାଜ ସହିତ ମୋର ଦେଖା ହେଲା । ମୁଁ ତାଙ୍କୁ ଆପଣଙ୍କ ରୋଗ ବିଷୟରେ କହିଲାରୁ ସେ ହସି ହସି କହିଲେ – ଏ କ’ଣ ରୋଗ ହୋଇଛି ଗୋଟିଏ ମୁହୁର୍ତରେ ତମର ରାଜା ରୋଗରୁ ମୁକ୍ତି ପାଇ ଯିବେ । ସେଥି ପାଇଁ ଏତେ ଚିନ୍ତା କାହିଁକି କରୁଛ? ଗୋଟିଏ କଥାରେ ତୁମ ରାଜା ଆରୋଗ୍ୟ ହୋଇ ଯିବେ ।

                ଏହି କଥା ଶୁଣି ସିଂହ ରାଜା ପ୍ରସନ୍ନ ହୋଇ ଗଲା । ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ବିଲୁଆକୁ କହିଲା – ସେଥି ପାଇଁ ତ ମୁଁ ତୁମକୁ ଖୋଜୁଛି । ଯେ ତୁମେ ହେଉଛ ମୋର ପରମ ମିତ୍ର । ଏତେ ଦିନ ହେଲା ତୁମ ସହିତ ଭେଟ ହୋଇ ନାହିଁ । ନିଶ୍ଚୟ ଏହାର କୌଣସି ଭଲ ଉଦ୍ଧେଶ୍ୟ ଥିବ । ଆଚ୍ଛା ତୁମେ ପଚାରିଲ ତ ମୁଁ କିଭଳି ରୋଗରୁ ମୁକ୍ତି ହେବି ।

                ବିଲୁଆ ସଂଗେ ସଂଗେ ଉତ୍ତର ଦେଲା ଯେ – ଆରେ ଏତେ ଦିନ ପରେ ମୁଁ ଜଣେ ଭଲ ବୈଦ୍ୟରାଜଙ୍କୁ ପାଇଛି ତାଙ୍କ ଠାରୁ ବିନା ଔଷଧରେ ଫେରି ଆସିବି କିପରି? ପ୍ରଥମେ ତ ସେ ମନା କରୁ ଥିଲେ । ତେବେ ମୋର ଅନୁନୟ ପାଖରେ ସେ ହାର ମାନିଲେ ଏବଂ କହିଲେ, କହି ଚୁପ୍ ରହିଲେ ବିଲୁଆ । ଏହି କଥାରେ ଉତ୍ସୁକତା ପ୍ରକାଶ କରି ସିଂହ ମହାରାଜ କହିଲେ କହି ଯାଅ ତୁମର ଔଷଧ – ବିଲୁଆ କହିଲା ମହାରାଜ ବୈଦ୍ୟରାଜ କହିଲେ – ମହାରାଜାଙ୍କ ରୋଗ ଦୂର କରିବାକୁ ହେଲେ – ଗଧିଆର ତାଜା କଲିଜା ଦରକାର । ଯାହାକୁ ଖାଇଲେ ହିଁ ଆପଣଙ୍କ ରୋଗ ଫୁର୍କରି ଠିକ୍ ହୋଇଯିବ । ଏହା ହେଉଛି ଆପଣଙ୍କ ରୋଗରୁ ସୁସ୍ଥ ହେବାର ପ୍ରକୃତ ଔଷଧ ମହାରାଜ ।

                ଏହି କଥା ଶୁଣିବା ସଂଗେ ସଂଗେ ସିଂହ ମହାରାଜ ତାଙ୍କ ଆସନରୁ ଉଠି ଗୋଟିଏ ଲମ୍ପ ପ୍ରଦାନ କଲା ଗଧିଆ ଉପରେ ଆଉ କିଛି ସମୟ ମଧ୍ୟରେ ଗଧିଆର ଛାତି ଫାଡି କଲିଜା ବାହାର କରି ଖାଇବାକୁ ଲାଗିଲା । ଗଧିଆ ମରିବା ଆଗରୁ ଭାବୁ ଥିଲା ସତରେ କଥାରେ ଅଛି: ପର ପାଇଁ କୂଅ ଖୋଳିଲେ, ସେଥିରେ ନିଜେ ପଡି ମରେ । ଏହା ହେଉଛି ତାର ଜୀବନର ଚରମ ଉଦାହରଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ