ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଘୋର୍ ଅପରାଧ

ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ ।

                କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?”

                ନଗର ରକ୍ଷକ କହିଲେ, “ଅସମ୍ଭବ, ଏହା ତ ଘୋର୍ ଅପରାଧ” ତା’ପରେ ଯୁବକକୁ ନଗର ଭିତରକୁ ଛାଡିଲେ । ଯୁବକଟି ତିନିଦିନ ନଗରରେ ରହି ନିଜସ୍ଥାନକୁ ଫେରିଗଲା । ସପ୍ତାହେ ପରେ ସେ ପୁଣି ଆସିଲା । ତାକୁ ନଗର ଦ୍ୱାରରେ ଦେଖି ନଗର ରକ୍ଷକ ଠିକ୍ ଚିହ୍ନିଗଲେ । ସୁନା ଆଣିଥିବା ଭୟରେ ସୈନିକମାନଙ୍କ ଦ୍ୱାରା ତା’ର ଲୁଗାପଟା ଭଲ କରି ଯାଂଚ କଲେ; କିନ୍ତୁ କିଛିବି ପାଇଲେ ନାହିଁ । ନଗର ରକ୍ଷକ ତାକୁ ପଚାରିଲେ, “ତମେ ପଚାରୁଥିଲ କି ଆସନ୍ତା ସପ୍ତାହରେ ସୁନା ଆଣି ବିକିବ ବୋଲି? ଆମେ ଖାଲି ସେଇଥିପାଇଁ ତୁମ ଜିନିଷପତ୍ର, ଲୁଗାପଟା ଯାଂଚ କରି ଦେଖିଲୁ, କିଛି ଖରାପ ଭାବିବ ନାହିଁ ।”

                ଯୁବକଟି ହସି ହସି କହିଲା, “ଓହୋ, ଏପରି କଥା? ଆପଣ ତ ଆରଥର ମନାକଲେ ଏଥର ସୁନା ଆଣି ବିକ୍ରି କରିବାକୁ । ମୁଁ କାହିଁକି ଆଣନ୍ତି? ସେଥିପାଇଁ ଗତ ସପ୍ତାହରେ ମୋ ପାଖରେ ଥିବା ବହୁତ ସୁନା ମୁଁ ବିକ୍ରି କରି ଦେଇ ଗଲି ।”

                ନଗର ରକ୍ଷକ ଓ ଅନ୍ୟମାନେ ତା’ ମୁହଁକୁ ହତବମ୍ବ ହୋଇ ଚାହିଁ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ