ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।
ଗାରୁଡି ମନ୍ତ୍ର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କୃପଣ ଧନୀ କଥା
- ଚାକରର ବୁଦ୍ଧି
- ସର୍ପ – ମନ୍ତ୍ର
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ଗୋବିନ୍ଦଙ୍କ ଇଚ୍ଛା
- ପାଣ୍ଡିତ୍ୟ
- ବହୁମୂଲ୍ୟ ଉପହାର
- ବଡ କିଏ?
- ଦୁଇଟି ବୃକ୍ଷର କଥା
- ସାପ ଓ ନେଉଳ
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ନାରୀ ମାୟା ଦେବେ ଅଗୋଚର
- ଆଖି ଥାଇ ଅନ୍ଧ
- ସୁନ୍ଦରୀ ଗଣିକା
- ଦୃଷ୍ଟିକୋଣ
- ଅନ୍ୟକୁ ଉପଦେଶ
- ବିଷମ ପରୀକ୍ଷା
- ଗୋପୀର ଅନୁମାନ
- ପଶୁଧର୍ମ
- ମହାଭାରତ
- କୁହୁକ ହାଣ୍ଡି
- ଜିତୁ-ମିତୁ
- ବିଚିତ୍ର ବେଣୁ
- ପିଣ୍ଡଦାନ
- ଗୁଣ୍ଡୁଚି ପିଠିରେ ଗାର
- କରୁଣାବତୀ କଥା
- ପରିବର୍ତ୍ତନ
- କୁଆ ଏବଂ ପେଚା କାହାଣୀ
- ସୁନାଖଣିର ଦେଶ
- ବେକା ନା ଭଦ୍ର?
- ରେବତୀ
- ଭାଗ୍ୟ
- ଜ୍ୟୋତିଷ ଶୁକପକ୍ଷୀ
- ବୁଦ୍ଧିମାନ ଗୁରୁନାଥ
- ଧର୍ମ ଅଧର୍ମ
- ଶିବଲୀଳା
- ଆମ୍ବ ଭୂତ
- ଦୁଇ ଅସୁର କଥା
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ଗାରୁଡି ମନ୍ତ୍ର
- ଦରବାରୀ ପେଟୁ
- ସାବାସ୍ ମହାରାଜ!
- ଉପସ୍ଥିତ ବୁଦ୍ଧି
- କୀର୍ତ୍ତିସିଂହ
- କଡମାଛ ଓ ରାଜକୁମାରୀ
- ରତ୍ନ ମଞ୍ଜରୀ କଥା
- ଠକକୁ ଜିତେ ଠକ
- ମୁକ୍ତି
- ଚଢେଇ ଓ ତାର ପର
- ମାନବର ସହନଶୀଳତା ବଡ ଗୁଣ
- ଭାଇଭାଗ
- ଲୀଳାବତୀ କଥା
- ବିଗୁଲ୍
- ସୁନାର ଘୋଡା
- ଜ୍ଞାନବତୀ କଥା
- ନମ୍ରତା ଶ୍ରେଷ୍ଠ ଭୂଷଣ
- ଧର୍ମାନ୍ଧ ବ୍ରାହ୍ମଣ
- ତିନୋଟି ପ୍ରଶ୍ନ
- କୃଷ୍ଣାବତାର
- ଭୂତଙ୍କ ସହାୟତା
- ବୁଦ୍ଧିମାନ ବୃଦ୍ଧ
- ଇଲ୍ଲିସସେଠ୍ ଜାତକ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ବିବେକ
- ଶିବ ପୁରାଣ
- ଚଷାର ଯୁକ୍ତି
- ଡାଆଁସର ଗର୍ବ
- ଘଂଟି ବନ୍ଧା ଓଟ କଥା
- ମଣିଷପଣିଆ
- ବାବୁ କହିଥିଲେ
- ଭୂତତାନ୍ତ୍ରିକ
- ସମ୍ରାଟ ଅଶୋକ
- ମୃତ୍ୟୁକୁ ଡର କାହିଁକି?
- ଯଶ ଲିପ୍ସା
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ହଂସୀ ପରୀ
- ପିତୃଭକ୍ତି
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- କୁହୁକ ଦ୍ୱୀପ
- ହାଡଗିଳା ଭୂତ
- ଠକ ଦଣ୍ଡ ପାଇଲା
- ମା’ ସାନ୍ଧିଲିଙ୍କ କଥା
- ଅଧିକ ଦଣ୍ଡ
- ବଧୁ ନିର୍ବାଚନ
- ଲାବଣ୍ୟବତୀ
- ମଣିଷ ପଣିଆ
- ମନ୍ତ୍ରୀ ନୀତି
- ନ୍ୟାୟ ବିଚାର
- ବ୍ରହ୍ମଜ୍ଞାନୀ ଶୁକମୁନି
- ଅଭିଶପ୍ତ ଉପତ୍ୟକା
- ଭୁବନ ସୁନ୍ଦରୀ
- ହସର କାରଣ
- ପରୀରାଇଜ
- ଯୋଗ୍ୟ କିଏ?
- ପ୍ରକୃତ ପୂଜକ
- ପାପପୁଣ୍ୟ
- ନର୍ତକ ଛାଗଳ
- ଧୂସର ଦୁର୍ଗ
- ଶ୍ରୀଜଗନ୍ନାଥଙ୍କ କାହାଣୀ
- ଶତ୍ରୁକୁ ସତ୍କାର
- ପ୍ରତ୍ୟେକ ଜିନିଷ କାମରେ ଆସେ
- କର୍ତବ୍ୟପାଳନ ସମୟଠାରୁ ବି ବଡ
- ବୀର ହନୁମାନ
- ଗଜମୂର୍ଖ
- ମାନସିକ ବ୍ୟାଧି
- ବହ୍ନି ଦ୍ୱୀପ
- ସୁନାମାଛ କଥା
- ଶ୍ରଦ୍ଧାପୂର୍ବକ ସେବା କର
- ବିଷ!
- ଭୂମି କ’ଣ ସାଙ୍ଗରେ ଯିବ?
- ମା ଛେଉଣ୍ଡ ଝିଅ
- ଗୋପାଳ ଗଧ
- ମନ କିଣିନେଲା ଜନମ ମାଟି
- ଲୋଭୀ କିଏ?
- ବୀର ହନୁମାନ
- କାକୁଡି କାବ୍ୟ
- ସୁନୟନା କଥା
- ଶିବ ପୁରାଣ
- ଠେକୁଆ ଏବଂ ଚୁଟିଆ ମୂଷା
- କାହାର ପତ୍ନୀ
- ଜୟମତୀ କଥା
- ଚନ୍ଦ୍ରକଳା କଥା
- ଚୁଲ୍ଲପଦୁମ ଜାତକ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ପକ୍ଷୀପାଗଳ ବାଳକ
- ସୁଧଖୋର ରତନଲାଲ୍
- ସଙ୍କେତର ଅର୍ଥ
- ବାଲେଶ୍ୱରୀ ପଙ୍ଗାଲୁଣ
- ଅତିଲୋଭ ମୃତ୍ୟୁର କାରଣ
- ଗୋପୀର ସହର ଯାତ୍ରା
- ଦସ୍ୟୁ ରାଜକୁମାର
- ପରିବର୍ତ୍ତନ
- ଭାଗ୍ୟଦେବୀ
- ଶିବଲୀଳା
- ଅଦ୍ଭୁତ ଅସ୍ତ୍ର
- ଛୁଆ କୁକୁଡା
- ପୁନର୍ମୂଷିକୋଭବ
- କପୋତ ଜାତକ
- ବିଧବା ତା ଧନ ଫେରିପାଇଲା
- ରାଜମୁକୁଟ
- ବଦାନ୍ୟ ଜମିଦାର
- ଅଳିଆ
- ଅଶୁଭ ମୁଖ
- ଯଥା ରାଜା ତଥା ପ୍ରଜା
- ମୋହରିର ଚାକିରିରୁ ବିଚାରପତି
- ସୁଧଖୋର୍ ଓ ପିଶାଚ
- ଚୂଡିର ସଂଖ୍ୟା
- ଦସ୍ୟୁ ରାଜକୁମାର
- ବନପରୀ
- ମହାସାଗର ଜାତକ
- ଶିବ ପୁରାଣ
- ଆତିଥ୍ୟ
- ଚାଣକ୍ୟ କଥା
- ପ୍ରଶଂସା ପତ୍ର
- କ୍ରୋଧଜୟୀ ଭଗବାନ ମହାବୀର
- ଏମିତି ଭି ହୁଏ
- ବନ୍ଦିନୀ ପରୀ
- କାହାଣୀରେ ଅବୋଲକରା
- ଦୁଷ୍ଟ କାଉ ଦଳ
- ବଙ୍କୁଲୀ ବାଡି ପ୍ରତି ଭୟ
- ଦୁଇ ବନ୍ଧୁ
- ସାପ ଓ ବେଙ୍ଗ
- ଭଗବାନ ସାକ୍ଷୀ
- କୃପାଧନ୍ୟ ଭୂଷଣ୍ଡକାକ
- ସତୀ ସଉତୁଣୀ ମନ୍ଦିର କଥା
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ବିଚିତ୍ର ଅନୁଭୂତି
- ମୂଷା ମାନଙ୍କର ଉତ୍ପାତ
- ସେ ଦିନର ମୁଖ୍ୟ ନାୟକ
- ଦେବୀଙ୍କ ଅଳଙ୍କାର
- ଧର୍ମ ସହିବ ନାହଁ
- ଚୋର ହେଲେ ରାଜା
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ଧନର ସଦୁପଯୋଗ
- କନକ ଉପତ୍ୟକାର କାହାଣୀ
- ମୂଲ୍ୟ
- ଦୁରାଶା
- ରୂପଧରଙ୍କ ଯାତ୍ରା
- ଦସ୍ୟୁ ରାଜକୁମାର
- କେହି କାହାର ପ୍ରଭୁ ନୁହଁନ୍ତି
- ମହାଭାରତ
- ଧାନ କ୍ଷେତ
- ମହାଭାରତ
- ରାମନାଥଙ୍କ ବୁଦ୍ଧି
- ବିଦ୍ୟା ଅଟଇ ମହାଧନ
- ଆଶା – ନିରାଶା
- ଆମ ଦେଶର ଋଷି ଶୁକଦେବ
- କାହାର ଯୁକ୍ତି ଅଧିକ?
- ରାଜକୁମାରୀ ବିଚିତ୍ରା
- ଅକୃତଜ୍ଞକୁ ଶାସ୍ତି
- ଯୌତୁକର ଭୂତ
- ବେଦବର ଜାତକ
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ରାଷ୍ଟ୍ରପତିଙ୍କ ମହାନତା
- ଭୂବନ ସୁନ୍ଦରୀ
- ରାସ୍ତାର ବାଙ୍କ
- ବିଚିତ୍ର ପୁଷ୍ପ
- ଶତ୍ରୁକୁ ସାହାଯ୍ୟ
- ବିଚିତ୍ର ପୁଷ୍ପ
- ଜଣେ କୃପଣ ସନ୍ଥ ପାଲଟିଗଲେ