ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଧର ପାଠ ପଢା

         ସମ୍ରାଟଙ୍କଠାରୁ ଏପରି ଆଦେଶ ହେବାରୁ ବିରବଲ ହଠାତ୍ ବିଭ୍ରମ ହୋଇ ପଡିଲେ । ସମ୍ରାଟଙ୍କର ଆଜି ଏ କି ବିଚାର । ଏହା ଭାବି ବିରବଲ କିଛି କହିବାକୁ ଉଠି ପଡନ୍ତେ, ଜଣେ ପ୍ରହରୀ ଗଧର ପଘାଟାକୁ ଧରି ନେଇ ଗଧକୁ ବିରବଲଙ୍କ ହସ୍ତରେ ଧରାଇ ଦିଅନ୍ତେ ବିରବଲ ଅନ୍ୟ ଉପାୟ ନ ପାଇ କହିଲେ, ଜାହାଁପନା, ମୁଁ ଏହି ଗଧକୁନେଇ ଏବେ କରିବି କ’ଣ? ଗଧସିନା ପାଠ ପଢିବାର କଥା ମୁଁ ଅନୁମାନ କରି କହିଥିଲି, ହେଲେ ଗଧର ପରା ଆଉ ଏକ ଆଳୁଦୋଷ ରହିଯାଇଛି ।

         ସମ୍ରାଟ୍ କହିଲେ, ଗଧର ଆଳୁ ଆଉ ଫାଳୁ ଦୋଷ ରହିବାର କଥା ମୋ ବିଚାରରେ ନାହିଁ । ମୋର ଆଦେଶ ଶିରୋଧାର୍ଯ୍ୟ । ତୁମେ ମାସକ ମଧ୍ୟରେ ଗଧକୁ ପାଠ ପଢାଇ ସାରି ମୋ ଦରବାରରେ ପହଁଚାଇବ । ନ ପହଁଚାଇଲେ ସମ୍ରାଟଙ୍କର ଆଦେଶ ଏ ପାଖ ସେପାଖ ହେବାର ପରିଣାମ କଥା ତୁମକୁ ଜଣାଥିବ ।

         ଏଥର ବିରବଲ ବୁଝିଲେ । ଶାସ୍ତ୍ର କହିଛି ତ ରାଜା ଗୋଜା, ସେ ଯାହା ବୁଝିଥିବେ ତାହା କେବେ ବଦଳେ ନାହିଁ । ବୀରବଲଙ୍କ ମୁଣ୍ଡରେ ଆଉ କିଛି ପଶିଲା ନାହିଁ । ହେଲେ ଏବେ ଭାବୁଛନ୍ତି ଯେ କଥାଟାକୁ ସିନା ଆଗପଛ ବିଚାର ନ କରି ମୁଁ କହି ଦେଲି ହେଲେ ଏ ଗଧ ସତରେ କ’ଣ ପାଠ ପଢିବ । ଏପରି ବିଶ୍ୱାସ ତ ମୋର ନାହିଁ । ତହୁଁ ସମ୍ରାଟଙ୍କୁ ବିନୀତ ପ୍ରକାରେ ବିରବଲ କହିଲେ – ଜାହାଁପନା, ମୁଁ ଏହି ଗଧକୁ ନେଇ କ’ଣ କରିବି?

         ସମ୍ରାଟ୍ ଆଦେଶ ଦେଲେ । ସମ୍ରାଟଙ୍କ ଆଦେଶରେ ତୁମେ ଖିଲାପ୍ କରିବାକୁ ଚାହଁନା ।

         ବିରବଲ କହିଲେ – ନାହିଁ… ନାହିଁ, ଜାହାଁପନା । ଆପଣଙ୍କ ଆଦେଶ ମୋର ଶିରୋଧାର୍ଯ୍ୟ ।

         ସମ୍ରାଟ୍ କହିଲେ – ତାହା ହେଲେ ଠିକ୍ ଅଛି । ଆଜିଠାରୁ ଏକମାସ ମଧ୍ୟରେ ଏହି ଗଧକୁ ନେଇ ପାଠ ପଢାଇ ପୁଣି ଦରବାରରେ ଆଣି ହାଜର କରାଇବ । ତାହା ନ ହେଲେ ଶାସ୍ତି ନିମନ୍ତେ ପ୍ରସ୍ତୁତ ରହିବ ।

         ଏହାପରେ ବିରବଲଙ୍କର ସମସ୍ତ ଆପତ୍ତି ଅଭିଯୋଗ କାଟ ଖାଇଲା ।

         ଗଧଟା ସତରେ ମଣିଷ ହେବ । ସେ ପୁଣି ପାଠ ପଢିବ । ତା’ଲାଗି ମୁଁ ଏବେକେଉଁ ପାଠଶାଳାରୁ ଶିକ୍ଷକ ରୁପେ ଠିକ୍ କରିବି । ଏହି କଥା ଭାବି ଭାବି ଗଧଟିକୁ ଦରବାରରୁ ନେଇ ବିରବଲ ଘରକୁ ଫେରିଲେ । ବିରବଲଙ୍କ ବିରୋଧୀ ପଣ୍ଡିତମାନେ ତ ଆଗରୁ ଈର୍ଷାରେ ଜଳୁଥିଲେ, ଗଧକୁ ନେବା ବେଳେ ସେମାନେ ମନକୁ ମନ କହି ହେଉଥିଲେ, ବାଃ ବାଃରେ ପଣ୍ଡିତ! ଏଥର ଗଧକୁ ପଢାଇବା ଦାୟିତ୍ୱ ତୁମ୍ଭର । ଏଥର ପାନେ ପାଇବେ ନିଶ୍ଚୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ