ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋପାଳର ମୃଗୀ ରୋଗ

ଗୋପାଳ ଭାଣ୍ଡର ଅଭିନୟ ପରେ ଗୋପାଳ ସ୍ତ୍ରୀର ଅଭିନୟର ପାଳି ପଡିଲା । ସେ ତ ଆଗରୁ ଯୁଦ୍ଧ କରିବା ପାଇଁ ପହଁରା ହାତରେ ଧରି ଛିଡା ହୋଇ ଥିଲା । ସ୍ୱାମୀ ତା’ର ଗଁ ଗଁ ହୋଇ ପଡିବା ମାତ୍ରେ ସେ ହଠାତ୍ ରଣ ଚଣ୍ଡି ପରି ଘର ଭିତରୁ ଛୁଟି ଆସି ପାଟି କରି କହିଲା – ମାଲୋ, ଏ ଯୋଗିନୀଖିଆ ମୋ ସ୍ୱାମୀକି ମାରି ପକାଇଲା । ସେୟା କହୁ କହୁ ହାତରେ ଧରି ଥିବା ପହଁରା ମୁଠାରେ ବେପାରୀକି ପିଟିବାକୁ ଲାଗିଲା । ବେପାରୀଟି ଯେତେ କହିଲା – ପିଟା ତାର ବନ୍ଦ ହେଲାନି । ସେ ବିଚରା କ’ଣ କରିବ?

ଗୋଟିଏ ଦିଗରେ ପନିପରିବା ଗୁଡିକ ଛିନ୍ନ ଛତ୍ର ହୋଇ ପଡିଛି । ଅନ୍ୟ ଦିଗରେ ଗୋପାଳ ଭାଣ୍ଡ ତଳେ ପଡି ଗଁ ଗଁ ହୋଇ ମୁହଁ ଘଷୁଛି । ଆଉ ଅନ୍ୟ ଦିଗରେ ସ୍ତ୍ରୀ ତାର ପିଠିରେ ପହଁରା ମୁଠା ଛିଡାଇବାରେ ଲାଗିଛି । ଏପରି ପରିସ୍ଥିତିରେ ବିଚରା ବୁଦ୍ଧି କ’ଣ । ପନିପରିବା ଛାଡି ଦେଇ ବେପାରୀଟି କୌଣସି ମତେ ପ୍ରାଣ ଘେନି ପଳାଇ ଗଲେ ବଂଚେ ।

ବେପାରୀଟି ଆଉ ସେଠାରେ ଛିଡା ହୋଇ ପାରିଲାନି । ଗୋପାଳ ଭାଣ୍ଡ ସ୍ତ୍ରୀ କି ହାତ ଯୋଡି କହିଲା – ମା ଉଗ୍ର ଚଣ୍ଡୀ ଏହି ପନିପରିବାତକ ନେଇ ମତେ ଆଜି ଛାଡିଦେ ମୁଁ ଯାଏ । ତା ନୋହିଲେ ତୁମ ସ୍ୱାମୀର ମୃଗୀ ବେମାର, ମତେ ତ ଛାଗଳ ବେମାର ଧରିବ । ଏତିକି କହି ବେପାରୀଟି ଦୌଡି ପଳାଇ ଗଲା । ଗୋପାଳର ସ୍ତ୍ରୀ ତାକୁ ଖଣ୍ଡେ ବାଟ ଗୋଡାଇ ଯାଇ ଫେରି ଆସି ଗୋପାଳକୁ କହିଲା – ଏଥର ଉଠ ପନିପରିବା ତୋଳ । ସେ ଯୋଗିନିଖିଆ ଏକା ଥରକେ ରାଇଜ ଛାଡି ଯାଇଛି । ସେ ଅଖା ଧୋଉ ଥିବ ଗୁଣ ଗାଉ ଥିବ ।

ଗୋପାଳ ଭାଣ୍ଡ ସ୍ତ୍ରୀର ଆଦେଶ ପାଇ ସଙ୍ଗେ ସଙ୍ଗେ ଉଠି ପଡି ଧୂଳି ଗୁଡାକ ଝାଡି ଝୁଡି ହେଲା । ସ୍ତ୍ରୀଟି ପରିବା ଗୁଡିକ ଗୋଟାଇ ବୋଝଟି ଧରି ଘର ଭିତରକୁ ଗଲା । ସେହି ଦିନ ଠାରୁ ସେ ବେପାରୀଟି ସେ ଗାଁକୁ ଆସିଲେ ଆଗେ ଗୋପାଳ ସ୍ତ୍ରୀକି ଦଣ୍ଡବତଟିଏ କରି କିଛି ପରିବା ପତ୍ର ଦେଇ ଅନ୍ୟ ଆଡେ ବିକ୍ରୀ କରିବାକୁ ଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ