ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି

         ଦୈତ୍ୟ ଶଙ୍ଖରୁ ବାହାରକୁ ଚାଲିଆସିଲା, ସମ୍ମୁଖରେ କୃଷ୍ଣ-ବଳରାମଙ୍କୁ ଦେଖି ସେ ଭୟଙ୍କର ଗର୍ଜନ କରି ସେମାନଙ୍କୁ ଆକ୍ରମଣ କଲା । କୃଷ୍ଣ-ବଳରାମ ଓ ରାକ୍ଷସ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ରାକ୍ଷସ ପଂଚଜନଙ୍କ ଠାରୁ ଗୁରୁପୁତ୍ରଙ୍କ ସନ୍ଧାନ ମିଳିଲା ନାହିଁ । ବଳରାମ ବିମର୍ଶ ହୋଇ କହିଲେ – ଆମେ ନିରପରାଧ ଦୈତ୍ୟକୁ ହତ୍ୟାକଲେ ସିନା । ଶ୍ରୀକୃଷ୍ଣ ହସି ହସି ଉତ୍ତରଦେଲେ ରାକ୍ଷସର ଅନ୍ତିମ ସମୟ ଆସିଯାଇଥିଲା । ବିଧାତାର ନିର୍ଦେଶ ମୁତାବକ ରାକ୍ଷସ ମୋ ହାତରେ ମରି ବୈକୁଣ୍ଠପ୍ରାପ୍ତି ହେଲା । ଏହା କହି ସେ ଶଙ୍ଖଟିକୁ ଉଠାଇ ନେଲେ, ଯେଉଁ ଶଙ୍ଖ ଭିତରେ ପଂଚଜନ ଦୈତ୍ୟ ରହୁଥିଲା । ଶଙ୍ଖଟି ଅତି ସୁନ୍ଦର ଥିଲା । ଏହି ସୁନ୍ଦର ଶଙ୍ଖକୁ ଦେଖି ଶ୍ରୀକୃଷ୍ଣ କହିଲେ ଏହାକୁ ସର୍ବଦା ମୁଁ ମୋ ପାଖରେ ରଖିବି । ଏବେଠାରୁ ଏହାର ନାମ ପଂଚଜନ୍ୟ ହେବ । ଏହି ଶଙ୍ଖ ବଜାଇ ଯୁଦ୍ଧର ଆରମ୍ଭ ଘୋଷଣା କରିବି । ଆସ, ଏବେ ଆମେ ଗୁରୁପୁତ୍ରଙ୍କ ସନ୍ଧାନରେ ଯମରାଜଙ୍କ ନଗରୀକୁ ଯିବା । ଯମରାଜ ଦୁହିଁଙ୍କୁ ସ୍ୱାଗତ କରି ଆସିବାର କାରଣ ପଚାରିଲେ । ଗୁରୁଦକ୍ଷିଣା ସ୍ୱରୂପ ଦୁହେଁ ପୁନର୍ଦତକୁ ଫେରାଇ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜାଣି ଯମରାଜ ପୁନର୍ଦତଙ୍କୁ ତାଙ୍କ ସହ ଫେରାଇ ଦେଲେ । ତିନିହେଁ ଅବନ୍ତୀପୁରସ୍ଥ ଗୁରୁ ସନ୍ଦିପନୀଙ୍କ ଆଶ୍ରମକୁ ଫେରିଲେ । ଦୀର୍ଘବର୍ଷ ବ୍ୟବଧାନରେ ଗୁରୁ ସନ୍ଦିପନୀ ଓ ଗୁରୁମାତା ପୁନର୍ଦତଙ୍କୁ ଫେରି ପାଇଥିବାରୁ ଆନନ୍ଦରେ ଆତ୍ମହରା ହୋଇପଡିଲେ । ଶିଷ୍ୟଦ୍ୱୟଙ୍କ ହେତୁ ଏହା ସମ୍ଭବ ହୋଇଥିବାରୁ ଗୁରୁ ଓ ଗୁରୁମାତା କୃଷ୍ଣ-ବଳରାମଙ୍କୁ ଅଶେଷ ଆଶୀର୍ବାଦ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ