ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଜନଙ୍କ ଆଶୀର୍ବାଦ

         ଏହା ଶୁଣି ଭୀଷ୍ମ କହିଲେ – ଏହି ପ୍ରଶ୍ନର ଉତ୍ତର ତୁମେ ପରେ ପାଇବ, ଯାହା ଆପଣଙ୍କର ଇଚ୍ଛା କହି ଯୁଧିଷ୍ଠିର ପୁଣି ପ୍ରଣାମ କରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଗଲେ । ଗୁରୁଙ୍କୁ ପ୍ରଣାମ କରି ଯୁଦ୍ଧ ନିମନ୍ତେ ଅନୁମତି ପ୍ରାର୍ଥନା କଲେ ଏବଂ ଏହା ସହିତ  ଦ୍ରୋଣାଚାର୍ଯ୍ୟଙ୍କୁ କିପରି ପରାସ୍ତ କରିପାରିବେ ସେ ଉପାୟ ପଚାରିଲେ । ଦ୍ରୋଣାଚାର୍ଯ୍ୟ କହିଲେ – ଯୁଧିଷ୍ଠିର ! ଯେ ପର୍ଯ୍ୟନ୍ତ ମୋ ହାତରେ ଅସ୍ତ୍ରଥିବ ସେ ପର୍ଯ୍ୟନ୍ତ ମୋତେ କେହି ପରାସ୍ତ କରିପାରିବେ ନାହିଁ । କିନ୍ତୁ ଯଦି ବିଶ୍ୱାସନୀୟ ବ୍ୟକ୍ତିଙ୍କ ଦ୍ୱାରା କୌଣସି ଅପ୍ରିୟ ସମ୍ବାଦ ଶୁଣି ମୁଁ ଅସ୍ତ୍ରତ୍ୟାଗ କରେ ତେବେ ଏହା ସମ୍ଭବ ହୋଇପାରେ, ସେହି ସମୟରେ ମୋତେ ହତ୍ୟା କରାଯାଇପାରେ । ଏହାହିଁ ମୋର ପରାଜୟର ଉପାୟ ।

         ଯୁଧିଷ୍ଠିର ପହଁଚିଲେ କୃପାଚାର୍ଯ୍ୟଙ୍କ ନିକଟରେ । କୃପାଚାର୍ଯ୍ୟ କୁଳଗୁରୁ ଥିଲେ । ତାଙ୍କ ଠାରୁ ମଧ୍ୟ ଆଶୀର୍ବାଦ ଭିକ୍ଷା କଲେ । କିନ୍ତୁ ମୃତ୍ୟୁର ଉପାୟ ଅଥବା ଯୁଦ୍ଧରେ ପରାଜୟର କୌଶଳ ସମ୍ପର୍କରେ ପଚାରି ପାରିଲେ ନାହିଁ । କାରଣ ଇଚ୍ଛା ବିରୁଦ୍ଧରେ ଯୁଦ୍ଧ ଜୟ ନିମିତ ଭୀଷ୍ମ ଓ ଦ୍ରୋଣଙ୍କ ମୃତ୍ୟୁ ରହସ୍ୟ ପଚାରି ଥିବାରୁ ତାଙ୍କର ଅନ୍ତର ଦୁଃଖରେ ଭରିଯାଇଥିଲା । ଏହା ଲକ୍ଷ୍ୟ କରି କୃପାଚାର୍ଯ୍ୟ ସଦୟ ହୋଇ କହିଲେ – ବତ୍ସ ! ମୁଁ କଥା ଦେଉଛି ତୁମର ବିଜୟ ପଥରେ ମୁଁ ପ୍ରତିବନ୍ଧକ ହେବିନାହିଁ । ତୁମର ବିଜୟ ନିମନ୍ତେ ଈଶ୍ୱରଙ୍କଠାରେ ମୁଁ ପ୍ରାର୍ଥନା କରୁଛି । ଯୁଦ୍ଧରେ ବିଜୟୀ ହେବା ନିମନ୍ତେ ଗୁରୁଜନମାନଙ୍କ ଆଶୀର୍ବାଦ ଓ ଆଜ୍ଞା ପ୍ରାର୍ଥନା ଭିତରେ ନିହିତ ଥିଲା ଯୁଧିଷ୍ଠିରଙ୍କ କର୍ତ୍ତବ୍ୟ ଓ ଧର୍ମ । ଏହା ସେ ପାଳନ କରି ବିଜୟୀ ହେବାର ପଥ ପରିଷ୍କାର କରିଥିଲେ । ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ମଣିଷକୁ ସଫଳକାମୀ କରାଇଥାଏ ।

         ବୁଦ୍ଧିଦ୍ୱାରା ଯାହା ସାଧିତ ହୋଇପାରେ ତାହା ଶସ୍ତ୍ର-ପରାକ୍ରମ ଦ୍ୱାରା କେବେହେଲେ ସାଧିତ ହୋଇପାରେ ନାହିଁ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ  ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ ।  ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ ।  ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ