ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ

ଏପରି କଥା ଶୁଣି ସେ ଗଣ୍ଡଭୈରବ ଚଢେଇଟି ଅତ୍ୟନ୍ତ ଖୁସି ହୋଇଗଲା । କହିଲା, “ତୋର ବିଚାର ଅତ୍ୟନ୍ତ ଭଲ । ତୁ ବଳଦ ନ ଦେଇଥିଲେ ମୁଁ ବଳାତ୍କାର କରି ତାକୁ ନେଇଥାଆନ୍ତି । ତେବେ ମୁଁ ତୋତେ ଏହା ବଦଳରେ ଯଥେଷ୍ଟ ଧନ ଦେବି । ଆଗରେ ଯେଉଁ ପାହାଡମାଳା ଦେଖୁଛୁ, ତା’ରି ଆରପଟେ ରୂପେଲି ପାହାଡ ଉପରେ ମୋର ଘର । ପକ୍ଷୀମାନଙ୍କର ରାଜା କେଉଁଠି ରହନ୍ତି ବୋଲି ପଚାରିଲେ, ସମସ୍ତେ ମୋ କଥା କହିଦେବେ ।”

ଏତିକି କହି ସେ ଗଣ୍ଡଭୈରବ ଚଢେଇ ବଳଦ ଦୁଇଟାକୁ ତା ଗୋଡ ପଞ୍ଝାରେ ଧରି ଆକାଶରେ ଉଡିଗଲା ।

ତାପରେ ମନ ଦୁଃଖରେ ସେ ଚାଷୀଟି ତା ସାନପୁଅକୁ ଧରି ଘରକୁ ଫେରିଆସିଲା । ଚାଷୀର ସ୍ତ୍ରୀ ବଳଦ କୁଆଡେ ଗଲେ ବୋଲି ପଚାରିଲା । ସବୁକଥା ଜଣା ପଡିଲା ପରେ ଘରେ ଖାଲି କାନ୍ଦବୋବାଳି ପଡିଗଲା । ବଳଦ ବିନା ସମସ୍ତେ ଦୁଃଖରେ ଥାଆନ୍ତି । ଏପଟେ ଘରେ ତ ଖାଇବା ପାଇଁ ଅଭାବ । ସମସ୍ତେ କେବଳ ଚିନ୍ତିତ ଥାଆନ୍ତି । ଏହି ସମୟରେ ବଡପୁଅ କହିଲା, “ସେ ଗଣ୍ଡଭୈରବ ଚଢେଇ ବଳଦ ପାଇଁ ତ ଧନ ଦେବ ବୋଲି କହିଛି । ମୁଁ ତାର ଘର ଖୋଜି ତାଠାରୁ ଆମର ପ୍ରାପ୍ୟ ଆଣିବାକୁ ନିଶ୍ଚୟ ଯିବି । ତାହା ହେଲେ ଯାଇ ଆମର ଆଉ କିଛି ଅଭାବ ରହିବ ନାହିଁ ।”

ପ୍ରଥମେ ପ୍ରଥମେ ତା ମା’ ତ ଆଦୌ ରାଜି ହେଉ ନ ଥିଲେ । ସେ ଗଣ୍ଡଭୈରବ ଚଢେଇକୁ କେଉଁ ବିଶ୍ୱାସ ଅଛି? କାଳେ ସେ ମୋ ପୁଅକୁ ଖାଇଦେବ! ଶେଷରେ ବାଧ୍ୟହୋଇ ‘ହଁ’ କଲେ । ତେଣୁ ଗଲାବେଳେ ପୁଅର ବ୍ୟାଗ୍ରେ ତା ମା’ ବାଟରେ ଖାଇବା ପାଇଁ କିଛି ପିଠା ବାନ୍ଧିଦେଲେ ।

ବଡପୁଅ ବାଟ ଚାଲୁଥାଏ । କେତେ ବଣ, ବିଲ, ତୋଟା, ପଡିଆ, ପାହାଡ, ଘାଟୀ ଅତିକ୍ରମ କରିବାକୁ ତାକୁ ପଡିଲା । ବାଟରେ କେତେ ଛୋଟ ବଡ ନଈ ମଧ୍ୟ ସେ ପାରି ହେଉଥାଏ । ଶେଷରେ ଚାଲି ଚାଲି ଥକି ପଡିବାରୁ ସେ ଯାଇ ଗୋଟିଏ ଗଛମୂଳେ ବିଶ୍ରାମ କଲା । ବ୍ୟାଗ୍ରୁ ପିଠା କାଢି ସେ ଖାଇବାକୁ ବସିଛି, ଠିକ୍ ଏତିକି ବେଳେ ଗୋଟିଏ ଗଣ୍ଡଭୈରବ ଚଢେଇ ଛୋଟେଇ ଛୋଟେଇ ଆସି ତାରି ପାଖରେ ପହଁଚିଲା । କହିଲା, “ଭାଇ! ମୋତେ ଖଣ୍ଡିଏ ପିଠା ଖାଇବାକୁ ଦିଅ । ମୋତେ ବଡ ଭୋକ କରୁଛି ।” ବଡପୁଅ ଏକଥା ଶୁଣି ହଠାତ୍ ରାଗିଗଲା । କହିଲା, “ତୋତେ ଭାଗ ଦେଲେ ମୁଁ ପୁଣି ବାଟରେ ଆଉ କ’ଣ ଖାଇବି? ଏବେ ତୋ ବାଟ ତୁ ନିଜେ ଦେଖ ।”

ତାପରେ ସେ ଚଢେଇଟି ଫୁର୍ କରି ଉଡି ପଳାଇଲା । ଏସବୁ ଦେଖି ସେ ବଡପୁଅ ଖୁବ୍ ଆଶ୍ଚର୍ଯ୍ୟ ହେଲା । ମନେ ମନେ ସେ କେବଳ ଭାବିଲା ତାହାହେଲେ ସେ ଚଢେଇଟି ଛୋଟା ବୋଲି ଛଳନା କରୁଥିଲା । ଏଇମିତି ଚାଲି ଚାଲି ସେ ବଡପୁଅଟି ହଠାତ୍ ଜଙ୍ଗଲ ଭିତରେ କୁଆଡେ ବାଟ ବଣା ହୋଇଗଲା । ଏବେ ସେ କୁଆଡେ ଯିବ ବୋଲି ଆଉ ମୋଟେ ବାଟ ପାଇଲା ନାହିଁ ।

ଏଣେ ବଡ ପୁଅ ଫେରି ନ ଆସିବାରୁ ସେ ଚାଷୀ ଘରେ ସମସ୍ତେ ଭାରି ଦୁଃଖରେ ଥାଆନ୍ତି । ଏହି ସମୟରେ ମଝିଆଁ ପୁଅ କହିଲା, “ମା, ମୋର ଯିବାର ସମସ୍ତ ବ୍ୟବସ୍ଥା କରିଦିଅ । ମୁଁ ଭାଇଙ୍କୁ ଖୋଜିବି ଆଉ ସେ ଚଢେଇ ରାଜାଠାରୁ ଆମର ସମସ୍ତ ପ୍ରାପ୍ୟ ବି ମାଗି ଆଣିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ