ତହୁଁ ସେ ତେନାଲୀରାମା କହିଲେ, “ନାମ ଜାଣି ଆପଣ କ’ଣ ପାଇବେ ମହାରାଜ! ଆଜି ରାତିରେ ଆପଣ ମୋ ସହିତ ଚାଲନ୍ତୁ । ମୁଁ ଆପଣଙ୍କୁ ବହୁତ ଭଲ ମିଠାଇ ଖୁଆଇ ଦେବି ।” ଏହି କଥା ଶୁଣି ରାଜା କୃଷ୍ଣଦେବରାୟ ତେନାଲୀରାମାଙ୍କ କଥାରେ ତୁରନ୍ତ ରାଜି ହୋଇଗଲେ । ରାତିରେ ସାଧାରଣ ବେଶରେ ରାଜଗୁରୁ ଏବଂ ତେନାଲୀରାମାଙ୍କୁ ଧରି ରାଜା ବାହାରିଗଲେ । ଚାଲି ଚାଲି କିଛି ଦୂରରେ ଯାଇ ସେମାନେ ପହଁଚିଲେ । ଗୋଟିଏ ଜାଗାରେ ଦୁଇତିନି ଜଣ ବ୍ୟକ୍ତି ଠିଆ ହୋଇ ଗପିବାରେ ବ୍ୟସ୍ତ ଥାଆନ୍ତି । ଏମାନେ ତିନିଜଣ ଯାଇ ମଧ୍ୟ ସେଠାରେ ରହିଗଲେ । ସେତେବେଳେ ତ ସେ ରାଜାଙ୍କୁ ସାଧାରଣ ବେଶରେ କେହି ବି ଜାଣି ପାରୁ ନଥାନ୍ତି । ରାଜଗୁରୁ ଓ ମହାରାଜଙ୍କୁ ସେଠାରେ ଅଟକାଇ ତେନାଲୀରାମା ନିକଟରେ ଥିବା ଗୁଡ ରନ୍ଧା ସ୍ଥାନକୁ ଯାଇ ଦୁଇଟା ବଡ ବଡ ପାତ୍ରରେ ଗରମ ଗରମ ଗୁଡ ଆଣି ଖାଇବାକୁ ଦେଇ କହିଲେ – “ମହାରାଜ! ଏହା ହେଉଛି ଶୀତର ଅସଲ ମିଠେଇ ।”
ରାଜା ଯେତେବେଳେ ଏହି ଗରମ ଗୁଡ ଖାଇଲେ ତାଙ୍କୁ ତାହା ବହୁତ ସ୍ୱାଦିଷ୍ଟ ଲାଗିଲା । ତାପରେ ସେ ରାଜା କହିଲେ – “ବାଃ ବାଃ…. ଏହି ମିଠାଇ ତ’ ବହୁତ ସ୍ୱାଦିଷ୍ଟ ଲାଗୁଛି । ଏପରି ଜିନିଷକୁ ତେନାଲୀରାମା ତୁମେ କେଉଁଠାରୁ ଆଣିଲ?” ସେହି ସମୟରେ ତେନାଲୀରାମା ଗୋଟିଏ କୋଣରେ ଗୁଡ ଭର୍ତ୍ତିଥିବା ଏକ ମାଠିଆ ପଡିଥିବାର ଦେଖିପାରିଲେ । ତହୁଁ ଆଖ ପାଖରୁ କିଛି ପତ୍ର ଏକାଠି କରି ତାକୁ ନିଆଁ ଲଗାଇ ସେଥିରେ ମାଠିଆକୁ ଗରମ କରି ତେନାଲୀରାମା ରାଜାଙ୍କୁ କହିଲେ – ମହାରାଜ ! ଏହା ହେଉଛି ଗୁଡ ।
ପ୍ରକୃତରେ କହିବାକୁ ଗଲେ ଶୀତଦିନେ ସବୁ ଗରମ ଖାଦ୍ୟ ହିଁ ପାଟିକୁ ଖୁବ୍ ସୁସ୍ୱାଦୁ ଲାଗେ ।
ଏକଥା ଶୁଣି ରାଜା କୃଷ୍ଣଦେବରାୟ ହସିଦେଲେ ଓ ସେତେବେଳେ ରାଜଗୁରୁ ଆଶ୍ଚର୍ଯ୍ୟ ହୋଇ କେବଳ ତେନାଲୀରାମାଙ୍କୁ ଚାହିଁ ରହିଥିଲେ ।