ଏହି ସମୟରେ ଗୋପାଳର ନିମନ୍ତ୍ରଣ ରକ୍ଷା କରିବାକୁ ରାଜା କୃଷ୍ଣ ଚନ୍ଦ୍ର, ପାତ୍ର ମନ୍ତ୍ରୀ, ଅନ୍ୟାନ୍ୟ ଭଦ୍ର ଲୋକ ସହିତରେ ଗୋପାଳର ଘରକୁ ଆସିଲେ । ରାଜା ଦେଖିଲେ ଗୋପାଳର କାର୍ତିକ ପୂଜା ।
ଠାକୁର କାହିଁ?
– କିଛି ଗୋଳ ମାଳ ତ ଦେଖା ଯାଉ ନାହିଁ । ଏହା ଭାବି କରି ରାଜା କୃଷ୍ଣ ଚନ୍ଦ୍ର ଗୋପାଳର ପୁଅ ଦାଣ୍ଡ ଦ୍ୱାରେ ବସି ଥିବା ଦେଖି ପଚାରିଲେ – କିହୋ ବାବୁ?
– ତୁମ୍ଭ ବାପା କାହାଁନ୍ତି ।
ଆଜ୍ଞା ହଁ, ବାପା ଉପରେ ଅଛନ୍ତି । ଆପଣ ମାନେ ଆସିବା ହୁଅନ୍ତୁ । ରାଜା ଶୁଣି ଆଶ୍ଚର୍ଯ୍ୟ ମନେ କରି କହିଲେ –
“ଆହେ ତୁମ୍ଭର ତ ଏହି ଛପର ଘର, ଏହାର ପୁଣି ଉପର ଘର କେଉଁଠି ଅଛି?”
ଗୋପାଳ ପୁଅ କହିଲା –
ଆଜ୍ଞା ହଁ ବାପା ଉପରେ ଅଛନ୍ତି, ମୁଁ ମିଛ କହୁ ନାହିଁ, ଆପଣ ଆସନ୍ତୁ ମୁଁ ଦେଖାଇ ଦେବି ।
ପିଲା କଥାକୁ ରାଜା କୌତୁକ ମଣି, ପିଲା ସହିତରେ ଘର ଭିତରକୁ ଗଲେ । ରାଜା ଭିତରକୁ ଗଲା କ୍ଷଣି ଗୋପାଳ ଚାଳ ଉପରେ ଥାଇ ଡାକ ପକାଇଲେ, ମଣିମା, ଆସିବା ହୁଅନ୍ତୁ, ଏ ଗରିବର ଆଜି ସୁପ୍ରଭାତ । ଆଜ୍ଞା ଏଇ ସିଡି ଲାଗିଛି । ଆପଣ ମାନେ ଧିରେ ଧିରେ ଚଢି କରି ଆସିବେ । ରାଜା କୃଷ୍ଣ ଚନ୍ଦ୍ର ଗୋପାଳକୁ ଚାହିଁ କହିଲେ ଏଇଟା କ’ଣ ତୁମ୍ଭର ଉପର?
– ଗୋପାଳ ହାତ ଯୋଡି କହିଲା, ମଣିମା! ଆପଣ ମହାରାଜ, ଆପଣ ତ ନିମ୍ନ ସ୍ଥାନର ଯୋଗ୍ୟ ନୁହଁନ୍ତି, ସେଥି ସକାଶେ ଏ ଗରିବ କିଛି ନପାଇ ଉଚ୍ଚ ସ୍ଥାନ ଯୋଗାଡ କରିଛି । ରାଜା ଗୋପାଳର ଚତୁରତା ବୁଝି ପାରି ଖୁସି ହୋଇ କହିଲେ –
ଗୋପାଳ! ତୁମ୍ଭର ନିମନ୍ତ୍ରଣ ଉପଯୁକ୍ତ ଅଭ୍ୟର୍ଥନା ପାଇଲୁ, ତୁମ୍ଭେ ଏଥର ତଳକୁ ଓହ୍ଲାଇ ଆସ । କାଲି ତୁମ୍ଭର କୋଠା ଘର ବ୍ୟବସ୍ଥା କରା ଯିବ ।
ଗୋପାଳର ମନସ୍କାମନା ସିଦ୍ଧ ହେବାରୁ ସେ ଓହ୍ଲାଇ ଆସି ରାଜୋଜିତ ଅଭ୍ୟର୍ଥନା କରି ସମସ୍ତଙ୍କୁ ଉତ୍ତମ ରୂପେ ଭୋଜନ କରାଇ ବିଦାୟ ଦେଲେ । ତା ପର ଦିନ ରାଜାଙ୍କର ହୁକୁମ୍ମତେ କୋଠା ତିଆରି ହେଲା ।