ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁଣ୍ଡୁଚି ପିଠିରେ ଗାର

                କେତେଦିନ ଧରି ଚିତାବାଘ ସେ କଇଁଚକୁ ଲକ୍ଷ୍ୟ କରୁଥାଏ । କଇଁଚ ଯେ କେଉଁଠୁ କିଛି ଖାଦ୍ୟ ପାଉଛି  ସେ ବିଷୟରେ ଚିତାବାଘର ସନ୍ଦେହ ଆଉ ରହିଲା ନାହିଁ । ଦିନେ ଭୋରୁ ଚିତାବାଘ କଇଁଚ ଘର ପାଖରେ ଲୁଚି ରହିଲା । କଇଁଚ କିନ୍ତୁ ଘରୁ ବାହାରିବାକୁ ନାହିଁ । ଚିତାବାଘ ଜାଣିଲା କଇଁଚ ନିଶ୍ଚେ ଆହୁରି ଆଗରୁ ଘର ଛାଡିଛି । ତେଣୁ ସେ ଚିତାବାଘ ଧୈର୍ଯ୍ୟର ସହିତ କଇଁଚକୁ ଛକି ବସିଲା । ଦିପହର ବେଳକୁ କଇଁଚ ଫେରୁଥାଏ । ହଠାତ୍ ସେ ଚିତାବାଘ ଆସି କଇଁଚ ସାମନାରେ ଛିଡାହୋଇଗଲା ।

                ପୂର୍ବରୁ ତ ଥରେ ସେ କଇଁଚର ପୁତୁରା ତଥା ଗୋଟିଏ ସାନ କଇଁଚକୁ ଏ ଚିତାବାଘ ଖାଇ ଦେଇଥିଲା । ସେଇଦିନୁ ସେ ଚିତାବାଘ ଉପରେ ଏ କଇଁଚର ଭାରି ରାଗ । କିନ୍ତୁ ସେ ଚିତାବାଘ ତ ଅତ୍ୟନ୍ତ ବଳୁଆ, ତେଣୁ କଇଁଚ ତାକୁ କିଛି ବି କହିପାରେ ନାହିଁ ।

                କଇଁଚ ପାଖକୁ ମାଡିଆସି ଚିତାବାଘ ପଚାରିଲା, “ସେ ଟୋକେଇରେ କ’ଣ ନେଉଛୁ?” ତହୁଁ ସେ କଇଁଚ ବେପରୁଆ ଭାବେ କହିଲା, “ବଣରୁ କିଛି କାଠ ଗୋଟେଇଥିଲି, ସେଇଆକୁ ହିଁ ମୁଁ ମୋ ଘରକୁ ନଉଚି” ।

                “ଦେଖି, ଦେଖି”, କହି ସେ ଚିତାବାଘ ଟୋକେଇଟାକୁ ଟାଣି ଆଣିଲା । ହେଲେ ତାକୁ ତ କିଛି ବି କହିହେବନି । କାହିଁକିନା ତା’ଦେହରେ ତ ବହୁତ ବଳ ।

                ହଠାତ୍ ସେ ଚିତାବାଘ ଆନନ୍ଦରେ ପାଟିକଲା “ଆରେ ଏଥିରେ କାଠ କାହିଁ?” “ଏହାତ ମାଛ ମାଛ ବାସୁଛି । ହଁ ମାଛ ତ!”

ସେହି ସମୟରେ କ’ଣ କରିବାକୁ ହେବ ବୋଲି ସେ କଇଁଚ ଚଟାପଟ୍ ସ୍ଥିର କରି ନେଲା । ଶେଷରେ ସେ କଇଁଚ ସ୍ଥିର କଲା ଯେ, ବୁଦ୍ଧି ଖର୍ଚ୍ଚ କରି ଯାହା କିଛି କରିବାକୁ ହେବ । ପାଟିତୁଣ୍ଡ କଲେ ଆଦୌ ଭଲ ନାହିଁ । ତେଣୁ ସେ କଇଁଚ ନରମ କଣ୍ଠରେ କହିଲା, “ହଁ, ମାଛ । ଆସୁନା ସାଙ୍ଗ ହୋଇ ଖାଇବା । ତମେ କାଠ ନେଇ ଆସ । ମୁଁ ମୋ ଘରୁ ମସଲା ଆଣୁଛି । ଆମେ ଏଇଠି ମାଛ ରାନ୍ଧି ଖାଇବା । ହେଲେ ଏ ବିଷୟରେ କାହାରିକୁ କିଛି ବି କହିବା ନାହିଁ ।

ଏଣେ ଏ ଚିତାବାଘ ଭାବିଲା, ଏଇଟା ତ ବହୁତ ବଢିଆ ପ୍ରସ୍ତାବ । ତେଣୁ ସେ ଚିତାବାଘ କାଠ ପାଇଁ ଧାଇଁଲା । କଇଁଚ ମଧ୍ୟ ତା’ଘରୁ ଲୁଣ ମସଲା ଧରି ଆସିଲା । ଏହାଛଡା ସେ କଇଁଚ ତା’ ସାଙ୍ଗରେ ଆଣିଥାଏ ଗୋଟାଏ ମୋଟା ଦଉଡି ଗୁଳା ।

ତା’ପରେ ସେ ଦୁହେଁ ମିଶି ମାଛତକ ବାଛିଲେ । ଚୂଲୀ ଲଗାଇ ତରକାରୀ ବସାଇ ଦେଲେ । ସବୁ କାମ ଛିଣ୍ଡିଲା ପରେ ସେ କଇଁଚ କହିଲା, “ତରକାରୀ ହେବାକୁ ତ ଆଉ କିଛି ସମୟ ଲାଗିବ । ତେଣୁ ଆସ ଗୋଟିଏ ଖେଳ ଖେଳିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ