ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗନ୍ଧର୍ବ ମାଳା

ଏଣେ ସେ ବଡ ଦୁଇଭାଇ ରଜାଘର ଯିବାରୁ ସାନଭାଇର ମନ ମଧ୍ୟ ଉଚ୍ଛାଟ ହେଲା । ତେଣୁ ସେ ଯାଇ ତା ମାଆ ପାଖରେ କହିଲା, ‘ମାଆ ମୁଁ ସେ ରଜାଘର ଭୋଜି ଖାଇଯିବି ।’ ଏକଥା ଶୁଣି ମା’ ତା ସାନ ପୁଅ ଉପରେ ଖୁବ୍ ବିରକ୍ତ ହେଲା । “ତୋ ପରି ବୋକା ଲୋକକୁ ତ ରଜାଘର ଅନେଇ ବସିଛନ୍ତି । ତୋର ଅପରିଷ୍କାର ପୋଷାକ, ବେଢଙ୍ଗ କଥାବାର୍ତ୍ତାକୁ କିଏ ଭଲ ପାଇବ?”

ଅଧିକ ଜିଗର୍ କରିବାରୁ ମା’ ତା ସାନ ପୁଅ ପାଇଁ କିଛି ଶୁଖିଲା ରୁଟି ବାନ୍ଧିଦେଲା । ତାକୁ ଘୋଡା ଦେବାର ତ ପ୍ରଶ୍ନ ଉଠୁନାହିଁ । ତାପରେ ମା’ କହିଲା, “ଯଦି ମନ କରିଛୁ, ତେବେ ତୁ ସେଠାକୁ ଚାଲିକରି ଯାଆ ।”

ଛୋଟ ଗଣ୍ଠିଲିଟିଏ କାନ୍ଧରେ ପକାଇ ସେ ସାନଭାଇଟି ଜଙ୍ଗଲ ବାଟରେ ରାଜଧାନୀ ଆଡକୁ ଚାଲିଥାଏ । ଜଙ୍ଗଲ ମଝିରେ ସେଇ ବୁଢାଲୋକ ସହିତ ସାନଭାଇଟିର ମଧ୍ୟ ସାକ୍ଷାତ ହେଲା । ସେତେବେଳକୁ ସେ ବୁଢାଲୋକଟି ଅତ୍ୟନ୍ତ ଦୁର୍ବଳ ଦେଖାଯାଉଥାଏ । ତାର ମୁଣ୍ଡବାଳ ମଧ୍ୟ ଫୁରୁଫୁରୁ ହୋଇ ଉଡୁଥାଏ । ତାର ଦେହରେ କଙ୍କାଳ ବି ଗଣି ହୋଇଯାଉଥାଏ । ସେ ବୁଢାଲୋକଟି ସାନଭାଇକୁ ଅଟକାଇ କହିଲା, “ପୁଅରେ, ଅନେକ ଦିନ ହେଲା ମୁଁ କିଛି ଖାଇନାହିଁ । ମୋତେ କ’ଣ ଖାଇବାକୁ ତୁ ଦେ ।”

ଏପରି କଥା ଶୁଣି ସେ ସାନଭାଇଟିର ମନରେ ଖୁବ୍ ଦୟା ହେଲା । ତାକୁ ତ ତା ମା’ ଆଦୌ ଭଲ ପାଏ ନାହିଁ । ତେଣୁ ତାକୁ ତା ମା’ ଶୁଖିଲା ରୁଟି ଓ ବାସୀ ତରକାରୀ ଟିକିଏ ଦେଇଛି । ମନେ ମନେ ସାନଭାଇଟି ଭାବିଲା, ମୁଁ ଏହି ବୁଢା ମଣିଷକୁ ତାହା କିପରି ଯାଚିବି? ଏପରି ଭାବି ଭାବି ଶେଷରେ ସେ ସାନଭାଇଟି ଅତ୍ୟନ୍ତ ସଙ୍କୋଚରେ ବୁଢାଲୋକକୁ କହିଲା, “ମଉସା, ମୋ ପାଖରେ ସାମାନ୍ୟ ଶୁଖିଲା ରୁଟି ଦୁଇଖଣ୍ଡ ଏବଂ ବାସି ତରକାରୀ ଅଛି । ତମେ କ’ଣ ତାକୁ ଖାଇପାରିବ?”

ତହୁଁ ସେ ବୁଢା କହିଲା, “ପୁଅ ତୋ ଗଣ୍ଠିଲି ଖୋଲ । ମୋର କିଛିବି ଆପତ୍ତି ନାହିଁ ।”

ସାନଭାଇ ଗଣ୍ଠିଲି ଖୋଲି ତା ମା’ ଦେଇଥିବା ଶୁଖିଲା ରୁଟି ଓ ବାସି ତରକାରୀ ବାହାର କଲା । ପତ୍ର ଖଣ୍ଡିଏ ପକାଇ ସାନଭାଇ ସେ ବୁଢାପାଇଁ ବାଢିଦେଲା ।

ବୁଢା କହିଲା, “ପୁଅ ! ତୁ ଖାଇବୁ ନାହିଁ?” ସାନପୁଅ କହିଲା, “ମଉସା ! ତୁମେ ତ ବୁଢାମଣିଷ । ଭୋକରେ ଆଉଟୁ ପାଉଟୁ ହେଉଛ । ତୁମେ ଖାଇ ଦିଅ । ମୁଁ ତ ଘରେ ଖାଇକରି ଆସିଛି । ମୁଁ ନ ଖାଇଲେ ବି ଚଳିଯିବ ।”

ସାନପୁଅର ହୃଦୟରେ ଦୟାଭାବ ଦେଖି ସେ ବୁଢା ଖୁବ୍ ଆନନ୍ଦିତ ହେଲା । ସେ ରୁଟି ଖାଇଲାବେଳେ ପଚାରିଲା, “ବାପା, ତୁ କୁଆଡେ ବାହାରିଛୁ?”

ସେ ସାନପୁଅ କହିଲା, “ମଉସା ! ରାଜାଘର ଝିଅ ବାହାଘର । ଯେଉଁ ଲୋକ ପକ୍ଷୀରାଜ ଘୋଡାରେ ବସିକରି ସେଠାକୁ ଯିବ, ସେ ହିଁ ରାଜା ଝିଅକୁ ବାହା ହେବ । କେତେ ଭୋଜି ହେବ । ମୁଁ ତ ସେହି ଆଶାରେ ସେଠାକୁ ଯାଉଛି ।”

ଏହା ଶୁଣି ସେ ବୁଢା କହିଲା, “ପୁଅରେ, ତୋର ଏହି ମଇଳା ତଥା ଚିରା ଲୁଗା ଦେଖିଲେ ତ ସେ ରାଜା ଘର ଲୋକେ ତୋତେ ମାରି ଗୋଡାଇବେ । ତୁ ଆଉ ଭୋଜି ଖାଇବୁ କ’ଣ?”

                ଏପରି କଥା ଶୁଣି ସେ ସାନପୁଅଟି ଅତି ମନ ଦୁଃଖରେ କହିଲା, “ମୁଁ ଆଉ କ’ଣ କରିବି? ମୋତେ ତ ବାପାବୋଉ କିଛି ଦିଅନ୍ତି ନାହିଁ । ବଡ ଦୁଇଭାଇ ଭଲ ପୋଷାକ ପିନ୍ଧି ଆଗରେ ଯାଇଛନ୍ତି । ଏଣିକି ମୋ ଭାଗ୍ୟରେ ଯାହା ଥିବ ।”

                ସ୍ୱର୍ଗର ଗନ୍ଧର୍ବ ଜଣେ ଅଭିଶାପ ପାଇ ବଣରେ ବୁଢା ବେଶରେ ବୁଲୁଥିଲେ । ଏକଥା ସେ ସାନପୁଅଟି ଅବା କିପରି ଜାଣିବ? ଗନ୍ଧର୍ବ କହିଲେ, “ବାପା, ତୁ ଆଦୌ ବ୍ୟସ୍ତ ହୁଅ ନାହିଁ । ତୋ ହୃଦୟରେ ଦୟାଭାବ ଅଛି । ତୁ ଅନ୍ୟର ଦୁଃଖ ଠିକ୍ ବୁଝିପାରୁଛୁ । ତୋ ପରି ପୁଅ ହିଁ ରାଜାଙ୍କ ଝିଅକୁ ବାହାହେବା ଉଚିତ୍ ।”

ଏତିକି କହି ସେ ଗନ୍ଧର୍ବ ସାନପୁଅଟିର ହାତକୁ ଗୋଟିଏ ମାଳା ବଢାଇଦେଲା । ସେ ଗନ୍ଧର୍ବ କହିଲେ, “ଏହି ମାଳାକୁ ତୁ ଠାକୁରଙ୍କ ନାମରେ ତିନିଥର ଜପି ଯାହା ମାଗିବୁ ସେ ତୋତେ ନିଶ୍ଚୟ ତାହା ଦେବେ । ହେଲେ ମନେରଖ, ତୁ କେବେ କାହାର କିଛିବି କ୍ଷତି କରିବୁ ନାହିଁ ।”

ଏତିକି କହି ସେ ବୁଢା ରୂପି ଗନ୍ଧର୍ବ ସେଠାରୁ ହଠାତ୍ କୁଆଡେ ଉଭାନ୍ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ