ଆଗ ତୁମ୍ଭର ନୂଆ ଚଣ୍ଡୀ ପାଠ କିପରି ଗାଇଲ ଭଲା ।
ଏହା ଶୁଣି ଗୋପାଳ ପାଠ କଲେ –
ତ୍ୱଂ ନମାମି ସିଦ୍ଧି ରୂପଂ ମମ ହୃଦୟ ରତ୍ନମ୍ ।
ଶିଲକ ଷ୍ଟକିଂ ଲେଡି ସୁଜ୍ ପାଦ ପଦ୍ମେ ଶୋଭିତମ୍ ।
ଶଙ୍ଖା ଶାଢୀ ତେଜ୍ୟା କରି ଗାଉନରେ ସାଜିତମ୍ ।
ହସ୍ତେ ଘେନି ଲେଡି କେନ୍ ଡ୍ୟାମ୍ ଫୁଲ ଭାସିତମ୍ ।
ସିନ୍ଦୂରକୁ ଛାଡି କେଶେ ଏସେନସରେ ଭିଜତାମ୍ ।
ଖୋସା ଖୋସି ତେଜି ଦେଇ ପୃଷ୍ଠେ କେଶ ଲମ୍ବିତାମ୍ ।
ଘଡି ଚେନ୍ ମୁଦି ପିନ୍ଧି ଗର୍ବେ ପଦ କ୍ଷେପିତମ୍ ।
ଓଢଣା ଛାଡି ମସ୍ତକେ ଲେଡି କ୍ୟାପ୍ ସ୍ଥାପିତମ୍ ।
ଗଲି ହ୍ୟାଣ୍ଡ ଝାଡୁ ଛାଡି ଚେୟାରରେ ବସିତମ୍ ।
ନୀଚ୍ଚ କୁଳେ ଜନ୍ମ ହୋଇ ଉଚ୍ଚ କୁଳେ ଉଦିତାମ୍ ।
ଲାଜ ମୁଖେ ଦେଇ କାଳି ଘୋର ସ୍ୱେଚ୍ଛାଚାରିତାମ୍ ।
ରନ୍ଧା ବଢା ଛାଡି କଲେଜରେ ପାଠ ପଠିତମ୍ ।
ସ୍ୱାମୀ ତବ ଭୃତ୍ୟ ସମ ପାଦ ପଦ୍ମେ ସେବିତାମ୍ ।
ଏ ଜୀବନ୍ତ ଚଣ୍ଡୀଗଣ ପାଦ ସଦା ବନ୍ଦିତାମ୍ ।