ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁ ଆଶୀର୍ବାଦ

                କ୍ରମେ କ୍ରମେ ଖାଇବା ଅଭାବରେ ସେ ଉପମନ୍ୟୁ ଡହଳ ବିକଳ ହେବାକୁ ଲାଗିଲେ । କଅଣ ଖାଇ ଭୋକ ମେଂଟାଇବେ ସେଇ କଥା ଚିନ୍ତା କରୁ କରୁ ଉପମନ୍ୟୁ ସମ୍ମୁଖରେ ଗୋଟିଏ ଅରଖ ଗଛ ଦେଖି ସେଥିରୁ ପତ୍ର ଛିଣ୍ଡାଇ ଆଣି ଖାଇବାକୁ ଲାଗିଲେ । ଏମିତି ଖାଉ ଖାଉ ସେ ଉପମନ୍ୟୁ କିଛି ଦିନ ପରେ ଅନ୍ଧ ହୋଇଗଲେ । ଏମିତିକି ରାସ୍ତାରେ ଚାଲିବା ତାଙ୍କ ପକ୍ଷରେ ଖୁବ୍ କଷ୍ଟ ହେଲା । ଶେଷରେ ସେ ଅଣ୍ଡାଳି ଅଣ୍ଡାଳି ଚାଲିଲେ । ଏମିତି ଅବସ୍ଥାରେ ସେ ଚାଲୁ ଚାଲୁ ଦିନେ ଗୋଟିଏ ପରିତ୍ୟକ୍ତ ଭଙ୍ଗା କୂଅ ଭିତରକୁ ଖସି ପଡିଲେ । ଏବେ ତ ତାଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା । ତେଣୁ ବର୍ତ୍ତମାନ କରିବେ ବା କଅଣ ସେ? କେବଳ ବିକଳରେ ସେ ଗୁରୁଦେବଙ୍କୁ ସ୍ମରଣ କରି କାନ୍ଦିବାକୁ ଲାଗିଲେ ।

                ଏଣେ ଉପମନ୍ୟୁକୁ ଦେଖିବାକୁ ନ ପାଇ ଗୁରୁଦେବ ଖୁବ୍ ବ୍ୟସ୍ତ ହୋଇ ପଡିଲେ । ତହୁଁ ସେ ଉପମନ୍ୟୁଙ୍କୁ ଖୋଜିବାକୁ ଚାଲିଲେ । ରାସ୍ତାରେ ଚାଲୁ ଚାଲୁ କିଛି ଦୂରରୁ ଏକ କରୁଣ କଣ୍ଠର ସ୍ୱର ସେ ଶୁଣିବାକୁ ପାଇଲେ । କ୍ରମେ ସେ ସେହି ଦିଗକୁ ଆଗେଇ ଯାଇ ସେହି ଭଙ୍ଗା କୂଅ ପାଖରେ ପହଁଚି ତା ଭିତରକୁ ଓହ୍ଲାଇ ଯାଇ ଦେଖିଲେ କି ଉପମନ୍ୟୁ ତାଙ୍କୁ ହିଁ ସ୍ମରଣ କରୁଛି । ଗୁରୁଦେବ ଉପମନ୍ୟୁଙ୍କୁ ଦେଖି ଖୁବ୍ ଦୁଃଖିତ ହେଲେ । ଏହାପରେ କୂଅ ଭିତରୁ ଉପମନ୍ୟୁଙ୍କୁ ଉଦ୍ଧାର କରି ଗୁରୁଦେବ ସ୍ୱର୍ଗର ବୈଦ୍ୟରାଜ ଅଶ୍ୱିନୀ କୁମାରଙ୍କୁ ଏକାଗ୍ରତାର ସହ ପ୍ରାର୍ଥନା କଲେ ।

                ଦିବସ ପରେ ରାତ୍ରି ଅତିବାହିତ ହେଲା । ତହିଁ ପରଦିନ ସକାଳ । ସେ ଦିନର ସୂର୍ଯ୍ୟ ପୂର୍ବାକାଶରେ ନୂତନ ଦିନର ନୂଆ ସନ୍ଦେଶ ନେଇ ଉଭା ହେଲେ । ସେହିଦିନ ଠାରୁ ଉପମନ୍ୟୁ ଗୁରୁଙ୍କ ଆଶୀର୍ବାଦରେ ସୁସ୍ଥ ସବଳ ହେବାକୁ ଲାଗିଲେ । ଦୃଷ୍ଟିଶକ୍ତି ମଧ୍ୟ ତାଙ୍କର ଫେରି ଆସିଲା । କ୍ରମେ ଉପମନ୍ୟୁ ଗୁରୁକୃପାରୁ ସର୍ବଶାସ୍ତ୍ରରେ ପାରଦର୍ଶୀ ହୋଇ ଉଠିଲେ । ପରେ  ସେ ମହର୍ଷି ଉପମନ୍ୟୁ ରୂପେ ପରିଚିତ ହେଲେ । ତା’ପରେ ତାଙ୍କର ଶିକ୍ଷା ଶେଷ ହେଲା । ସେ ଆଶ୍ରମରୁ ଏଣିକି ବିଦାୟ ନେବାକୁ ବାହାରିଲେ । ସେତେବେଳେ ଗୁରୁ ଧୈମ୍ୟଙ୍କ ଆଖି କୋଣରୁ ଟପ୍ ଟପ୍ ହୋଇ ଦୁଇ ଟୋପା ଲୁହ ବହି ପଡିଲା । ଆଉ ଉପମନ୍ୟୁ ନତଜାନୁ ଆଶୀର୍ବାଦ ପାଇଁ ଗୁରୁଙ୍କ ପାଦରେ ମୁଣ୍ଡ ଲଗାଇ ଦେଲେ । ନବ ବସନ୍ତର ମୌସୁମୀରେ ପ୍ରକୃତି ହସି ଉଠିଲା, କୋଇଲିର କୁହୁତାନ ଶୁଣାଗଲା । ଗୁରୁ ଆଶୀର୍ବାଦର ହାତ ଉପମନ୍ୟୁର ମୁଣ୍ଡ ଉପରେ ବୁଲାଇ ଆଣିଲେ । ସେତିକି ବେଳେ ଦୁହିଁଙ୍କ ଆଖିରେ ଝଲସି ଉଠୁଥିଲା କେବଳ ଅଶ୍ରୁ ହିଁ ଅଶ୍ରୁ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟିର ଅନେକ ରୂପାନ୍ତର ଥିଲେ ମଧ୍ୟ ସବୁ ରୂପାନ୍ତରରେ ପର୍ଶୁରାମ ନିଜ ମାତାକୁ ହତ୍ୟା କରିଥିବା କଥା ଲିଖିତ ହୋଇଛି । ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନିଙ୍କର ତାଙ୍କ ପତ୍ନୀଙ୍କ ଚରିତ୍ରରେ ସନ୍ଦେହ ହବାରୁ ପାଂଚଜଣ ପୁତ୍ରଙ୍କୁ ରେଣୁକା ଦେବୀଙ୍କୁ ମାରିବା ପାଇଁ ଆଦେଶ ଦେଇଥିଲେ, କିନ୍ତୁ  ପାଂଚଜଣ ପୁତ୍ରଙ୍କ ମଧ୍ୟରୁ ଚାରିଜଣ ମାତୃଙ୍କୁ ହତ୍ୟା କରିବା ପାଇଁ ମନା କରିଦେଇଥିଲେ; କିନ୍ତୁ କନିଷ୍ଠ ପୁତ୍ର ପର୍ଶୁରାମ ଋଷି ଜମଦଗ୍ନିଙ୍କର କଥାମାନି ମାତୃହନ୍ତା ହୋଇଥିଲେ । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ  ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ