ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଖୋଳିଥିବା ଗର୍ତ୍ତରେ ନିଜେ

                ଏଥର ମିତ୍ର ଗଙ୍ଗଦତ୍ତ ସାପ ଉପରେ ରାଗିଯାଇ କହିଲା – ତୁମେ ତ ମୋର ଭଲ ମିତ୍ର ଦେଖୁଛି । ବିପଦ ସମୟରେ ମୋତେ ବହୁ ପ୍ରଲୋଭିତ କଥା କହି ଏଠାକୁ ଡାକି ଆଣିଲ । ତୁମ୍ଭର ଶତ୍ରୁ ଏତେଗୁଡ଼ାଏ ବେଙ୍ଗକୁ ମୋ ଦ୍ୱାରା ନିପାତ କରି ମୋତେ ହତ୍ୟାକାରୀ ଅପରାଧୀ କରାଇଲ । ପୁଣି କାମ ସରିଯିବାରୁ କହୁଛ ଏଥର ନିଜପୁରକୁ ଫେରିଯାଅ? ଏହା କେଉଁ ନ୍ୟାୟ ଶାସ୍ତ୍ରରେ କଥା? ଆଗ ତୁମେ ମୋର ଭୋକିଲା ଉଦରକୁ ଶାନ୍ତ କରାଅ । ତାହାଯଦି ନ କରି ପାରିବ ତାହାହେଲେ ମୁଁ ତୁମ ସମସ୍ତଙ୍କୁ ଭୋଜନ କରି ମୋର ଉଦରକୁ ଶାନ୍ତ କରିବି ।

                ଏତେବେଳକୁ ସାପକୁ କୌଣସି ଉତ୍ତର ଦେବା ନିମନ୍ତେ ବେଙ୍ଗ ରାଜା ଗଙ୍ଗଦତ୍ତ ପାଖରେ କିଛି ଉପାୟ ନଥିଲା । ଏହାପରେ ସେ ବାଧ୍ୟ ହୋଇ ନିଜର ପରିବାର ମଧ୍ୟରୁ ଜଣ ଜଣ କରି ସାପର ଆହାର ନିମନ୍ତେ ପଠାଇବାକୁ ବାଧ୍ୟ ହେଲା ।

                ସାପ ମଧ୍ୟ ଉଦର କଷ୍ଟର ନିବାରଣ ନିମନ୍ତେ ଏଠାରେ ପାପ ପୂଣ୍ୟ ମିତ୍ର ଶତ୍ରୁ ବୋଲି କିଛିବି ଚିନ୍ତା ନକରି ଗଙ୍ଗଦତ୍ତର ପରିବାରଙ୍କୁ ଖାଉ ଖାଉ ଶେଷ କରିଦେଲା । ଏହା ଦେଖନ୍ତେ ବିଚରା ଗଙ୍ଗଦତ୍ତ ଖୁବ୍ ଚାଲାଖିପଣରେ ସେ କୂପ ମଧ୍ୟରୁ ବାହାରକୁ ବାହାରି ଆସିଲା କିନ୍ତୁ ସାପ ସେହିପରି ସେହି କୂପ ମଧ୍ୟରେ ଗଙ୍ଗଦତ୍ତ ଫେରିବା ପଥକୁ ଚାହିଁ ବସିଲା ।

                ଏହାପରେ ଦିନ ଦିନ ମାସ ମାସ ବିତିଗଲା । କୂପ ମଧ୍ୟକୁ ଆଉ ଗଙ୍ଗଦତ୍ତ ଫେରିଲା ନାହିଁ । ସାପ ଭୋକ ଉପାସରେ ଆଉଟ ପାଉଟ ହେଉଥିବା ସମୟରେ ଅନ୍ୟ ଖୋଲରେ ଥିବା ଗୋଧିକୁ ଦେଖି ସାପ ତାହାକୁ ଗଙ୍ଗଦତ୍ତ ପାଖକୁ କିଛି ସୁଖ ଖବର ଦେଇ ପଠାଇଲା ।

                ଗୋଧିଟି ଗଙ୍ଗଦତ୍ତଙ୍କର ମିତ୍ର ସାପ କଥାରେ କୂପ ମଧ୍ୟରୁ ବାହାରକୁ ଆସି ସମସ୍ତ ସମ୍ବାଦ ଗଙ୍ଗଦତ୍ତକୁ ଦିଅନ୍ତେ ଗଙ୍ଗଦତ୍ତ ତାଙ୍କୁ ବୁଝାଇ କହିଲା – ହେ ଗୋଧି ନନା! ତୁମେ ଯାଇ ସାପକୁ କହିଦେବ ଯେ ମୁଁ ଆଉ ସେହି କୂପକୁ ଯିବି ନାହିଁ । ନିଜ ଦ୍ୱାରା ଖୋଳିଥିବା ଗର୍ତ୍ତରେ ମୋତେ ଶେଷର ପଡ଼ିବାକୁ ହେଲା । ମୋ ଦ୍ୱାରା ଏପରି ଭୁଲ ଆଉ କେବେ ହେବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ