ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁଣ୍ଡୁଚି ପିଠିରେ ଗାର

ହଠାତ୍ ସେ ବାଘ ଧମକ ଦେଇ କହିଲା, “ହୁଗୁଳା କର” । କଇଁଚ କହିଲା “ଅର୍ଥାତ୍ ଦଉଡି ଆହୂରି ଟାଣିବାକୁ ତମେ କହୁଛ । ଏହା କହି ସେ କଇଁଚ ଦଉଡି ଜୋର୍ରେ ଟାଣିଲା । କଇଁଚ ତ ସେ ବାଘକୁ ମୂଳରୁ ଏମିତି ଗୁରେଇଥାଏ ଯେ ସେ ଦଉଡି ଫିଟେଇବା ପାଇଁ ଚିତାବାଘର ଆଉ କୌଣସି ଉପାୟ ନଥାଏ ।

ଏଣେ ସେ ବାଘକୁ ଲାଗୁଥାଏ ଯେମିତି ତା’ର ହାଡ ଭାଙ୍ଗିଯିବ । ତାକୁ ଛାଡି କଇଁଚ ତରକାରୀ ପାଖକୁ ଆସିଲା । ଚୁଲୀରୁ ମାଛ ଓହ୍ଲାଇ ସେ କଇଁଚ ବେଶ୍ ଆରାମ୍ରେ ବସି ବାଘକୁ ଦେଖାଇ ଦେଖାଇ ଖାଇଲା । ଆଉ କହିଲା, ତରକାରୀ କି ବଢିଆ ହୋଇଛି!

ତାକୁ ଖୋଲି ଦେବାକୁ ବାଘ ଯେତେ କଅଁଳେଇ କହିଲେ ମଧ୍ୟ ସେ କଇଁଚ କାଲଙ୍କ ପରି ଆଦୌ କିଛି ବି ଶୁଣୁନଥାଏ ।

ପେଟେ ଖାଇ କଇଁଚ ହାକୁଟି ମାଇଲା । ବଳିଥିବା ତରକାରୀକୁ ଅତି ଯତ୍ନରେ ବାନ୍ଧୁଥିବା ସମୟରେ ସେ କଇଁଚ ବଡପାଟିରେ କହିଲା, “ମୋ ସ୍ତ୍ରୀ ପିଲା ଏ ମାଛ ତରକାରୀ ଦେଖିଲେ ବେଶି ଖୁସି ହେବେ । ଆଉ ମଧ୍ୟ ଆମ ବଂଶରୁ ଜଣକୁ ଖାଇଥିବା ବାଘ ବନ୍ଧା ହୋଇ ପଡିଛି ବୋଲି ଶୁଣିଲେ ସେମାନଙ୍କ ଆନନ୍ଦର ଆଉ ସୀମା ରହିବ ନାହିଁ” । ଏତିକି କହି ସେ କଇଁଚ ତା’ ଘରକୁ ଚାଲିଲା ।

ଏଣେ ଏ ବାଘ ବନ୍ଦୀ ହୋଇ ଖାଲି ଗର୍ଜ୍ଜନ କରୁଥାଏ । ସାହାଯ୍ୟ ପାଇଁ ଯେତେ ରଡି ଛାଡିଲେ ମଧ୍ୟ କେହି ବି ଆସୁ ନ ଥାନ୍ତି । କେହି କେହି ବି ଦୂରରୁ ଲୁଚିକରି ସେ ଚିତାବାଘର ଅବସ୍ଥା ଦେଖି ଚୁପ୍ କରି ଫେରି ଯାଉଥିଲେ । ବାଘକୁ ସାହାଯ୍ୟ କରିବାକୁ ବି ସବୁ ପଶୁଙ୍କର ଭାରି ଡର । ତାଛଡା କିଏ ବା କାହିଁକି ସେ ଭୋକିଲା, ବାଘ ମୁହଁକୁ ଯିବ ।

ତାପରଦିନ ଓପରଓଳି ଗୋଟିଏ ଗୁଣ୍ଡୁଚି ମୂଷା, ବାଘର ପାଟି ଶୁଣି ତା ପାଖକୁ ଆସିଲା । ତାପରେ ଏ ବାଘ ସେ ଗୁଣ୍ଡୁଚିକୁ ସାକୁଲେଇ କହିଲା, “ଗୁଣ୍ଡୁଚି ମୂଷା! ମତେ ରକ୍ଷା କର । ତୋ ମୁନିଆ ଦାନ୍ତରେ ଏ ଦଉଡିଟାକୁ କାଟିପକା ।”

ଅଳ୍ପଦିନ ତଳେ ସେ ଗୁଣ୍ଡୁଚି ଗୋଟାଏ ଯନ୍ତାରେ ପଡିଥିଲା । କୌଣସି ପ୍ରକାରେ ତା ସ୍ତ୍ରୀ ତାକୁ ମୁକୁଳାଇଲା । ତେଣୁ ବନ୍ଦୀ ହେବାଟା ଯେ, କେଡେ କଷ୍ଟ ସେ ଗୁଣ୍ଡୁଚି ଠିକ୍ ଜାଣେ । ମାତ୍ର ବାଘ ପରି ଜନ୍ତୁକୁ ଫିଟାଇ ଦେଲେ ଯଦି ବାଘ ତାକୁ ଜଳଖିଆ କରିଦିଏ?

ଏମିତି କିଛି ସମୟ ଭାବିଲା ପରେ ଗୁଣ୍ଡୁଚି ସେ ଗଛ ପାଖରେ ଗୋଟିଏ ଗାତ ଖୋଳିଲା । ଏଣେ ବାଘ ତାକୁ କହୁଥାଏ, “ଆରେ! ଦଉଡି ନ କାଟି ତୁ ଗାତଟିଏ ଖୋଳୁଛୁ କାହିଁକି?” କିନ୍ତୁ ସେ ଗୁଣ୍ଡୁଚି କିଛି ନ ଶୁଣି ଆଗ ଗାତଖୋଳା କାମ ସାରିଲା । ତାପରେ ଯାଇ ମୋଟା ଦଉଡିକୁ କାଟିବାକୁ ଲାଗିଲା ।

ଗୁଣ୍ଡୁଚି ଗୋଟାଏ ଘେର ଦଉଡି କାଟି ଗାତ ଭିତରକୁ ପଳାଏ । ଆଉ ପାଟିକରେ, “ଏଥର ଖସିବାକୁ ଚେଷ୍ଟାକର ।” ତହୁଁ ବାଘ ଛାଟିପିଟି ହୁଏ । କିନ୍ତୁ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାରୁ ସେ ଚିତାବାଘ ମୋଟେ ଖସିପାରେ ନାହିଁ । ଗୁଣ୍ଡୁଚି ଆସେ ଓ ପୁଣି ଗୋଟାଏ ଘେର ଦଉଡି କାଟିଦିଏ । ଗାତ ପାଖକୁ ତୁରନ୍ତ ପଳେଇ ଗୁଣ୍ଡୁଚି ସେ ବାଘକୁ ଦଉଡି ଛିଣ୍ଡେଇବାକୁ କହେ । ଏମିତି କେତେ ଘେରା ଦଉଡି କାଟିଦେବା ପରେ ସେ ଚିତାବାଘ ଟାଣି ଓଟାରି ହୋଇ ଖସିଗଲା । ଖସିଲା ମାତ୍ର ସେ ଚିତାବାଘ ଗୁଣ୍ଡୁଚି ଉପରକୁ ଝାମ୍ପ ଦେଲା । ଗୁଣ୍ଡୁଚି ତ ବହୁ ଆଗରୁ ସାବଧାନ ଥାଏ । ତେଣୁ ସେ ଗୁଣ୍ଡୁଚି ମୂଷା ଚଟାପଟ୍ ଗାତ ଭିତରକୁ ପଶିଗଲା ।

କିନ୍ତୁ ଏତେ ସତର୍କ ଥାଇ ମଧ୍ୟ ସେ ଚିତାବାଘର ନଖ ଏ ଗୁଣ୍ଡୁଚିର ପିଠିରେ ବାଜି ଖଣ୍ଡିଆ ହୋଇଗଲା । ଆଉ ସେ ଖଣ୍ଡିଆ ଶୁଖିଲା ପରେ ଦେଖାଗଲା ଯେ ଗୁଣ୍ଡୁଚି ପିଠିରେ ତିନୋଟି ଧଳା ଗାର । ସେଗୁଡିକ ବାଘ ନଖ ଖଣ୍ଡିଆ ଦାଗ । ଆଜି ମଧ୍ୟ ଗୁଣ୍ଡୁଚିର ପାଉଁଶିଆ ପିଠି ଉପରେ ଧଳାଗାର ରହିଛି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ