ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗନ୍ଧର୍ବ ମାଳା

ନଈ କୂଳରେ ଛୋଟ ଗାଁଟିଏ । ସେଇ ଗାଁରେ ବୁଢାବୁଢୀ ଦୁଇଜଣ ରହୁଥାଆନ୍ତି । ତାଙ୍କର ତ ଚାଷୀ ପରିବାର । ସୁଖେ ଦୁଃଖେ ତାଙ୍କର ସଂସାର ଡଙ୍ଗା ଚାଲିଥାଏ । ସେ ବୁଢାବୁଢୀଙ୍କର ତିନୋଟି ପୁଅ । ତାଙ୍କର ପ୍ରଥମ ଦୁଇପୁଅ ବେଶ୍ ଚତୁର । କାମ ଧନ୍ଦାରେ ସେମାନେ ଖୁବ୍ ନିପୁଣ । ସେମାନଙ୍କର ଘରକାମ, ବାହାରକାମ କେଉଁଥିରେ ବି କିଛି ଖୁଣିବାକୁ ନାହିଁ । ସକାଳୁ ସଞ୍ଜଯାଏଁ ସେମାନେ ଖାଲି ଖଟୁଥାଆନ୍ତି । ଏଥିପାଇଁ କେବଳ ଘରେ ତାଙ୍କ ବାପ ମାଆ ନୁହଁନ୍ତି, ଗାଁ ଲୋକମାନେ ମଧ୍ୟ ସେହି ଦୁଇପୁଅଙ୍କର ଭୁରିଭୁରି ପ୍ରଶଂସା କରନ୍ତି । ବୁଢାବାପା ବି ତା ବଡ ଦୁଇ ପୁଅଙ୍କ ପାଇଁ ଭଲ ପୋଷାକ କିଣି ଆଣିଦିଏ । ସେମାନଙ୍କର ହାତଖର୍ଚ୍ଚ ପାଇଁ ବୁଢାବାପା ବି ମଧ୍ୟେ ମଧ୍ୟେ ସେମାନଙ୍କୁ ପଇସା ଯୋଗାଇଥାଏ । ମା’ ମଧ୍ୟ ତା ବଡଦୁଇ ପୁଅଙ୍କର ସବୁବେଳେ ହାନିଲାଭ ବୁଝୁଥାଏ । ତାଙ୍କଲାଗି ଭଲ ଭଲ ଖାଇବା ଜିନିଷ ତିଆରି କରିଦିଏ । ବାପ ହାଟକୁ ଗଲେ ତା ବଡ ଦୁଇ ପୁଅଙ୍କ ପାଇଁ କେତେ ଜିନିଷ କିଣି ଆଣେ; କିନ୍ତୁ ଏହି ସବୁଥିରେ ତାଙ୍କ ସାନପୁଅର ଆଦୌ ଭାଗ ନଥାଏ । ସେ ଥାଏ ଏକପ୍ରକାର ଅବହେଳିତ । କାରଣ ସେ ସାନପୁଅଟି ଥିଲା ବୋକା । ତେଣୁ ତା’ ଉପରେ ତା ବାପାବୋଉ ସବୁବେଳେ ଅସନ୍ତୁଷ୍ଟ । ତାର ଖାଇବା ପିନ୍ଧିବା କଥା ସେମାନେ ଭଲକରି ବୁଝନ୍ତି ନାହିଁ । ସେ ତ ବୋକା, ହେଲେ ଖାଇବ ତ, ନଚେତ୍ ସେମିତି ଉପାସରେ ବସିଥିବ । ଭଲ ଲୁଗା ଖଣ୍ଡିଏ ତାକୁ ଦେଲେ ସେ ପିନ୍ଧିବ, ନ ହେଲେ ଚିରା ପୋଷାକରେ ସେ ଦୁନିଆ ବୁଲୁଥିବ ।

ସେଇ ରାଇଜର ରାଜାଙ୍କର ଗୋଟିଏ ବୋଲି ଝିଅ । ଦେଖିବାକୁ ସେ ଚନ୍ଦ୍ରଉଦିଆ ପରି । ଗୋଟିଏ ଚାଉଳରେ ଗଢା ସେ । ତାର ବାହାଘର ବୟସ ହେଲା । କେତେ ରାଇଜର ରାଜକୁମାର ତାଙ୍କୁ ବାହା ହେବାପାଇଁ ଅପେକ୍ଷା କରିଥାଆନ୍ତି । ସେ ରାଜକୁମାରୀଙ୍କର ବାହାଘର ପାଇଁ ଦିନ ବି ଠିକ୍ ହୋଇଗଲା । କେତେ ଆଡମ୍ବର ସହକାରେ ଭୋଜି ହେବ । ସେ ରାଇଜଯାକର ପ୍ରଜାପାଟକ ତ ଭୋଜି ପାଇଁ ନିମନ୍ତ୍ରଣ ପାଇଛନ୍ତି । କିନ୍ତୁ ସେ ରାଜକୁମାରୀଙ୍କର ଭାରି ଇଚ୍ଛା, ଯେଉଁ ପୁଅ ପକ୍ଷୀରାଜ ଘୋଡାରେ ବସି ରାଜାଙ୍କ ନଅରରେ ଓହ୍ଲାଇବ, ସେହି ପୁଅକୁ ହିଁ ରାଜକୁମାରୀ ବିବାହ କରିବେ । ଏହି ସମ୍ବାଦକୁ ନେଇ ଚାରିଆଡେ ଡେଙ୍ଗୁରା ଦିଆହେଲା । ଭୋଜି ଖାଇବା ପାଇଁ ପ୍ରଜାମାନେ ବି ଚାଲିଲେ ରାଜଧାନୀ ଆଡକୁ ।

ଏଣେ ଏ ଚାଷୀ ବୁଢାର ଦୁଇପୁଅ ସଜ ହେଲେ ଭୋଜି ଖାଇଯିବେ ବୋଲି । ସେଥିପାଇଁ ଦୁଇଟି ଘୋଡା ସଜ ହେଲା । ବାଟରେ ଖାଇବା ପାଇଁ ବାପା ବୋଉ ସେମାନଙ୍କୁ କେତେ ପ୍ରକାର ସରଞ୍ଜାମ ଯୋଗାଇଦେଲେ ।

ଦୁଇ ଭାଇ ମନଖୁସିରେ ଘୋଡା ଛୁଟାଇଥାନ୍ତି । ଜଙ୍ଗଲ ମଝିରେ ଜଣେ ବୃଦ୍ଧଲୋକ ସେମାନଙ୍କ ସହିତ ଭେଟ ହେଲା । ସେ ବୃଦ୍ଧଲୋକଟି ବଡ ଦୁର୍ବଳ ଜଣାଯାଉଥିଲା । ସତେ ଯେପରି ସେ କେତେଦିନ ହେଲା କିଛିବି ଖାଇନାହିଁ । ତେଣୁ ସେ ବୁଢାଟି ଏ ଦୁଇଭାଇଙ୍କୁ ଅଟକାଇ ସେମାନଙ୍କୁ କିଛି ଖାଇବାକୁ ମାଗିଲା । କିନ୍ତୁ ଏ ଦୁଇଭାଇ ଯାକ ସେ ବୁଢାକଥାରେ ଖୁବ୍ ବିରକ୍ତ ହେଲେ । ସେମାନେ କହିଲେ, “ଆମକୁ ବେଳ ନାହିଁ ତୋତେ ଖାଇବାକୁ ଦେବାପାଇଁ । ଆମେ ଯାଉଛୁ ରାଜାଘର ଭୋଜି ଖାଇବା ପାଇଁ ।” ଏତିକି କହି ସେମାନେ ସେଠାରୁ ବାହାରି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ