ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚଢେଇର ପର

ଠିକ୍ ଏତିକିବେଳେ ସେ ସାନଭଉଣୀର ନିଦ ଚାଉଁକିନା ଭାଙ୍ଗିଗଲା । ସେ ଦେଖିଲା ତା ଝରକାରେ କଂଟା ଛଟା ହୋଇଛି । ରାଜକୁମାର ଖାଲି କଲବଲ ହୋଇ ସେଠାରୁ ଉଡି ପଳାଇଯାଉଛି । ଶେଷରେ କାନ୍ଦିବା ହିଁ ସେ ସାନ ଭଉଣୀର ସାର ହେଲା । ସେ ଠିକ୍ ବୁଝିପାରିଲା ଯେ, ଏହା ତାର ଦୁଇ ବଡଭଉଣୀମାନଙ୍କର ହିଁ କାମ । ତା’ ଆରଦିନ ସାନଭଉଣୀ ଲୁହା ଜୋତା ହଳେ ବରାଦ କରି ପିନ୍ଧିଲା ଏବଂ କାହାକୁ କିଛି ନ କହି ସେ ରାଜକୁମାରକୁ ଖୋଜି ବାହାରିଲା ।

ଖୋଜି ଖୋଜି ସେ ସାନଭଉଣୀ ଜଣକ କେତେ ରାଜ୍ୟ ବୁଲିଲା । ଲୁହା ଜୋତାଟି ଘାରି ହୋଇ ହୋଇ ସରିଯିବାକୁ ବସିଲା ସିନା ହେଲେ ସେ ରାଜକୁମାରର ଖବର ଆଦୌ କିଛି ବି ମିଳିଲା ନାହିଁ । ଝିଅଟି ଶେଷରେ ସାତସମୁଦ୍ର ତେର ନଈ ପାରି ହୋଇ ଗୋଟିଏ ରାଜ୍ୟରେ ପହଁଚିଲା । ଶୁଣିଲା ସେ ରାଇଜର ରାଜକୁମାରୀ କୁଆଡେ ଭାରି ଦୁଷ୍ଟ । ସେ କୋଉଠୁ ଗୋଟିଏ ରାଜକୁମାରକୁ ଧରିଆଣି ତାକୁ ବନ୍ଦୀ କରି ରଖିଛି । ରାଜକୁମାର ସବୁବେଳେ ନିଦ ଔଷଧ ଖାଇ ଶୋଇରହିଛି ।

ସାନଭଉଣୀ ଯାଇ ସେ ରାଜାଘରେ ଚାକିରି କଲା । ରଜାଝିଅ ତାକୁ ନାନା କାମରେ ଖଟାଇଲା । ସେଥିପାଇଁ କିନ୍ତୁ ବିଚାରୀର ଆଦୌ ଦୁଃଖ ନ ଥାଏ । ସେ ଖାଲି ଓର ଉଣ୍ଡୁଥାଏ, ଥରେ କେମିତି ସେ ରାଜକୁମାର ସହିତ ଟିକେ ସାକ୍ଷାତ କରିବ ବୋଲି । ରାଜକୁମାରୀ ସେ ସାନଭଉଣୀର ସେବାରେ ଅତ୍ୟନ୍ତ ଖୁସି ହୋଇ କହିଲା, “ତୁ କ’ଣ ମାଗୁଛୁ ମାଗ?”

ଝିଅଟି କହିଲା, “ମୁଁ ଟିକିଏ ସେ ରାଜକୁମାରଙ୍କୁ ଦେଖିବି । ଶୁଣିଛି ସେ ସର୍ବଦା କୁଆଡେ ଖାଲି ଶୋଇ ରହିଛନ୍ତି । ତାଙ୍କ ପରି ସୁନ୍ଦର ମଣିଷ ଏ ରାଇଜରେ ଆଉ କେହି ନାହିଁ ।” ହଠାତ୍ ରାଜକୁମାରୀ ଆଗ ପଛ କିଛି ନ ଭାବି ସେ ସାନ ଭଉଣୀକୁ ଅନୁମତି ଦେଇଦେଲା ।

ସାନଭଉଣୀ ରଜାପୁଅ ଶୋଇବା ଘରକୁ ଯାଇ ଦେଖିଲା ସେ ହେଉଛି ସେଇ ଯୁବକ । ସେ ଯୁବକଟି ତ ନିଘୋଡ ନିଦରେ ଶୋଇପଡିଛି । ସାନଭଉଣୀ ଯାଇ ସେ ଯୁବକ ପାଖରେ ବସିଲା । ସାନଭଉଣୀଟି ସେ ଯୁବକକୁ ଯେତେ ପ୍ରକାରେ ଡାକିଲା, ତାର ନିଦ ଆଦୌ ଭାଙ୍ଗିଲା ନାହିଁ । ଶେଷରେ ସେ ସାନଭଉଣୀଟି ଖୁବ୍ ବିକଳ ହୋଇ ଖାଲି କାନ୍ଦିବାକୁ ଲାଗିଲା । ତାର ଗରମ ଲୁହ ଯେମିତି ସେ ରଜାପୁଅ ମୁହଁରେ ପଡିଛି, ସେମିତି ସେ ରଜାପୁଅ ନିଦରୁ ଉଠିଲା ପରି ବସିପଡିଲା । ବହୁତ ଦିନ ପରେ ସେ ରଜାପୁଅ ଏ ଝିଅଟିକୁ ଦେଖି ଖୁବ୍ ଖୁସି ହୋଇଗଲା । ସେ ଜାଣିପାରିଲା ଯେ, କେବଳ ତାରି ପାଇଁ ଝିଅଟି ସତକୁ ସତ ଲୁହା ଜୋତାକୁ ଘୋସାରି ଘୋସାରି କେତେ ରାଇଜ ବୁଲିଛି । ମନେ ମନେ ସେ ରଜାପୁଅଟି ଏ ଝିଅଟିକୁ ଅନେକ ଧନ୍ୟବାଦ ଜଣାଇଲା । ଦୁହେଁଯାକ କିଛି ସମୟ ନିମନ୍ତେ ଚୁପ୍ଚାପ୍ କଥାବାର୍ତ୍ତା ହେଲେ । ରାତିରେ ଯେତେବେଳେ ସମସ୍ତେ ଶୋଇଗଲେ, ଠିକ୍ ସେତିକିବେଳେ ଘୋଡାଶାଳରୁ ଗୋଟିଏ ଘୋଡା ଫିଟାଇ ରାଜକୁମାର ସେଇ ଝିଅଟିକୁ ସାଙ୍ଗରେ ଧରି ସେ ରାଜ୍ୟ ଛାଡି ନିଜ ରାଜ୍ୟକୁ ପଳାଇ ଆସିଲା । ରାଜକୁମାର ସେ ବଡ ଦୁଇଭଉଣୀଙ୍କୁ ଧରିନେଇ ସେମାନଙ୍କୁ ଜେଲ୍ ଦେଲା । ସାନଭଉଣୀକୁ ବାହା ହୋଇ ସେ ରାଜାପୁଅ ତା ପିତା ରାଜାଙ୍କ ଅନ୍ତେ ରାଜ୍ୟଶାସନ କଲା । ତାପରେ ସମସ୍ତେ ସେ ନୂଆରାଣୀଙ୍କୁ ଅଶେଷ ଧନ୍ୟ ଧନ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ