ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋପୀର ସହର ଯାତ୍ରା

ପଣ୍ଡିତମହାଶୟ କହିଲେ “ଆପଣଙ୍କ କଥା ମୁଁ ଅବଶ୍ୟ ଜାଣିନି, ମାତ୍ର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ମୋର ସହରରେ ତୁରନ୍ତ ପହଁଚିବା ନିହାତି ଦରକାର, ଟିକେ ଟିକେ କଥାରେ ଗାଡିରଖିବାକୁ ମୁଁ ମୋଟେ ପସନ୍ଦ କରେ ନାହିଁ ।” ତାଙ୍କ କଥା ଶୁଣି ଜିଦ୍ଖୋର୍ ଗୋପୀ କହିଲା, “ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଥିଲା, ଗାଡି ତ ସେତେବେଳେ ବାରମ୍ବାର ରହୁଥିଲା । ଏବେ ଏହା ମୋ ପାଇଁ କାହିଁକି ରହିବନି?”

ତା’ପରେ ପଣ୍ଡିତମହାଶୟ ଗୋପୀକୁ ବୁଝାଇ କହିଲେ “ଆପଣ କହୁଥିଲେ ନା, ସହଯାତ୍ରୀଙ୍କୁ କ୍ଳେଶ ପହଁଚାଇବା ଅନୁଚିତ୍ । ମୋର ଜଳପାନ ପାଇଁ ଗାଡି ରହିବା, ତମର ଭୁଲ୍ ଧାରଣା । ନିଆଁ ସଂଗ୍ରହ କରିବା ପାଇଁ ଗାଡି ରହିଛି, ଆଉ ଏବେ ତମାଖୁ କଥା? ଅନ୍ୟ ସହ ଯାତ୍ରା କରୁଥିବା ବେଳେ ଏତିକି ଧୈର୍ଯ୍ୟ ତ ନିତାନ୍ତ ରଖିବା ଦରକାର ।”

ଗୋପୀ ବିରକ୍ତିମିଶା ସ୍ୱରରେ ଉତ୍ତର ଦେଲା “ଯଦି ବିଡି ଗନ୍ଧ ଆପଣଙ୍କ ପାଇଁ ଅସହ୍ୟ, ତାହେଲେ ତମର ଏତେ ଉତ୍ସାହରେ ଦିଆସିଲି ଖୋଜିବା କଣ ଦରକାର? ଆଉ ତାଛଡା ବିଡି ନ ଲଗେଇଲେ ଏ ଦିଆସିଲି ଡବାର ଉପଯୋଗୀତା ବା କେତେ?”

ପଣ୍ଡିତମହାଶୟ ତାତ୍ସଲ୍ୟ କରି କହିଲେ “ମୁଁ ଯେତେବେଳେ ପାଖରେ ନଥିବି, ସେତେବେଳେ ଏ ଦିଆସିଲି ତମାଖୁ ଖାଇବାରେ ସାହାଯ୍ୟ କରିବ । ଜାଣ, ଲୋକମାନେ ମୋତେ ମହାପଣ୍ଡିତ କହନ୍ତି । ଗ୍ରାମବାସୀ ମୋର ଜିଦ୍ଖୋର ସ୍ୱଭାବକୁ ଖୁବ୍ ଭୟ କରନ୍ତି । ଆପଣ ମୋତେ ତୃଷା ମେଂଟାଇବାରେ ଅନେକ ଥର ସାହାଯ୍ୟ କଲେ । ଅନ୍ତତଃ ଥରୁଟିଏ ଆପଣଙ୍କୁ ମୁଁ କିଛି ସାହାଯ୍ୟ କରି ଥାଏ । ସେଥିପାଇଁ ମୁଁ ଦିଆସିଲି ଖୋଜିବାରେ ଲାଗିଥିଲି ।”

ଏଭଳି କଥା ଶୁଣି ଅନ୍ୟ ତିନିଜଣ ସହଯାତ୍ରୀ ହସି ଉଠିଲେ । ଏଣେ ଲଜ୍ଜାରେ ଗୋପୀର ମୁଣ୍ଡ ତଳକୁ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ