ଏଣେ ସେ ଚିତାବାଘ ମନ ତ ବେଶ୍ ଖୁସିଥାଏ । ତେଣୁ ସେ ପଚାରିଲା, “କ’ଣ ଖେଳିବା କୁହ ।”
ଏକଥା ଶୁଣି ସେ କଇଁଚ କହିଲା, “ଗୋଟାଏ ଭଲ ଖେଳ ଅଛି” ତାହା ହେଉଛି – “ଆମେ ପାଳିକରି ଏ ଗଛରେ ବନ୍ଧା ହେବା । ପ୍ରଥମେ ମୁଁ ବନ୍ଧା ହେଉଛି । ମୁଁ ଯେତେବେଳେ କହିବି ‘ଟାଣ’ ସେତେବେଳେ ତମେ ଦଉଡି ଟିକେ ହୁଗୁଳା କରିଦେବ । ଆଉ ହୁଗୁଳା ବୋଲି କହିଲେ ଦଉଡି ଟାଣିବ । ଏଇଟା ହଉଛି ଖେଳର ନିୟମ ।”
ଏକଥା ଶୁଣି ସେ ଚିତାବାଘ ତା’ ମନେ ମନେ ଭାବିଲା – “କି ଗୋଟାଏ ବାଜେ ଖେଳ!” ତେବେ ସେ ଯାହା ହେଉ ପଛକେ କୌଣସି ପ୍ରକାର ସମୟ ତ କଟିଯାଉ । ଖାଲିଟାରେ ବସିଲେ ଓଲଟି ଭୋକ ଆହୁରି ବଢିବ ।
କଇଁଚ ସେ ଗଛକୁ ଲାଗି ଛିଡା ହେଲା । ଚିତାବାଘ ତାକୁ ଦଉଡିରେ ଦୁଇ ତିନି ଘେରା ଗୁଡେଇ ଦେଲା ।
କଇଁଚ “ହୁଗୁଳା” ବୋଲି ପାଟିକଲା । ତାପରେ ସେ ଚିତାବାଘ ଦଉଡିକୁଆଚ୍ଛାକରି କଷିଦେଲା । ଫଳରେ ଚିପିହୋଇ କଇଁଚ କଲବଲ ହୋଇଗଲା । ତରବରରେ କଇଁଚ କହିଲା, ‘ଟାଣ’ । ଦଉଡି ହୁଗୁଳା ହେବାରୁ ସେ ବାହାରି ଆସିଲା ।
ତାପରେ ଏ କଇଁଚ ସେ ଚିତାବାଘକୁ କହିଲା, “ବର୍ତ୍ତମାନ ତମ ପାଳି ।” “ଆମ ଖେଳ ସରିବା ବେଳକୁ ତରକାରୀ ଠିକ୍ ହୋଇଯିବ ।”
ଚିତାବାଘ ବି ଗଛକୁ ଆଉଜି ଛିଡା ହେଲା । କଇଁଚ ତାକୁ ଦଉଡିରେ ଗୁଡେଇଲା । ଅନେକ ପରସ୍ତ ଦଉଡି । ପ୍ରାୟ କୋଡିଏ କି ତିରିଶ ହେବ । ବାଘକୁ କାଟିବାରୁ ସେ ଖେଳର ନିୟମ ମନେ ପକାଇ ପାଟି କଲା, “ଟାଣ । ଟାଣ ।”
ତା’ପରେ କଇଁଚ ବାଘର କଥା ମାନି ସେ ଦଉଡିକୁ ଆହୁରି ଟାଣିଲା ।
“ଟାଣ ।” ବାଘ ଗର୍ଜ୍ଜନ କଲା, “ତୁ ନିୟମ ଅନୁସାରେ ଖେଳୁନାହୁଁ ।”
କିଛି ନ ଶୁଣି କଇଁଚ ଖାଲି ସେ ଦଉଡି ଟାଣୁଥାଏ । ଫଳରେ ଭୀଷଣ ଯନ୍ତ୍ରଣାରେ ବାଘ ଛଟପଟ ହୋଇଗଲା । ଆଉ ଭାବିଲା ଏ ମୁର୍ଖ ଖେଳ ବନ୍ଦ କରିବାକୁ ହେବ ।