କୌତୁକ ପ୍ରିୟ ମହାରାଜା କୃଷ୍ଣ ଚନ୍ଦ୍ର ରାୟ ଗୋପାଳ ଭାଣ୍ଡକୁ ବହୁତ ଭଲ ପାଉ ଥିଲେ । ସେଥି ସକାଶେ ଗୋପାଳକୁ ଘର ତୋଳି ରହିବା ପାଇଁ ଜମି, ବଗିଚା, ପୋଖରୀ ଇତ୍ୟାଦି ଜମି ବାଡି ଦେଇ ତାହା ଲାଖ ରାଜା ବାହେଲେ କରି ଦେଇ ଥିଲେ, ସେଥିରେ ଗୋପାଳ ପରିବାରର ଏକ ବରଷର ଅନ୍ନ ଏକ ପ୍ରକାର ନିଶ୍ଚିନ୍ତ ଭାବରେ ଚଳି ଯାଏ । ଗୋପାଳକୁ ମଧ୍ୟ ଆଉ କିଛି କରିବାକୁ ହୁଏ ନାହିଁ । ଗୋପାଳର ଟିକେ ଖରଚି ହାତ ମଧ୍ୟ ଥିଲା । କିନ୍ତୁ ଗୋପାଳ ନିମନ୍ତେ ଆଉ ଗୋଟିଏ ଅଭାବ ଥିଲା । ତାହାର ଛପର ଘର ଖଣ୍ଡିକ କିପରି କୋଠା ଘର ଖଣ୍ଡିଏ ହୁଅନ୍ତା, ସମୟ ସମୟରେ ଗ୍ରାମର ପାଂଚ ଜଣ ଭଦ୍ର ଲୋକ ତା’ ଘରକୁ ଆସି ବସନ୍ତେ ଏହି କଥା ଅଭାବ ଥାଏ । ମହାରାଜା ସବୁ ଦେଖିଛନ୍ତି । ମାତ୍ର ଏତକ କରି ଦେବାକୁ ତାଙ୍କର ସ୍ମରଣ ନଥିଲା । ଏଥି ସକାଶେ ଗୋପାଳ ରାଜାଙ୍କ ପ୍ରତି ଅଭିମାନ କରି ଓ ନିଜର କାର୍ଯ୍ୟ ସାଧନ କରିବାକୁ ଚେଷ୍ଟା କରି ଥିଲେ । ଦିନେ ଗୋପାଳ ଭାଣ୍ଡ ରାଜା କୃଷ୍ଣ ଚନ୍ଦ୍ରଙ୍କୁ ଓ ତାଙ୍କ ଆଖ ପାଖ ଲୋକଙ୍କୁ କାର୍ତିକ ପୂଜା ଉପଲକ୍ଷେ ନିମନ୍ତ୍ରଣ କରି ଥିଲେ । ପରେ ଗୋପାଳ ନିଜ ଚାଳ ଘର ଉପରେ ବିଛଣାଟିଏ ପାରି ଦେଇ ବସିଲେ । ପୁଅଟିକୁ କହିଲେ –
– ଦେଖ ବାବୁ, ତୁ ଏହି ଦାଣ୍ଡ ଦୁଆର ମୁହଁରେ ବସି ଥିବୁ । ଯେ ଆସି ମତେ ଡାକିବ ତୁ କହିବୁ ବାବା ଉପରେ ଅଛନ୍ତି ।
– ଯାଇ ଦେଖା କରନ୍ତୁ, ଠିକ୍ ଏହି କଥା କହିବୁ । ଅନ୍ୟ କଥା କହିଲେ ମାଡ ଖାଇବୁ ।
– ଖବରଦାର୍ ବସିଥା ।