ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗରିବର ଭଗବାନ

                ସକାଳ ହେଲା । ସାଧୁ ତ ସେହିପରି ନିଶ୍ଚଳ ହୋଇ ପଥର ଉପରେ ବସିଥାନ୍ତି । ଏଣେ ସେ ଲୋକମାନେ ପଥର ଉପରେ ଚଢିଲେ । ସାଧୁ ଆହୁରି ଉପରକୁ ଚାଲିଗଲେ । ତାପରେ ସେ ଲୋକ ଦୁଇଜଣ ଭୀଷଣ ରାଗିଯାଇ ସେ ସାଧୁଙ୍କ ଉପରକୁ ଢେଲା ପକାଇଲେ । ମାତ୍ର ଗୋଟିଏ ବି ଢେଲା ସେ ସାଧୁଙ୍କ ଦେହରେ ବାଜିଲା ନାହିଁ । ବରଂ ସେ ଆହୁରି ଉପରକୁ ବଢିବାରେ ଲାଗିଲେ ।

                ଶେଷରେ ସେ ସାଧୁ ପାହାଡର ଶିଖରରେ ପହଁଚିଲେ । ସେଠାକୁ ତ କେହି ବି ଯାଇ ପାରିବେ ନାହିଁ । ତା’ପରେ ତଳକୁ ଚାହିଁ ସେହି ଲୋକମାନଙ୍କୁ ସେ ସାଧୁ ଜଣକ କହିଲେ, ‘ମୁଁ ତୁମମାନଙ୍କ ଗାଁ ନିକଟରେ ରହିବାକୁ ଇଚ୍ଛା କରୁଥିଲି, କିନ୍ତୁ ତୁମେମାନେ ତାହା କରାଇ ଦେଲ ନାହିଁ । ବର୍ତ୍ତମାନ ତ ମୁଁ ତୁମମାନଙ୍କଠାରୁ ବହୁତ ଉପରକୁ ଚାଲି ଆସିଛି । ତେବେ ମୁଁ ଯାହାକୁ ସାହାଯ୍ୟ କରୁଥିଲି, ସେ ଜଣେ ଖୁବ୍ ଭଲ ମଣିଷ । ତୁମେମାନେ ତା’ର କୌଣସି କ୍ଷତି କରିବ ନାହିଁ ।’

                ତା’ପରେ ସେ ସାଧୁ ପୁଣି କହିଲେ, ‘ମୁଁ ଏଇ ପାହାଡରେ ରହିବି । ତୁମେମାନେ ମୋ’ନିକଟକୁ ଆସି ମୋତେ ପ୍ରାର୍ଥନା କରିପାର ।’

                ଏହା କହି ସେ ସାଧୁ ସେଠାରୁ ହଠାତ୍ ଅନ୍ତର୍ଦ୍ଧାନ ହୋଇଗଲେ । ଲୋକ ଦୁହେଁ ଆଶ୍ଚର୍ଯ୍ୟ ହୋଇ ନିଜ ଗାଁଆକୁ ଫେରି ଆସିଲେ । ଏହା ପରଠାରୁ ପ୍ରତି ଶ୍ରାବଣ ପୂର୍ଣ୍ଣିମା ଦିନ ଭଗବାନଙ୍କ ପାଇଁ ସେହି ପାହାଡ ନିକଟରେ ମେଳାଟିଏ ହୁଏ । ପାହାଡର ନାମ ‘ମେଳା-ପାହାଡ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ