ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁଣବାନ୍ ଜାମାତା

“ହଁ ମୁଁ ତୁମ କଥା ବୁଝୁଛି ଯେ ହେଲେ ମୁଁ କ’ଣ କରିବି? ଝିଅ ତ ତା’ର ଯିଦିରେ ସେ ଅଟଳ । ଟୋକାଟା ଯିବାର କିଛିଦିନ ହୋଇ ଗଲାଣି । ତେଣୁ ଲୋକ ପଠାଇ ଦେଖିବା ।” ଏହା କହି ସେ ତାଙ୍କ ଲୋକ ପଠାଇ ବିବେକକୁ ଖୋଜିବାର ବନ୍ଦୋବସ୍ତ କଲେ । ବହୁପ୍ରକାର ଖୋଜା ହୋଇ ମଧ୍ୟ ସେ ମିଳିଲା ନାହିଁ । ସେହି ଚିନ୍ତାରେ ଶମ୍ଭୁ ବିଛଣା ଧରିଲେ । ତାଙ୍କ ମନରେ ଘୋର ଅନୁତାପ । ଏପରି ପରିସ୍ଥିତିରେ ସେ ଥରେ ତାଙ୍କ ସ୍ତ୍ରୀକୁ କହିଲେ ଯେ ବିବେକ ତ ମିଳୁ ନାହିଁ, ଝିଅ ଯଦି ରାଜି ହୁଏ ତେବେ ଅନ୍ୟ କୁଆଡେ ପ୍ରସ୍ତାବ କରାହେବ । ଥରେ ତାକୁ ଏବିଷୟରେ ପଚାରି ଦେଖିବ କି? ଅନ୍ତତଃ ମରିବା ପୂର୍ବରୁ ବିବାହଟା କରାଇ ଦେବାକୁ ତାଙ୍କର ଭାରି ଇଚ୍ଛା । ଶମ୍ଭୁ ଲୋକ ପଠାଇ ବିବେକକୁ ବହୁତ ଖୋଜିଲେ । ମାତ୍ର ସେ କେଉଁଠାରେ ହେଲେବି ମିଳିଲା ନାହିଁ । ଏକେତ ଚିନ୍ତାରେ ପଡି ସେ ଶଯ୍ୟାଶାୟୀ ଥିଲେ ଏବେ ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଗଲା ।

ବିବେକକୁ ନ ପାଇବାରୁ ମା’ କମଳାକୁ କହିଲେ, “ତୋ ବାପା ତ ମରିବାକୁ ବସିଲେଣି, ବିବେକକୁ ତ କେଉଁଠି ହେଲେ ବି କେହି ଦେଖିଲେ ନାହିଁ । ଯାହା ଭାଗ୍ୟରେ ଥିବ ହେବ ।” ବାପାଙ୍କର ଏଭଳି ଅବସ୍ଥା ଦେଖି ଝିଅ ବିବାହ କରିବା ପାଇଁ ବାଧ୍ୟ ହୋଇ ରାଜି ହେଲା । ଝିଅ ରାଜି ହେବା ଶୁଣି ବାପା ଧୀରେ ଧୀରେ ସୁସ୍ଥ ହୋଇଗଲେ ।

ଅଳ୍ପ ଦିନ ପରେ ପୂର୍ବରୁ ଆସୁଥିବା ପ୍ରସ୍ତାବ ମାନଙ୍କ ମଧ୍ୟରୁ ଜଣଙ୍କ ଘରକୁ ଶମ୍ଭୁ ଗଲେ, ସେ ତାଙ୍କ ସାଙ୍ଗରେ ଜଣେ ଭଦ୍ରଲୋକକୁ ମଧ୍ୟ ନେଇଥାନ୍ତି । ପଡୋଶୀ ଗାଁର ବଡ ଜମିଦାର ତାଙ୍କର ଗୋଟିଏ ବୋଲି ପୁଅ । ଏମାନଙ୍କୁ ଦେଖି ଜମିଦାର ଗଦ୍ଗଦ୍ ହୋଇ ଅତିଥି ସତ୍କାର କଲେ । ତା’ପରେ ତାଙ୍କ ସହକାରୀକୁ ଡାକି ସେ କହିଲେ ପୁଅକୁ ଡାକି ଦେବାକୁ । ସହକାରୀକୁ ଦେଖି ତ ଶମ୍ଭୁ ଅବାକ୍ । ସେ ବିବେକହିଁ ଥିଲା । ତାଙ୍କ ସହକାରୀକୁ ଜମିଦାର କହିଲେ “ପୁଅକୁ ଡାକିଦେ ।”

ବିବେକ କହିଲା “ଆଜ୍ଞା ସେ ଆସିପାରିବେ ନାହିଁ । ସେ ନିଳବେଣୀଙ୍କ ଘରେ ଏବେ ଅବସ୍ଥାନ କରୁଛନ୍ତି । ଆଜି ଫେରିବାର କୌଣସି ଆଶା ନାହିଁ ।”

ବିବେକ କହିଲେ “ନୀଳବେଣୀ ହେଉଛନ୍ତି ମଞ୍ଜୁବେଣୀଙ୍କ ଝିଅ । ଦିନେ କୁମାର ବେଶି ଟିକିଏ ପିଇ ଦେଇଥିଲେ ବୋଲି ନିଜକୁ ଆଉ ସମ୍ଭାଳି ନପାରି ଘୋଡା ଉପରୁ ସେ ପଡିଗଲେ । ତାହା ପୁଣି ନୀଳବେଣୀଙ୍କ ଘର ପାଖରେ । ତା’ପରେ ମା ଝିଅ ଦୁହେଁ ତାଙ୍କୁ ଉଠାଇ ଘରକୁ ନେଲେ ଓ ଶୁଶ୍ରୁଷା କଲେ । ସେହି ଦିନଠୁଁ ସେ ସବୁବେଳେ ସେଠାରେ ରହନ୍ତି । ସେଠାକୁ ପୁଣି କିଏ ଯିବ ତାଙ୍କୁ ଡାକିବାକୁ?” ଏବେ ଧନୀକୁମାରଙ୍କର ସବୁ କଥା ପ୍ରଘଟ ହୋଇଯିବାରୁ ସେ ଜମିଦାର ଜଣକ ଭୀଷଣ ରାଗିଗଲେ । ଏଣେ ଶମ୍ଭୁ ଓ ଭଦ୍ରଲୋକ କହିଲେ, “ଆମେ ଯାଉଛୁ ଏଠାରେ ଆଉ ଝିଅ ବାହା କରିବାର ଦରକାର ନାହିଁ ।” ସେମାନେ ଦୁଇପାହାଚ ତଳକୁ ଓହ୍ଲାଇଛନ୍ତି ଜମିଦାର ବିବେକକୁ ଗାଳିଦେଇ ତଂଟିଆମାରି ଗୋଟାଏ ଧକ୍କା ଦେଲେ ଯେ ସେ ଯାଇ ତଳେ ପଡିଲା । ତଳେ ପଡୁପଡୁ ଶମ୍ଭୁ ତାକୁ ଦୁଇ ହାତରେ ସମ୍ଭାଳି ନେଲେ ଓ କହିଲେ, “ଆମେ କେତେଦିନ ଧରି ଯାହାକୁ ଖୋଜୁଥିଲୁ ତାକୁ ପାଇଛୁ । ଜାମାତା ନ ନେଇ ମୁଁ ଘରକୁ ଯାଉନାହିଁ । ଏହି ବିବେକହିଁ ଆମର ଜାମାତା ହେବ ।” ତା’ପରେ ବିବେକକୁ ଚାହିଁ ସେ କହିଲେ, “ତୁ କୁଆଡେ ଗଲୁ ତୋତେ ଖୋଜି ଖୋଜି ଆମେ ନ ପାଇ ବଡ ହଇରାଣ ହୋଇ ଏଠାକୁ ଆସିଲୁ । ଭଗବାନ୍ଙ୍କ ଇଚ୍ଛା ପୂର୍ଣ୍ଣ ହେଲା । ତୋ ଭିତରେ ସବୁ ଭଲ ଗୁଣ ଅଛି କେବଳ ଧନ ନାହିଁ । ମୋର କେଉଁ ଧନରେ ଅଭାବ ଅଛି? ଏବେ ଚାଲ୍ ବାପା ଘରକୁ ଚାଲ୍ ।” “ସେ କମଳା ସହିତ ବିବେକର ବିବାହ ମହା ସମାରୋହରେ ପାଳିତ ହେଲା । ତା’ପରେ ତିନିଜଣ ଘରକୁ ଫେରିଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ