ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଙ୍ଗାରାମଙ୍କ ଭୂଲ୍

ହେଲାପୁରୀର ଧନୀ ଗଙ୍ଗାରାମ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ତାଙ୍କର ଅନେକ ବ୍ୟବସାୟ, ତେଣୁ ଅନେକ ରୋଜଗାର । ସେ ପୁଅ ହାତରେ ସବୁ କିଛି ସମର୍ପି ଦେଇ ନିଜେ ଶାନ୍ତିରେ ଜୀବନ ବିତାଇବାକୁ ଚାହିଁଲେ ।

                ଦିନେ ଦୁଆର ପାଖରେ ପଡିଯାଇ ସେ ତାଙ୍କ ଗୋଡ ଭାଙ୍ଗିଲେ । ଶଯ୍ୟାଶାୟୀ ହୋଇ ସେ ପଡିଥା’ନ୍ତି; ତାଙ୍କ ବାଲ୍ୟବନ୍ଧୁ ଗୋବିନ୍ଦ ଏକଥା ଶୁଣି ଦେଖିବାକୁ ଆସିଲେ । ସେ ପଚାରିଲେ, “କିଓ ଏ ବୟସରେ ତମେ କ’ଣ ଡିଆଁ ଡେଇଁ କରି ନା ବାଗୁଡି ଖେଳି ନିଜ ଗୋଡ ଭାଙ୍ଗିଲ?”

                ଗଙ୍ଗାରାମ ତାଙ୍କ ମୁହଁ ଶୁଖାଇ କହିଲେ, “ମୁଁ ସବୁଦିନେ ଖାଇସାରି ପାନ ଖାଏ । ପାନ ଛେପ ଦୁଆରକୁ ପକାଇ ଦେଇ ଖଟ ଉପରକୁ ଯାଏ । ସେଦିନ ମୁଁ ଏତେ ଅନ୍ୟମନସ୍କ ଥିଲି ଯେ ଖଟ ଉପରେ ଛେପ ପକାଇ ପିଣ୍ଡାରୁ ସିଧା ଶୋଇବାକୁ ଦୁଆର ତଳକୁ ଗୋଡ ବଢାଇ ଦେଲି । ତା’ପରେ ତ ଅବସ୍ଥା ଦେଖୁଛ ।”

                ଏକଥା ଶୁଣି ଗୋବିନ୍ଦ ଅଟ୍ଟହାସ୍ୟ କରି କହିଲେ, “ସତରେ ନା କ’ଣ? ଏକଥା କେହି ଭଲା ବିଶ୍ୱାସ କରିବ ।” ସେତେବେଳକୁ ଗଙ୍ଗାରାମଙ୍କ ମୁହଁଟା ବିକଳ ହୋଇଗଲାଣି ।


ଗପ ସାରଣୀ

ତାଲିକାଭୁକ୍ତ ଗପ