ଆଚ୍ଛା ତେବେ ଆମ୍ଭେ ପୁରସ୍କାର ଦେବା । ଗୋପାଳ ଭାଣ୍ଡ ରାଜାଙ୍କ ଷଡଯନ୍ତ୍ର ଶୁଣି ପାରି ଏକ ବୁଦ୍ଧି ପାଂଚି ଗୋଟିଏ ମାଠିଆରେ ବିଷ୍ଠା ପୂର୍ଣ୍ଣ କରି ତା ଉପରେ ନକଲି ଛଣା ପିତ ଖଳରେ ଦୁଇ ଚାରିଟି ଅସର୍ପି ଥୋଇ ଦେଇ ରଖି ଦେଲା ଏବଂ ନିଜେ ସତର୍କ ହୋଇ ରହିଲା ।
ଏଣେ ବ୍ରାହ୍ମଣ ଅଧିକ ଅନ୍ଧାର ରାତିରେ ଗୋପାଳ ଭାଣ୍ଡ ଘରଠାକୁ ଯାଇ ସିନ୍ଧି ଗାତ କରି ଆଗେ ମୁଣ୍ଡଟି ଗଳାଇଲା । ଗୋପାଳ ତାହା ବୁଝି ପାରି ସତର୍କ ହୋଇ ଥିଲା । ବ୍ରାହ୍ମଣର ଚରକି ଚୁଟି କାଟି ନେଇ ଗୁପ୍ତରେ ରଖିଲା, କିନ୍ତୁ ବ୍ରାହ୍ମଣକୁ ସେ କଥା ଜଣା ନାହିଁ । ସିନ୍ଧି ଗାତ ବାଟେ ବ୍ରାହ୍ମଣ ଯାଇ ଘରେ ପଶିବା ମାତ୍ରେ ମୋହର ମାଠିଆ ଦେଖି ଖୁସି ହେଲା । ଆଉ କିଛି ନ ଆଣି ସେଇ ମାଠିଆଟିକି ନେଇ ଆସିଲା । ତାକୁ ମୁଣ୍ଡରେ ମୁଣ୍ଡାଇ ରାଜାଙ୍କ ଘରକୁ ଏକ ମୁହାଁ ହୋଇ ଚାଲିଲା । ଗୋପାଳ ମଧ୍ୟ ତା’ ପଛରେ ଲୁଚି ଲୁଚି କରି ଯାଉ ଥାଏ ।
ଯେତେ ବେଳେ ଦେଖିଲା ବ୍ରାହ୍ମଣ ଏଥର ରାଜ ସଭାର ନିକଟରେ ହେଲା, ସେହି ସମୟରେ ଗୋପାଳ ଖଣ୍ଡିଏ ବାଡିରେ ସେହି ମାଠିଆକୁ ଏକ ପାହାର ଦେଲା । ମାଠିଆଟି ଭାଙ୍ଗି ଯାଇ ବ୍ରାହ୍ମଣର ଆପାଦ ମସ୍ତକ କେବଳ ବିଷ୍ଠାମୟ ହୋଇ ଗଲା । ଗୋପାଳ ରହସ୍ୟରେ ରାଜ ସଭାକୁ ଯାଇ କହିଲା –
ମହାରାଜ ଗୋଟିଏ ଚୋରର ଶାସ୍ତି ଦେଖ । ବ୍ରାହ୍ମଣ ସେହି ବିଷ୍ଠା ଗନ୍ଧରେ ପୁଣି ଦାରୁଣ ଅପମାନରେ ଆଉ ରହି ପାରିଲା ନାହିଁ । ମହାରାଜା ବ୍ରାହ୍ମଣର ଦୁର୍ଦ୍ଦଶା ଦେଖି ବିଚାରାକୁ ପୁରସ୍କାର ଦେଇ ବିଦାୟ ଦେଲେ । ଗୋପାଳକୁ ଜବତ କରିବା ଅସାଧ୍ୟ ଜାଣି ଆନନ୍ଦିତ ହେଲେ । ବ୍ରାହ୍ମଣର ଦୁର୍ଦ୍ଦଶାର ମୂଳ କାରଣ ନିଜେ ଏଥି ସକାଶେ ରାଜା ଦୁଃଖିତ ହେଲେ ।