ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।
ଗାରୁଡି ମନ୍ତ୍ର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ବିଷ୍ଣୁ ପୁରାଣ
- ଭାଲୁର ପଣସ ଖିଆ
- ବାରୁଦର ଜନ୍ମ କଥା
- କଥା କହୁଥିବା ଗୁମ୍ଫା
- ବୀର ହନୁମାନ
- ଛିଟିକିଣି
- ଦୁଷ୍ଟା ଦାସୀ
- କୁମୁଦର ସଦ୍ଗୁଣ
- ଗୋପନୀୟ କାରଣ
- ସିଂହ ଜାତକ
- ଯେପରି କର୍ମ ସେପରି ଫଳ
- ବଲ୍ଲଭର ବ୍ୟାଧି
- ବିବେକ
- ରେଡକ୍ରସ ଜନ୍ମଦାତା
- ଭୟ ପାଇଁ ଔଷଧ
- ଯାଦୁ ମହଲ
- ସୁନାକୁଣ୍ଡରେ ସ୍ନାନ
- ପାଞ୍ଚ ପ୍ରଶ୍ନ
- ବାନର ଓ ଚଟକ ଦମ୍ପତି କଥା
- ଅସଲ କଥା
- ନିୟମ
- ବିନିନ୍ଦ୍ର ରଜନୀ
- ସୁବର୍ଣ୍ଣ ମୟୁରୀ
- ନିଜର ଖୁଣ ଦିଶେନା
- ଉଦ୍ଧତ ଛାଗ
- ଶୁଆ ପକ୍ଷୀର ଚାତୁରୀ
- ମନ୍ଦିର ଅମରନାଥ
- ଚୋର ବୁଦ୍ଧି ଶିଖିଲା
- ପାଠୋଈ ବୋହୂ
- ଗୋପାଳ ଭାଣ୍ଡ
- ବର ବଦଳ କଥା
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଅଦ୍ଭୁତ ଅସ୍ତ୍ର
- ଭଗବାନଙ୍କର ମୂର୍ତ୍ତି
- ମତ୍ସ୍ୟ ସୁନ୍ଦରୀ
- ହଜାରେ ବାଲ୍ଟି ପାଣି
- ତାମ୍ସା
- ଘୋର୍ ଅପରାଧ
- ଧନ୍ୟ ସେ କୃଷକ ପିଲାର ସାହସ
- ଧୂସର ଦୁର୍ଗ
- ଚତୁର ମାଙ୍କଡ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ଗୋପାଳର ଚଣ୍ଡୀ ପାଠ
- କୁକୁର, ବିଲୁଆ ଓ ସିଂହ କଥା
- ଯଶ ଲିପ୍ସା
- ବୀର ହନୁମାନ
- ଅଦ୍ଭୁତ ବଂଶୀ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ଅଜା ନାତି କଥା
- କାଠୁରିଆ ଓ ପରୀରାଣୀ
- ବିଳାସୀ ମହନ୍ତ
- ମହା ପଣ୍ଡିତ
- କୁହୁଡି ଆମ୍ବ ବଉଳ
- “କାଲିକୁ ଆସ”
- ଆମ ଦେଶର ଋଷି ଶୁକଦେବ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ରାଜବୈଦ୍ୟଙ୍କ ଚିକିତ୍ସା
- ଜ୍ୟୋତିଷ ଶୁକପକ୍ଷୀ
- ବର ନିର୍ବାଚନ
- ନମ୍ରଭାବ ଶ୍ରେଷ୍ଠ କରାଏ
- କୁତ୍ସା
- ଶଶ ଜାତକ
- ସିଦ୍ଧିଲାଲୟମ୍ – ୧୯
- ଦୁଷ୍ଟ ବାଘର ବାହାନା
- ଅନୁସନ୍ଧାନ
- ଅଶୁଭ ମୁଖ
- ସହାନୁଭୂତି
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ଦସ୍ତଖତ୍
- ନିମନ
- ଧର୍ମ ଅଧର୍ମ
- ଗୋପୀର ସହର ଯାତ୍ରା
- କୀର୍ତ୍ତିସିଂହ
- କୁଆ ଏବଂ ପେଚା କାହାଣୀ
- ଚାକରର ବୁଦ୍ଧି
- କୃଷ୍ଣାବତାର
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ଦୁରାଶା
- ବିଲୁଆ ଏବଂ ସିଂହ କଥା
- ବୁଦ୍ଧିମାନ ବୃଦ୍ଧ
- କେହି କାହାର ପ୍ରଭୁ ନୁହଁନ୍ତି
- ରାକ୍ଷସ ଅଙ୍ଗାରକ
- ମୂର୍ଖତାର ଫଳ
- ମିଠା କଥା କୁହା ଦୁଷ୍ଟ ମିତ୍ର
- କୁହୁକ ଦ୍ୱୀପ
- ସେବା କରିବାର ଫଳ
- ଜହ୍ନରେ ଠେକୁଆ
- ସ୍ୱର୍ଗ ଗମନ
- ସାବାସ୍ ଗୌରବ
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ଉଦାସୀନ ରାଜପୁତ୍ର
- ଗାରୁଡି ମନ୍ତ୍ର
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ଶ୍ରେଷ୍ଠ ବୈଦ୍ୟ
- ମହାଭାରତ
- ବୁଦ୍ଧିର ଦୌଡ
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ତତ୍କଳ ଜାତକ
- ନିରର୍ଥକ ଉପାୟ
- ସତୀ ସଉତୁଣୀ ମନ୍ଦିର କଥା
- ମାୟାଚିତ୍ର
- ଧନର ମୂଲ୍ୟ
- ଈଶ୍ୱର ପ୍ରାଥନାର ଚମତ୍କରିତା
- ପିତା ଓ ପୁତ୍ର
- ଚତୁରୀ ଦାସୀ
- ଶକ୍ତି-ଯୁକ୍ତି
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ସମାଲୋଚନା ସଫଳତା ଆଣିଦିଏ
- ପିଣ୍ଡଦାନ
- ଦୁଇ ଭୂତୁଣୀ
- ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ
- କପଟୀକୁ ବିଶ୍ୱାସ କର ନାହିଁ
- ପ୍ରତିଶୋଧ
- ସୃଷ୍ଟିର ଆନନ୍ଦ
- ଯେ ପାଂଛେ ପର ମନ୍ଦ
- ଡାଆଁସର ଗର୍ବ
- ଭୂତ ଅନୁଭୂତି
- ବୁଢୀ ଓ ତା’ର କୁକୁଡା
- ପକ୍ଷୀ ଏବଂ ମାଙ୍କଡ କଥା
- ପରାକ୍ରମୀ ସ୍ତ୍ରୀ
- ପ୍ରକୃତ ଧନୀ
- ଭାଇ ହେବତ ଏମିତି
- ଅସନ୍ତୋଷରେ ଲାଭ କ’ଣ?
- କ୍ରୋଧରୁ ଲାଭ!
- ଗୁରୁ ଆଶୀର୍ବାଦ
- ଚକ୍ରଧରର କାହାଣୀ
- ହରିଣ ଓ ଅଙ୍ଗୁର ଲତା
- ଜଣେ କୃପଣ ସନ୍ଥ ପାଲଟିଗଲେ
- ଶ୍ରେଷ୍ଠ ବ୍ୟକ୍ତି
- ମୁକ୍ତି
- ମା ଛେଉଣ୍ଡ ଝିଅ
- ଗୁରୁଙ୍କୁ ଘୃଣା କରନାହିଁ
- ପରୋପକାର
- ଲାଭ କ୍ଷତି
- ଇଲ୍ଲିସସେଠ୍ ଜାତକ
- ଗର୍ବ କଲେ ଖର୍ବ ହୁଏ
- ମା ଆସନ୍ତି ନାହିଁ ବାପା ଆସନ୍ତି
- ପୁଣ୍ୟଦାନର ମହିମା
- ଅଦ୍ଭୁତ ହିସାବ
- ଭିନ୍ନ ବିଦ୍ୟା
- ରାକ୍ଷସର ଧର୍ମ
- ବୁଦ୍ଧି ଓ ସିଦ୍ଧି
- ବିକ୍ରମାଦିତ୍ୟଙ୍କ ବିବାହ
- ବିଷ୍ଣୁ ପୁରାଣ
- କୁପ୍ରବୃତି ବଦଳିଗଲା
- ପବିତ୍ର ଜୀବନ
- କନକ ଉପତ୍ୟକାର କାହାଣୀ
- ବୋତଲ ଭୂତ
- କିଏ ମହାନ୍?
- ଅନିଷ୍ଟ ଓ ଉପକାର
- ବିଧବା ତା ଧନ ଫେରିପାଇଲା
- ଶିବମଲ୍ଲଙ୍କ କାହାଣୀ
- ଭୁବନ ସୁନ୍ଦରୀ
- କୌମୁଦୀ କଥା
- ତ୍ରିଲୋଚନା କଥା
- ଧୂସର ଦୁର୍ଗ
- ବୁଦ୍ଧିମତୀ ମଲ୍ଲିକା
- ଟଙ୍କା ଥଳୀଟି କାହାର?
- ରାସ୍ତାର ବାଙ୍କ
- ତୋଫାନ ଆଗରେ ନଇଁ ପଡିବ
- ସଫଳତା ପାଇଁ ଉଦ୍ୟମ ଲୋଡା
- ସାହୁକାରର ଶିକ୍ଷା
- ଭାଗ୍ୟ
- ଅନୁତାପର ନିଆଁ
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ଯଥାର୍ଥ ଐଶ୍ୱର୍ଯ୍ୟ
- ସମ୍ରାଟ ଅଶୋକ
- ଭକ୍ତ ପାଖରେ ଭଗବାନ ହାରିଲେ
- ଗଧର ବୁଦ୍ଧି
- ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ
- ମଇଁଷି ପାଇଲା ଆଶୀର୍ବାଦ
- ବିଷ୍ଣୁ ପୁରାଣ
- ଯଥାର୍ଥ ସମାଧାନ
- ବହ୍ନି ଦ୍ୱୀପ
- ମିତ୍ରତାର ମୂଲ୍ୟ
- ଅଧିକାର
- ବିଲୁଆ ଭାଇର ଜାଣିବା କଥା
- ଶୂନ୍ୟ ଉପଦେଶ
- ଚଷାର ଯୁକ୍ତି
- ଭୂତତାନ୍ତ୍ରିକ
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- ବିଲୁଆର ଉପଦେଶ
- ପ୍ରକୃତ ଚୋର
- ମିଛୁଆ, ଖଚୁଆ, ଚୁଗୁଲିଆ
- ସିଂହର ଛୁଆ
- ବାମନର ବିବାହ
- କହିବା, କରିବା
- ଉତ୍ତରାଧିକାର
- ମନ୍ତ୍ର – ସିଂହାସନ
- ଦିବସ ବା ରାତ୍ରି?
- ସର୍ବୋଚ୍ଚ ନ୍ୟାୟାଳୟ
- କଠିନ ସମସ୍ୟାର ମୁକାବିଲା କର
- ଚଢେଇ ଓ ତାର ପର
- ମନଗୁଣେ ରୋଗ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ବେଙ୍ଗର ଦୁର୍ଦ୍ଦଶା
- ବନ୍ଧୁଙ୍କ ଅସୁଲି



