ବାଈଜୀର କଥା ଶୁଣି ଲୋକ ମାନେ ଆହୁରି ଠୋ ଠୋ ହୋଇ ହସି ଉଠିଲେ । ସମସ୍ତେ ଭାବିଲେ ଏଥର ଗୋପାଳ ଜବତ ହୋଇଛି ।
ଗୋପାଳ କିଛି ସମୟ ନୀରବ ରହିଲେ । ତାପରେ ନହସି ଧୀରସ୍ଥିର ଭାବେ କହିଲେ – ବୁଝିଲ ସୁନ୍ଦରୀ ମୁଁ ତୁମର ପ୍ରେମିକ ନହେଲେ ସୁଦ୍ଧା ରସିକ ନିଶ୍ଚୟ । ମୋ ଭଳି ରସିକ ବୋଧେ ଏ ସାରା ସଂସାରରେ ନାହାଁନ୍ତି । ମୁଁ ଥରେ ଯାହା ଦେହରେ ହାତ ବୁଲାଇ ଦେବି, ସେ ମୋତେ ତା ଜୀବନ କାଳ ଭିତରେ ଆଉ ଭୁଲି ପାରିବନି ।
– ତେବେ ତୁମେ ମୋ ଠାରୁ ଦୁରେଇ ଯାଇ ପଛକୁ ଚାହିଁଲ କାହିଁକି? ଗୋପାଳ କହିଲେ – ରାଜାଙ୍କ କଥା ଶୁଣି ଭୟରେ ମୁଁ ପଛକୁ ଅନାଇ ଦେଖୁ ଥିଲି ।
– କ’ଣ ତୁମେ ଦେଖୁ ଥିଲ ।
– ଆମ ମହାରାଜ କହି ଥିଲେ, ତୁମେ କୁଆଡେ ପୀନୋନ୍ନତ ପୟୋଧର । ମୋର ବକ୍ଷ ଭେଦ କରି ସେ ଦୁଇଟି ମୋ ପଛ ଆଡେ ଫୁଟି ବାହାରିଛି କି ନାହିଁ ତାହା ଦେଖୁ ଥିଲି ।
ଗୋପାଳଙ୍କ କଥା ଶୁଣି ଦର୍ଶକ ମାନେ ପୁଣି ହସି ଉଠିଲେ । ରାଜା ଲାଜରା ହୋଇ ଗଲେ ଆଉ ବାଈଜୀ ଲାଜରେ ଦରବାର ଛାଡି ଚାଲି ଗଲା ।