ଏହାପରେ ରାଜା ଗଙ୍ଗଦତ୍ତର ମନର ଅସଲ କଥାକୁ ପଚାରିଲା – ହେ ବେଙ୍ଗଦତ୍ତ! ତାହାହେଲେ ତୁମେ ମୋତେ ଏଥର କୁହ ଯେ ତୁମର ସେହି ଶତ୍ରୁମାନେ କେଉଁଠାରେ ରହୁଅଛନ୍ତି ।
ତା’ପରେ ଗଙ୍ଗଦତ୍ତ ନିକଟରେ ଥିବା ପଥର ନିର୍ମିତ କୂପଟିକୁ ଦେଖାଇ ଦେଇ କହିଲା ଏହି କୂପ ମଧ୍ୟରେ ହିଁ ମୁଁ ବାସ କରେ ।
କୂପର କଥା ଶୁଣିବା ମାତ୍ରେ ଗଙ୍ଗଦତ୍ତଙ୍କୁ ସାପ କହିଲା ଯେ ମୁଁ କିନ୍ତୁ କୂପ ମଧ୍ୟକୁ ଯାଇପରିବି ନାହିଁ । ଏହାର କାରଣ ହେଲା ମୋର କୂପ ମଧ୍ୟକୁ ପ୍ରବେଶ କରିବାର ଗୋଡ଼ ନାହିଁ । ତେବେ ଯଦିଓ କୌଣସି ମତେ ସେଠାକୁ ଯାଇପାରେ ତାହାହେଲେ କେଉଁଠାରେ ରହି ମୁଁ ତୁମର ଶତ୍ରୁମାନଙ୍କୁ ବିନାଶ କରିପାରିବି ଏହାହିଁ ତ ମୋ ପାଇଁ ପ୍ରଧାନ ଚିନ୍ତା ।
ସାପଠାରୁ ଏ ପ୍ରକାର ବାଣୀ ଶୁଣିବା ପରେ ଗଙ୍ଗଦତ୍ତ କହିଲା ତାହାହେଲେ ତୁମ୍ଭେ ମିତ୍ର ଆଉ ଚିନ୍ତା କର ନାହିଁ । ମୁଁ ତୁମକୁ ସେହି କୂପ ମଧ୍ୟରେ ଯେମିତି ହେଉ ନେଇ ଛାଡ଼ି ଆସିବି । ସେହି କୂପ ମଧ୍ୟରେ ଗୋଟିଏ ଖୋଲ ଅଛି । ତୁମ୍ଭକୁ ସେହି ଖୋଲ ମଧ୍ୟରେ ରହି ମୋର ଶତ୍ରୁମାନଙ୍କୁ ଗୋଟି ଗୋଟି କରି ଶେଷ କରିବାର ସୁବିଧା ପାଇ ପାରିବ ।
ବେଙ୍ଗ ରାଜା ଗଙ୍ଗଦତ୍ତଠାରୁ ସବୁ ପ୍ରକାର ସୁବିଧା ପାଇବା ପରେ ସାପ ଭାବିଲା ଯାହାହେଉ ମରଣ କାଳ ତ ମୋର ହେଲାଣି । ବୁଢ଼ା ହୋଇଯିବା କାରଣରୁ ଶିକାରଟିଏ ଧରି ଖାଇବା ମୋ ପାଇଁ କଷ୍ଟପ୍ରଦ । ଏ ବି ଏକ ସୁଯୋଗ ମୋତେ ମିଳିଗଲା । ଏଥିରେ ମିତ୍ରଙ୍କୁ ତାଙ୍କର ଶତ୍ରୁ ନିପାତ କରିବାକୁ ସାହାଯ୍ୟ କରିବି ଆଉ ମଧ୍ୟ କିଛିଦିନ ମୋ ଲାଗି ଆଉ ଆହାର ଚିନ୍ତା ରହିବ ନାହିଁ । ଏଥିଲାଗି ଗଙ୍ଗଦତ୍ତ କଥାରେ ରାଜିହୋଇ ସାପ ତା’ର ଠିକଣା ସ୍ଥାନକୁ ଗଙ୍ଗଦତ୍ତ କଥାରେ ରାଜିହୋଇ ସାପ ତା’ର ଠିକଣା ସ୍ଥାନକୁ ଗଙ୍ଗଦତ୍ତ ଯାଇ ପହଞ୍ଚିଗଲା । ସେଠାରେ ପହଞ୍ଚିବା ପରେ ଗଙ୍ଗଦତ୍ତ କହିଲା : ଆହେ ମିତ୍ର ମୋର ମଧ୍ୟ ଆଉ ଏକ କଥା ଶୁଣ । ତୁମେ ସେହି ଖୋଲ ମଧ୍ୟରେ ଥାଇ ମୋର ଶତ୍ରୁଙ୍କୁ ବିନାଶ ତ କରିବ ହେଲେ ମୁଁ ତୁମକୁ ଯାହାକୁ କହିବି ତୁମେ ତାହାର ବିନାଶ କରିବ ।